ନୂଆପଡାରେ ବ୍ୟାପୁଛି କିଡନୀ ରୋଗ, ଝିତିରିଧୋଡା ଗ୍ରାମରେ ଚିକିତ୍ସା ନ ପାଇ ପଡ଼ିରହିଛନ୍ତି ୧୦ ରୋଗୀ

ଖଡିଆଳ: ନୂଆପଡା ଜିଲ୍ଲାର ଭୂତଳ ଜଳରେ ମାତ୍ରାଧିକ ଫ୍ଲୋରାଇଡ ଥିବା ଯୋଗୁଁ କିଡନୀ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଯାହାଫଳରେ ରୋଗରେ ପ୍ରତିଦିନ ବ୍ଲକରେ ୨ ରୁ ୩ ଜଣଙ୍କ ମୃତ୍ୟୁ ହେଉଥିବା ଗଣମାଧ୍ୟମରେ ଖବର ପ୍ରକାଶିତ ହେଉିଛି । ହେଲେ ରାଜ୍ୟ ସରକାର ବର୍ତ୍ତମାନ ସୁଦ୍ଧା କୌଣସି ବିଧିବଦ୍ଧ ପଦକ୍ଷେପ ନେଇ ନ ଥିବାରୁ ସାଧାରଣରେ କୋକୁଆ ଭୟ ଖେଳିଯାଇଛି ।

ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ଝିତିରିଝୋଡା ଗ୍ରାମର ଦିଗମ୍ବର ଭୋଇ (୪୨) କିଡନୀ ରୋଗରେ ଆକ୍ରନ୍ତ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତିା ସେ ଅନେକ ସରକାରୀ ବେସରକାରୀ ଚିକିତ୍ସାଳୟରେ ଚିକତ୍ସିତ ହେଲା ପରେ ମଧ୍ୟ ଭଲ ହୋଇନାହାନ୍ତିି । ହେଲେ ଅର୍ଥ ଅଭାବରୁ ସେ ଚିକିତ୍ସା କରି ନ ପାରି ଘରେ ପଡିରହିଛନ୍ତି। ତାଙ୍କର ସମ୍ବଳ ନ ଥିବାରୁ ତାଙ୍କ ସ୍ତ୍ରୀ ଗ୍ରାମର ଗାଇଗୋରୁ ଚରାଇ ଗୁଜୁରାଣ ମେଣ୍ଟାଉଥିବା ଦେଖିବାକୁ ମିଲିଛି ।

ଦିଗମ୍ବରଙ୍କ କାକା, ସାନଭାଇ ମଧ୍ୟ କିଡନୀ ରୋଗରେ ମୃତ୍ୟୁ ବରଣ କରିଛନ୍ତିି । ଏହି ଗ୍ରାମର ରମେଶ ତାଣ୍ଡି, ରଘୁନାଥ ତାଣ୍ଡି ମଡିଆଖାଇ ସତନାମୀ କିଡନୀରୋଗରେ ଆକ୍ରାନ୍ତ ହୋଇ ଦୁଖରେ ଦିନ କାଟୁଛନ୍ତି। ସୂଚନା ଥାଉକି ଏହି ଗ୍ରାମର କିଛିଦିନ ତଳେ ଖଗେଶ୍ୱର ଭୋଇ କିଡନୀ ରୋଗରେ ମୃତ୍ୟୁ ବରଣ କରିଥିଲେ । ବର୍ତ୍ତମାନ କିଡନୀରୋଗ ଆକ୍ରାନ୍ତଙ୍କ ସଂଖ୍ୟା ଗ୍ରାମରେ ବଢି ଚାଳିଥିବାରୁ କିଡନୀ ରୋଗୀମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇଦେବା ପାଇଁ ଝିତିରିଧୋଡା ଗ୍ରାମବାସୀ ପ୍ରଶାସନକୁ ନିବେଦନ କରିଛନ୍ତି ।

ସମ୍ବନ୍ଧିତ ଖବର