ବାଙ୍ଗିରିପୋଷି: କୋଲକାତା ଠାରୁ ମୁମ୍ବାଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥରେ ବୁଧବାର ଗୋଟିଏ ସ୍ଥାନରେ ମାତ୍ର ୧୫ ମିନିଟ ଭିତରେ ୨ଟି ସଡ଼କ ଦୁର୍ଘଟଣା ଘଟିଛି। ଫଳରେ ୨ ଜଣ ଚାଳକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ମୟୂରଭଂଜ ଜିଲ୍ଲାର ବାଙ୍ଗିରିପୋଷି ଅଂଚଳର ଦ୍ୱାରଶୁଣୀ ଘାଟିରେ ଆଜି ସନ୍ଧ୍ୟା ୬ଟାରେ ଏହି ଅଭାବନୀୟ ଘଟଣା ଘଟିଛି। ଧଳା ପଥର ନେଇ ଯାଉଥିବା ଏକ ଟ୍ରଲର ପ୍ରଥମେ ୫୦ ଫୁଟ ତଳକୁ ଖସି ପଡ଼ିଥିଲା। ଫଳରେ ଟ୍ରଲର ଚାଳକ ଗୁରୁତର ହୋଇଥିଲେ। ତାଙ୍କୁ ପ୍ରଥମେ ବାଙ୍ଗିରିପୋଷି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।
ପ୍ରଥମ ଘଟଣାର ଅଳ୍ପ ସମୟ ପରେ ସେହି ସ୍ଥାନରେ ୨ଟି ଟ୍ରକ ମଧ୍ୟରେ ମୁହାଁ ମୁହିଁ ହୋଇଛି। ଗୋଟିଏ ଟ୍ରକ ଜଣେ ବାଇକ ଆରୋହୀଙ୍କୁ ବଂଚାଇବାକୁ ଯାଇ ଅନ୍ୟ ଏକ ଟ୍ରକ୍ ସହିତ ମୁହାଁମୁହିଁ ଧକ୍କା ଦେଇଛି। ଫଳରେ ଏହି ଘଟଣାରେ ଜଣେ ଟ୍ରକ ଚାଳକ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାରୁ ବର୍ତ୍ତି ଥିବା ଟ୍ରକ ଚାଳକ ଏବଂ ତାଙ୍କର ହେଲ୍ପର ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି।