ଧାନକିଣାରେ ଅନିୟମିତତା: ମାଳଦା ସେବା ସମବାୟ ସମିତିର ସଂପାଦକ ନିଲମ୍ବିତ, ଡାଟା ଏଣ୍ଟ୍ରି ଅପରେଟର କାର୍ଯ୍ୟରୁ ବହିଷ୍କୃତ

ଭୁବନେଶ୍ୱର: ଧାନକିଣାରେ ଅନିୟମିତତା ଏବଂ ବିଭାଗ ଦ୍ୱାରା ଜାରି କରାଯାଇଥିବା ଧାନକିଣା ସଂପର୍କିତ ନିର୍ଦ୍ଦେଶାବଳୀର ଉଲ୍ଲଂଘନ ଅଭିଯୋଗରେ ଭଦ୍ରକ ଜିଲ୍ଲା ଅନ୍ତର୍ଗତ ମାଳଦା ସେବା ସମବାୟ ସମିତିର ଭାରପ୍ରାପ୍ତ ସଂପାଦକ ମଦନମୋହନ ସାହୁଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛିା ଏଥି ସହିତ ସମିତିର ଡାଟା ଏଣ୍ଟ୍ରି ଅପରେଟର ଧୀରେନ୍ଦ୍ର କୁମାର ଧଳଙ୍କୁ କାର୍ଯ୍ୟରୁ ବହିଷ୍କୃତ କରାଯାଇଛିା ନିଲମ୍ବନ ଆଦେଶ ତୁରନ୍ତ କାର୍ଯ୍ୟକାରୀ କରାଯାଇଛିା ଭଦ୍ରକ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ମାଳଦା ସମିତିରେ ଧାନକିଣାର ଅନିୟମିତତା ସଂପର୍କରେ ଯୁଗ୍ମକମିଟି ଦ୍ୱାରା ଯାଞ୍ଚ କରାଯିବା ପରେ ଉପରୋକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶା

ସମ୍ବନ୍ଧିତ ଖବର