ଚାଷ ଜମିରେ ବସଷ୍ଟପ ନିର୍ମାଣକୁ ବିରୋଧ, ଜିଲ୍ଲାପାଳଙ୍କୁ ଭେଟିଲେ  ୪ଟି ଗାଁରଲୋକେ 

କୋରାପୁଟ: ଚାଷ ଜମିରେ ଭାରତମାଳା ପ୍ରକଳ୍ପର ବସଷ୍ଟପ ନିର୍ମାଣକୁ ବିରୋଧ କରାଯାଇଛି। ଆଜି କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସେମିଳିଗୁଡା ବ୍ଲକ ଅନ୍ତର୍ଗତ ହାଟଗୁଡା ପଂଚାୟତର ଚାରିଖଣ୍ଡ ଗ୍ରାମବାସୀ ଭାରତମାଳା ନିର୍ମାଣ ପ୍ରକଳ୍ପର ବସଷ୍ଟପ ମ୍ୟାପକୁ ନେଇ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି ।

ଛତିଶଗଡରୁ-ଆନ୍ଧ୍ରାକୁ ଯାଉଥିବା ଭାରତମାଳା ପ୍ରକଳ୍ପର ଚାରିଥାକିଆ ରାସ୍ତାର ଏକ ବସଷ୍ଟପ ନିର୍ମାଣକୁ ନେଇ ଦେଖାଦେଇଛି ଅସନ୍ତୋଷ। ହାଟଗୁଡା ପଂଚାୟତର ପୂଜାରୀପୁଟ, ରାମନାୟକ ପୁଟ, ଗାଡିଖାମରା ଓ ହାଟଗୁଡା ଗ୍ରାମ ମଧ୍ୟଦେଇ ଯିବ ପ୍ରକଳ୍ପର ରାସ୍ତା, ହେଲେ ଚାଷ ଜମିରେ ତିଆରି ହେବ ବସଷ୍ଟପ । ଏହା ହେଲେ ଚାରିଖଣ୍ଡ ଗ୍ରାମର ବହୁତ ଚାଷ ଜମି ନଷ୍ଟ ହେବ । ଜୀବନ ଜୀବିକା ଉପରେ ପଡିବ ପ୍ରବାବ ।ତେଣୁ ଏହାକୁ ୧କିଲୋମିଟର ଫଛକୁ କିମ୍ବା ଆଗକୁ କରାଯିବା ପାଇଁ ଏକ ଲିଖିତ ଅଭିଯୋଗ ପ୍ରଦାନ କରିଛନ୍ତି ଚାରିଖଣ୍ଡ ଗ୍ରାମର ଗ୍ରାମବାସୀ । ଯଦି ବସଷ୍ଟପ ର ନକ୍ସା ନବଦଳାଯାଏ ଆଗାମୀ ଦିନରେ ଏକ ବିରାଟ ଆନ୍ଦୋଳନ କରାଯିବ ବୋଲି ଜନୁ ପୂଜାରୀ, ଉଦ୍ଧବ ବୁରୁଡି, ଡମୁ ବୁରୁଡି ଲଖିନାଥ ଖରା ଓ ପ୍ରହଲ୍ଲାଦ ପାତ୍ର ପ୍ରମୁଖ କହିଛନ୍ତି ।

ସମ୍ବନ୍ଧିତ ଖବର