ଆଉଟଗୋଇଙ୍ଗ ଭଏସ କଲ୍ ଉପରେ ଶୁଳ୍କ ଆଦାୟ କରିବାର କୌଣସି ଯୋଜନା ନାହିଁ : ଏୟାରଟେଲ

ଭୁବନେଶ୍ୱର: ନିକଟରେ ରିଲାଏନ୍ସ ଜିଓ ପକ୍ଷରୁ ଆଇୟୁସି ଆଉଟଗୋଇଙ୍ଗ କଲ୍ ଉପରେ ଚାର୍ଜ ଲାଗୁ ହେବା ପରେ, ବିଭିନ୍ନ ଗଣମାଧ୍ୟମରେ ଏୟାରଟେଲ ପକ୍ଷରୁ ମଧ୍ୟ ସମାନଭାବେ ଭଏସକଲ ଗୁଡ଼ିକ ଉପରେ ଚାର୍ଜ ଲଗାଯିବାର ଯୋଜନା ଥିବା ଖବର ପ୍ରକାଶ ପାଇଥିଲା । ତେବେ ଏହି ରିପୋର୍ଟକୁ ଏୟାରଟେଲ୍ ପକ୍ଷରୁ ଆଜି ଖାରଜ କରାଯିବା ସହ ଏହା ସମ୍ପୂର୍ଣ୍ଣ ମିଥ୍ୟା ଓ ଭିତ୍ତିହୀନ ବୋଲି କୁହାଯାଇଛି ।

କମ୍ପାନୀ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜାରି କରି କୁହାଯାଇଛି ଯେ, ଏୟାରଟେଲର ଯେଉଁ ଗ୍ରାହକ ଅନଲିମିଟେଡ଼୍ ପ୍ୟାକରେ ଅଛନ୍ତି ସେମାନେ ଏୟାରଟେଲରୁ ଅନ୍ୟ ନେଟୱାର୍କକୁ କଲ କଲେ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ । ଆଗକୁ ମଧ୍ୟ ଆଉଟଗୋଇଙ୍ଗ କଲ ଉପରେ ଦେୟ ଆଦାୟ କରିବାର କୌଣସି ଯୋଜନା ନାହିଁ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି ।

କିଛି ଦିନତଳେ ରିଲାଏନ୍ସ ଜିଓ ଆଉଟଗୋଇଙ୍ଗ କଲ ଉପରେ ମିନିଟ ପିଛା ୬ ପଇସା ଆଦାୟ କରିବାକୁ ଘୋଷଣା କରିଥିଲା । ଏହାକୁ ନେଇ ଜିଓକୁ ସବୁଆଡୁ ସମାଲୋଚନା ସହିବାକୁ ପଡିଛି ।

ସମ୍ବନ୍ଧିତ ଖବର