ସଂରକ୍ଷିତ ଜଙ୍ଗଲରେ ନିଆଁ ଲଗାଇବା ଅଭିଯୋଗରେ ୩ଗିରଫ

ତେଲକୋଇ: କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜ ଝାରବେଡା ସଂରକ୍ଷିତ ଜଙ୍ଗଲରେ ନିଆଁ ଲଗାଇବା ଅଭିଯୋଗରେ ବନ ବିଭାଗ ପକ୍ଷରୁ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।ଗତକାଲି ସନ୍ଧ୍ୟାରେ ତେଲକୋଇ ଥାନା ନମକାନୀ ଗ୍ରାମର ଯୁଗଳ ଜୁଆଙ୍ଗ, ରଞ୍ଜନ ଜୁଆଙ୍ଗ ଓ ଗୋବର୍ଦ୍ଧନ ଜୁଆଙ୍ଗ ଧନୁତୀର ସହ ଜଙ୍ଗଲରେ ନିଆଁ ଲଗାଇ ବନ୍ୟଜନ୍ତୁ ଶିକାର ଉଦ୍ଦେଶ୍ୟରେ ରହିଥିଲେ।ବିମଳା ଫରେଷ୍ଟ ବିଟ କର୍ମଚାରୀମାନେ ପେଟ୍ରୋଲିଙ୍ଗ ରେ ଯାଉଥିବା ବେଳେ ସେମାନଙ୍କୁ କାବୁ କରିଥିଲେ।ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା।ଜଣେ ଫରେଷ୍ଟ ଗାର୍ଡ ଏଥିରେ ଆହତ ମଧ୍ୟ ହୋଇଛନ୍ତି।

ସମ୍ବନ୍ଧିତ ଖବର