ନିର୍ଯାତନା ସହି ନପାରି ଫିନାଇଲ ପିଇଲେ ୩ ଭଉଣୀ!

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ପାତାଲକାଣ୍ଡ ବସ୍ତିର ୩ ଭଉଣୀ ଶନିବାର ଫିନାଇଲ୍‌ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଗୁରୁତର ଅବସ୍ଥାରେ ସେମାନଙ୍କୁ ଆଜି ସଂଧ୍ୟାରେ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଚିକିତ୍ସା ପରେ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଘଟୁଥିବା ଜଣାପଡ଼ିଛି। ବାପାର ନିର୍ଯାତନା ସହି ନ ପାରି ସେମାନେ ଏଭଳି ଚରମ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

ଆତ୍ମହତ୍ୟା ଉଦ୍ୟମ କରିଥିବା ୩ ଭଉଣୀ (ନାମ ସ୍ୱେଚ୍ଛାକୃତ ଭାବେ ଗୋପନ ରଖା ଯାଇଛି)ଙ୍କ ମଧ୍ୟରୁ ଜଣେ ସ୍ଥାନୀୟ ଏକ କଲେଜରେ ଯୁକ୍ତ ଦୁଇ ବାଣିଜ୍ୟର ଦ୍ଵିତୀୟ ବର୍ଷର ଛାତ୍ରୀ, ଅନ୍ୟ ଦୁଇ ଜଣ ଯଥାକ୍ରମେ ଦଶମ ଓ ନବମ ଶ୍ରେଣୀରେ ପାଠ ପଢୁଛନ୍ତି। ସେମାନଙ୍କ ପରିବାର କହିଲେ ୪ ଭଉଣୀ, ଜଣେ ଭାଇ ଓ ବାପା।

ସୂଚନା ମୁତାବକ, ବାପାର ନିର୍ଯାତନା କାରଣରୁ କିଛି ବର୍ଷ ପୂର୍ବରୁ ତାଙ୍କ ମା’ ପରିବାର ଛାଡ଼ି ଚାଲି ଯାଇଥିଲେ। ଗତ କିଛି ବର୍ଷ ହେଲା ବିଭିନ୍ନ ଆଳରେ ବାପା ସେମାନଙ୍କୁ ଗାଳି ଗୁଲଜ କରିବା ସହ ମାନସିକ ନିର୍ଯାତନା ଦେଇ ଆସୁଥିଲେ। ଏଥିରେ ଅତିଷ୍ଠ ହୋଇ ୩ ଭଉଣୀ ଆଜି ପୂର୍ବାହ୍ନ ୩ଟା ବେଳେ ଘରେ ଥିବା ଫିନାଇଲ୍‌ ପିଇ ଦେଇଥିଲେ।

ସମ୍ବନ୍ଧିତ ଖବର