ଲକ୍ଷ୍ମଣେଶ୍ୱରି ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି କଲେ ଦୁର୍ବୃତ୍ତ

ବସ୍ତା: ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଲକ୍ଷ୍ମଣାପଡ଼ା ଗ୍ରାମର ଆରାଧ୍ୟ ମା ଲକ୍ଷ୍ମଣେଶ୍ୱରି ଦେବୀ ମନ୍ଦିରରୁ ଗତକାଲି ବିଳମ୍ବିତ ରାତିରେ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ରୂପା ଅଳଙ୍କାର ଚୋରି କଲେ ଦୁର୍ବୃତ୍ତ। ସୂଚନାରୁ ପ୍ରକାଶ ପ୍ରତିଦିନ ଭଳି ମନ୍ଦିର ପୂଜା କାର୍ଯ୍ୟସାରୀ ବ୍ରାହ୍ମଣ ମନ୍ଦିରରେ ତାଲା ପକାଇ ଯାଇଥିଲେ। ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ମନ୍ଦିର ମୁଖ୍ୟ ଫାଟକରେ ଲାଗିଥିବା ତାଲା ଭାଙ୍ଗି ମନ୍ଦିରରେ ଲାଗିଥିବା ଘଣ୍ଟା,କଂସାବାସନ ସହିତ ମାଙ୍କ ମୂର୍ତ୍ତିରେ ଲାଗିଥିବା ସୁନା ହାର,ପଦକ,ରୂପା ମୁକୁଟ ଆଦିକୁ ମିଶାଇ ପାଞ୍ଚଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ଟଙ୍କାର ଅଳଙ୍କାର ଚୋରି କରିଥିଲେ ଦୁର୍ବୃତ୍ତ।

ଆଜି ସକାଳ ସମୟରେ ଗ୍ରାମର ସ୍ଥାନୀୟ ଲୋକ ମନ୍ଦିରରେ ତାଲା ଭଙ୍ଗା ଯାଇଥିବା ଦେଖି ମନ୍ଦିର ଚୋରି ସମ୍ପର୍କରେ ଗ୍ରାମରେ ଜଣାଇଥିଲେ। ପରେ ଗ୍ରାମବାସୀଙ୍କ ପକ୍ଷରୁ ବସ୍ତା ଥାନାକୁ ଖବର ଦିଆଯାଇଥିଲା। ଖବରପାଇ ପୁଲିସ ସନ୍ଧାନୀ କୁକୁର ସହିତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଗ୍ରାମବାସୀଙ୍କ ପକ୍ଷରୁ ବିଜୟ କୁମାର ଭୂୟାଁ,ରଞ୍ଜନ କୁମାର ସିଂହ,ଅଜିତ୍ କୁମାର ଭୂୟାଁ,ଅକ୍ଷୟ ସିଂହ,ଗଦାଧର ସି,ବିଦ୍ୟୁତ୍ ରଞ୍ଜନ ଭୂୟାଁ ପ୍ରମୁଖ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର