ରବି ଚାଷ ପାଇଁ ଉପରକୋଲାବରୁ ଛଡାଗଲା ପାଣି: ୮ ଦିନ ପରେ ବି ତଳମୁଣ୍ଡକୁ ପହଞ୍ଚିନି

ଜୟପୁର: ଖରିଫ ସରିବା ପରେ ରବି ଚାଷ ପାଇଁ ଚାଷଙ୍କ ପ୍ରସ୍ତୁତି ଜୋର ଧରିଛି। ଖରିଫ ଓ ରବି ଚାଷ କରୁଥିବା ଚାଷୀ ମାନେ ନିଜ ନିଜ ଜମିରେ ପାଣି ଛାଡିବା ସହ ବିହନ ବୁଣିବା ପାଇଁ ପ୍ରସ୍ତୁତି ଆରମ୍ଭ କଲେଣି। ଗତ ୧୯ତାରିଖ ଦିନ ପାଣି ଛଡା ଯାଇଥିବା ବେଳେ ୮ଦିନ ପରେ ବି ମୁଖ୍ୟ କେନାଲରେ ତଳମୁଣ୍ଡ କୋଟପାଡ ଅଂଚଳକୁ ପାଣି ପହଚିଂ ପାରିନି। କେବଳ ତଳମୁଣ୍ଡ ହିଁ ନୁହଁ ଜୟପୁର ଓ ବୋରିଗୁମ୍ମା ବ୍ଲକରେ ସବକେନାଲ ଆଦିରେ ବି ଜମି ଗୁଡିକୁ ପାଣି ପହଚିଂନି।

ଅନ୍ୟପକ୍ଷରେ ଚାଷୀ ମାନେ ‌ବିଭିନ୍ନ ନାଳ ଆଦିରୁ ପାଣି ମୋଟର ଲଗାଇ ଜମିରେ ପାଣି ମଡ଼ାଉଥିବା ଦେଖିବାକୁ ମିଳିଛି। ଏହି ବର୍ଷ ରବିରେ ୨୩ହଜାର ୬୦୦ହେକ୍ଟର ଜମିରେ ପାଣି ଯୋଗାଇବା ଲକ୍ଷ୍ୟ ରଖାଯାଇଥିଲା। ପ୍ରାରମ୍ଭିକ ଭାବେ ବୋରିଗୁମ୍ମା ଏବଂ ଜୟପୁର ବ୍ଲକରେ ପାଣି ଯୋଗାଇବା ପରେ ଧିରେ ଧିରେ କୋଟପାଡ ବ୍ଲକରେ ଥିବା ଶେଷ ମୁଣ୍ଡରେ ପାଣି ପହଚାଂଇବାକୁ ଯୋଜନା କରାଯାଇଥିଲା। ଏହି ବର୍ଷ ଭଲ ବର୍ଷା‌ ଉପରକୋଲାବ ଜଳଭଣ୍ଡାରରେ ୮୫୨ମିଟର ପାଣି ଅଛି।

ଗତ ବର୍ଷ ୮୫୮ମିଟର ପାଣି ରହିଥିବା ବେଳେ ଏବେ  ଧାର୍ଯ୍ୟ ଠାରୁ ୧୬ଫୁଟ ପାଣି କମ୍ ରହିଛି। ଏହା ସହ ଜୟପୁର ସହରରେ ପାଣି ଯୋଗାଣ ଓ ଏବଂ ବିଦ୍ୟୁତ ଉତ୍ପାଦନ ପାଇଁ ବି ପାଣି ଛଡାଯାଉଛି। ତେଣୁ ଜଳଭଣ୍ଡାରର ପାଣି କମିବାରେ ଲାଗିଛି। ତଳମୁଣ୍ଡରେ ପାଣି ପହଚିଂଥିବ ତେବେ କିଛିକାଂଶ ସବକେନାଲ ଆଦିରେ ପାଣି ପହଚିଂବାକୁ ଠିକେ ସମୟ ଲାଗିବ ବୋଲି କହିଛନ୍ତି ଉପରକୋଲାବ ଡ୍ୟାମ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଇଂ ସରୋଜ ସାହୁ।

 

 

 

ସମ୍ବନ୍ଧିତ ଖବର