ପରିବେଶର ସୁରକ୍ଷା ପାଇଁ ଗଛ ଲଗାଇବା ଜରୁରି: ମନ୍ତ୍ରୀ  

ରାୟଗଡ଼ା ସମ୍ବାଦ ସାହିତ୍ୟ ଘର ପକ୍ଷରୁ ବୃକ୍ଷରୋପଣ

ରାୟଗଡ଼ା: ସମ୍ବାଦ ସାହିତ୍ୟ ଘର ରାୟଗଡ଼ା ଶାଖା ପକ୍ଷରୁ ସହରର ସମ୍ପତ୍ତ ଗଣେଶ ମନ୍ଦିର ପାର୍ଶ୍ବରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା, ସମ୍ମାନିତ ଅତିଥି ଭାବେ ଜିଲ୍ଲା ବନଖଣ୍ଡ ଅଧିକାରୀ ବିଜୟ କୁମାର ପରିଡ଼ା, ରାୟଗଡ଼ା ରେଞ୍ଜର ଅଶୋକ କୁମାର ପ୍ରଧାନ ଯୋଗଦେଇ ବୃକ୍ଷରୋପଣ କରିଥିଲେ। ପରିବେଶର ସୁରକ୍ଷା ପାଇଁ ଗଛ ଲଗାଇବା ନିହାତି ଜରୁରି ବୋଲି ମନ୍ତ୍ରୀ ମତ ପ୍ରକାଶ କରିଥିଲେ। ଦୁଇଟି ପର୍ଯ୍ୟାୟରେ ଏହି ମନ୍ଦିର ପାର୍ଶ୍ବରେ ୧୫୦ରୁ ଉର୍ଧ୍ବ ବୃକ୍ଷରୋପଣ କରାଯାଇଛି।

ନାଗାବଳୀ ନଦୀକୂଳରେ ମନ୍ଦିର ଅବସ୍ଥାପିତ ହୋଇଥିବାରୁ ପାରିପାର୍ଶ୍ବିକ ସୁରକ୍ଷା ପାଇଁ ଆଗାମୀ ଦିନରେ ଅଧିକ ବୃକ୍ଷରୋପଣ କରିବାକୁ ମନ୍ଦିର କମିଟି ମଧ୍ୟ ସମ୍ମତି ପ୍ରକାଶ କରିଛନ୍ତି। ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସାହିତ୍ୟ ଘର ସାଂଗଠନିକ ସଂପାଦକ ଦ୍ବିତୀଚନ୍ଦ୍ର ସାହୁ, ଉପଦେଷ୍ଟା ପ୍ରଶାନ୍ତ କୁମାର ପଟ୍ଟନାୟକ, ଗ୍ରିନ୍ ରାୟଗଡ଼ାର କେ. କେ. ଜେନା, ଚାଟିକଣା ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା ପରିଚାଳକ ସୁଦର୍ଶନ ପାଢ଼ୀ, ରାୟଗଡ଼ା ପ୍ରେସ୍ କ୍ଲବ୍ ସଭାପତି ରାଜେଶ ପଟ୍ଟନାୟକ, ସାମ୍ବାଦିକ ସନ୍ତୋଷ କୁମାର ଦଳେଇ, ଶ୍ରୀ ସମ୍ପତ୍ତ ବିନାୟକ ଚାରିଟେବୁଲ୍ ଟ୍ରଷ୍ଟ ସଭାପତି ବି. ସନ୍ତୋଷ କୁମାର, ସଂପାଦକ ଏମ୍. ମୁରଲୀ, କୋଷାଧ୍ୟକ୍ଷ ପି. ରବି, ପ୍ରତିଷ୍ଠାତା ଏସ୍. ଗଣେଶ, ବି. ରମେଶ, ବି. ଶ୍ୟାମ ପ୍ରମୁଖ ଉପସ୍ଥିତ ରହି ଗଛ ଲଗାଇଥିଲେ। ସମ୍ବାଦର ରାୟଗଡ଼ା ଜିଲ୍ଲା ପ୍ରତିନିଧି ନବୀନ ଚନ୍ଦ୍ର ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ବନପାଳ ଅନୀଲ କୁମାର ପାଣିଗ୍ରାହୀ, ବନରକ୍ଷୀ ସନ୍ତୋଷ କୁମାର ପାଣିଗ୍ରାହୀ, ଗୌରୀ ଶଙ୍କର ସାହୁ, ମୁରଲୀ ରାଉତ, ରବି ଚନ୍ଦ୍ର ପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର