ପୁରୀ: ଭାରସାମ୍ୟ ହରାଇ ଓଲଟିଲା ପର୍ଯ୍ୟଟକ ଗାଡ଼ି, ଜଣେ ମୃତ, ୮ ଗୁରୁତର

ପୁରୀ: ଆଜି ପୂର୍ବାହ୍ନରେ ପୁରୀରୁ କୋଣାର୍କ ଅଭିମୁଖେ ଯାଉଥିବା ବେଳେ ଏକ ଟାଭେରା ଗାଡ଼ି ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୮ ଜଣ ଆହତ ହୋଇଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତାହତମାନଙ୍କୁ ଉଦ୍ଧାର କରି ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି।
ପୁଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗରୁ ୨ଟି ପରିବାର ପୁରୀ ବୁଲି ଆସିଥିଲେ। ସେମାନେ ଆଜି ଏକ ଟାଭେରା ଗାଡ଼ି କରି କୋଣାର୍କ ଯିବାକୁ ବାହାରି ଥିଲେ । ଟାଭେରାରେ ଏହି ୨ଟି ପରିବାରର ୮ ଜଣ ସଦସ୍ୟ ଏକ ଟାଭେରା ଗାଡ଼ି ନେଇ ମେରାଇନ୍‌ ରୋଡ୍‌ରେ କୋଣାର୍କ ଯାଉଥିବ ବେଳେ ଲିଆଖିଆ ବ୍ରିଜ୍‌ ନିକଟରେ ଡ୍ରାେଇଭର ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇଥିଲେ। ଫଳରେ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଏହି ଦୁର୍ଘଟଣାରେ ଟାଭେରା ଡ୍ରାଇଭର ଜ୍ୟୋତିପ୍ରକାଶ ମିଶ୍ରଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୮ ଜଣ ପର୍ଯ୍ୟଟକ ଗୁରୁତର ଭାବେ ଆହତ ହୋଇଛନ୍ତି।

ସମ୍ବନ୍ଧିତ ଖବର