କଟକ: ପଡ଼ିଆରେ ଖେଳୁଥିଲେ ୨ ଛାତ୍ର, ବଜ୍ରାଘାତରେ ମୃତ୍ୟୁ

କଟକ: ମୃତ୍ୟୁ କେତେବେଳେ କେମିିତି ଆସିବ କେହି କହିପାରିବେ ନାହିଁ। ଏମିତି ଏକ ଅଭାବନୀୟ ଘଟଣା ଶୁକ୍ରବାର ସନ୍ଧ୍ୟାରେ ଘଟିଛି। କଟକର ଟାଙ୍ଗୀ ଅଚଂଳରେ ପଡ଼ିଆରେ ଖେଳୁଥିବା ବେଳେ ବଜ୍ରାଘାତ ହେବାରୁ ୨ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। କନ୍ଧମାଳ ଜିଲ୍ଲାର ଶିଶିର ଦିଗଲ ଓ ନୟାଗଡ଼ ଜିଲ୍ଲାର ବିଭୂତି ନାୟକ ମୃତୁର ଶିକାର ହୋଇଛନ୍ତି। ସ୍କିଲ୍‌ ଡେଭଲପମେଣ୍ଟ ଟ୍ରେନିଂ ପାଇଁ ଉଭୟ ବାଳକ କଟକର ଟାଙ୍ଗୀକୁ ଆସିଥିଲୋ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର