ଶିଶୁ ସମେତ ୧୦ ଜଣଙ୍କୁ ରକ୍ତାକ୍ତ କଲେ ଦୁଇ ପାଗଳ କୁକୁର

ତେନ୍ତୁଳିଖୁଣ୍ଟି: ଆଜି ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଅଞ୍ଚଳଗୁମ୍ମା ଏବଂ ଚିତ୍ରକୋଟ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଦୁଇଟି ପାଗଳ କୁକୁର ଗୋଡେଇ ଗୋଡେଇ ଉଭୟ ଗ୍ରାମର ୧୦ ଜଣଙ୍କୁ କାମୁଡି ରକ୍ତାକ୍ତ କରିଥିବା ଦେଖିବାକୁ ମିଳିଥିଲା। ଏହାପରେ ସମସ୍ତ ଆହତଙ୍କୁ ତେନ୍ତୁଳିଖୁଣ୍ଟି ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା।ସେଠାରେ ସମସ୍ତ ଆହତଙ୍କୁ ଚିକିତ୍ସା କରିବାପରେ ଘରକୁ ପଠେଇ ଦିଆ ଯାଇଥିବା ଡାକ୍ତରଖାନା ସୂତ୍ରରୁ ସୂଚନା ମିଳିଛି।

ମିଳିଥିବା ସୂଚନା ମୁତାବକ ଗତକାଲି ଚିତ୍ରକୋଟ ଗ୍ରାମରେ ବାଲିଯାତ୍ରା ଅନୁଷ୍ଠିତ ହୋଇଥିଲା। ତେବେ ଆଜି ଅପରାହ୍ନରେ ଦୁଇଟି ପାଗଳ କୁକୁର ଲୋକଙ୍କୁ କାମୁଡିବା ଆରମ୍ଭ କରିଥିଲେ। ଦୁଇ ପାଗଳ କୁକୁର ଗୋଟିଏ ସାହିକି ଲାଗିକି ଥିବା ଅଞ୍ଚଳଗୁମ୍ମା ଏବଂ ଚିତ୍ରକୋଟ ଗ୍ରାମରେ ଦୌଡି ଦୌଡ଼ି ଲୋକଙ୍କୁ କାମୁଡିବା ଆରମ୍ଭ କରିଥିଲେ। ଯାହାକୁ ଦେଖିଲେ ତାକୁ କାମୁଡ଼ିଥିଲେ।

ଏଥିରେ ଅଞ୍ଚଳଗୁମ୍ମା ଗ୍ରାମର ରବୀନ୍ଦ୍ର କର୍କରା ଗୁରୁତର ଥିବା ଚିକିତ୍ସା କରୁଥିବା ଡାକ୍ତର ସୁବେନ୍ଦୁ ହରିଚନ୍ଦନ ବାଗ ସୂଚନା ଦେଇଛନ୍ତି। ସେହିପରି କୁକୁର କାମୁଡାରେ ଜଣେ ଦୁଇ ବର୍ଷର ଶିଶୁ ରହିଥିବା ମଧ୍ୟ ଜଣାପଡ଼ିଛି। ତେବେ ଗୋଟିଏ ପାଗଳ କୁକୁରକୁ ଗ୍ରାମବାସୀ ପିଟି ପିଟି ମାରି ଦେଇଛନ୍ତି।

ଦୁଇଟି ପାଗଳ କୁକୁର କାମୁଡାରେ ଚିତ୍ରକୋଟ ଗ୍ରାମର ରୁଦ୍ର ସିଂହ(୬) ସଂଯୁକ୍ତା ଖୁରା(୨୨) ବୋଲବମ ପ୍ରସାଦ ବିଷୋୟୀ(୧୨) ଏବଂ ଅଞ୍ଚଳଗୁମ୍ମା ଗ୍ରାମର ସରୋଜ ପଟ୍ଟନାୟକ(୭୦) ରମାକାନ୍ତ ବିଷୋୟୀ(୪୫) ଗାୟତ୍ରୀ ଗୌଡ଼(୧୨) ରବୀନ୍ଦ୍ର କର୍କରା(୩୦) ରାଜେଶ୍ୱରୀ ଗରଡା(୪୫) ରୋହନ ସେମିଳି(୧୬) ଆହତ ହୋଇଥିବା ଜଣାପଡ଼ିଛି।

 

ସମ୍ବନ୍ଧିତ ଖବର