ଜମ୍ମୁ-କଶ୍ମୀରରେ ଗ୍ରେନେଡ୍‌ ଆକ୍ରମଣ; ୮ ଜଣ ଆହତ

ଶ୍ରୀନଗର: ଜମ୍ମୁ-କଶ୍ମୀରର ଶ୍ରୀନଗରରେ ସଂଦିଗ୍ଧ ଆତଙ୍କବାଦୀମାନେ ଘଟାଇଥିବା ଗ୍ରେନେଡ୍‌ ଆକ୍ରମଣରେ ଶନିବାର ଜଣେ ମହିଳାଙ୍କ ସମେତ ୮ ଜଣ ଆହତ ହୋଇଛନ୍ତି। ଅଗଷ୍ଟ ୫ ତାରିଖରେ  ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଏହା ହେଉଛି ତୃତୀୟ ଘଟଣା।

ରିପୋର୍ଟରୁ ସୂଚନା ମିଳିଛି ଯେ ଲାଲ ଚୌକରୁ ମାତ୍ର କେତେ ଶହ ମିଟର ଦୂରରେ ଥିବା ହରି ସିଂହ ରାସ୍ତା ନିକଟରେ ଆତଙ୍କବାଦୀମାନେ ଏହି ଆକ୍ରମଣ ଘଟାଇଛନ୍ତି। ଏହି ରାସ୍ତାଟି ରାଜ୍ୟ ବିଧାନସଭା ଓ ସଚିବାଳୟ ନିକଟବର୍ତ୍ତୀ ରାସ୍ତା ମଧ୍ୟ।

Zee News

କେନ୍ଦ୍ରୀୟ କଶ୍ମୀରର ଡେପୁଟି ଇନ୍‌ସ୍ପେକ୍ଟର ଜେନେରାଲ୍‌ ଅଫ୍‌ ପୁଲିସ୍‌ ବିଧି କୁମାର ବ୍ରିଦ୍ଧି ପ୍ରଥମେ ୭ ଜଣ ଆହତ ହୋଇଛନ୍ତି ବୋଲି ସୂଚନା ଦେଇଥିଲେ। ପରେ ୮ ଜଣ ଆହତ ହୋଇଥିବା ଜାଣିବାକୁ ମିଳିଛି।

ଜାଣିବାକୁ ମିଳିଛି ଯେ ଆହତ ମହିଳାଙ୍କର ମୁଣ୍ଡରେ ଖୁବ୍‌ ଜୋର୍‌ ଆଘାତ ଲାଗିଛି। ତାଙ୍କୁ ସିଟି ସ୍କାନ କରିବାକୁ ହସ୍ପିଟାଲ୍‌କୁ ପଠାଯାଇଛି। ଏହି କାମ ଆତଙ୍କବାଦୀଙ୍କ ବ୍ୟତୀତ ଆଉ କାହାର ନୁହେଁ ବୋଲି ପୁଲିସ୍‌ ଅଧିକାରୀ କହିଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର