ବିଦ୍ୟୁତ୍ ଆଘାତରେ ଚା’ ଦୋକାନୀଙ୍କ ମୃତ୍ୟୁ

ବ୍ୟାସନଗର: ଯାଜପୁର ରୋଡ୍‌ ଥାନା କହ୍ନେଇପୁର ବଜାରରେ ଚା’ ଦୋକାନ କରିଥିବା ଜଣେ ଦୋକାନୀଙ୍କର ବିଦ୍ୟୁତ୍ ଆଘାତରେ ମୃତ୍ୟୁ ହୋଇଛି। ଦୋକାନୀଙ୍କ ନାମ ବି. ଦାସ (୫୦) ବର୍ଷ ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ ଦୋକାନ ପାଖରେ ଥିବା ଗଛ ଡାଳ କାଟୁଥିବାବେଳେ ଉପରେ ଥିବା ଇଲେଭେନ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବା ବେଳେ ଖବର ପାଇ ପୁଲିସ ପହଞ୍ଚି ଶବ ବ୍ୟବଚ୍ଛେଦ ନିମନ୍ତେ ଦାନଗଦୀ ଡାକ୍ତରଖାନାକୁ ପଠାଇଥିଲା। ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ଅନିଲ କୁମାର ମହାନ୍ତି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର