ମଣ୍ଡି ଟାର୍ଗେଟ ଆଉ ୪ଲକ୍ଷ କୁଇଣ୍ଟାଲ ବଢ଼ିଲା: କୋରାପୁଟ ଉପଖଣ୍ଡର ପାଡୱା ଲ୍ୟାମ୍ପ ମଂଜିଟିଏ ବି କିଣିନି

୧୬ହଜାର ୩୩୮ଚାଷୀଙ୍କ ଠାରୁ ୧୪ଲକ୍ଷ ୫୧ହଜାର ୬୮୦କୁଇଣ୍ଟାଲ ଧାନ କିଣା ସରିଲା

ଜୟପୁର: ଧିରେ ସୁସ୍ଥେ ଚାଳିଛି ମଣ୍ଡି। ପୂର୍ବବର୍ଷ ଭଳି କଟନିଛଟନି ବିବାଦ ଦେଖା ଦେଇନି। ତେବେ ଏହା  ଧାନ କ୍ରୟକାରୀ ସଂସ୍ଥା–ମିଲର୍ସ- ଚାଷୀଙ୍କ ସହମତିରେ ଚାଳିଛି। ତେବେ ଏହା ବାଦେ ବି ଚାଷୀମାନେ ଏହାକୁ ବିରୋଧ ନ କରି ଅଯଥା ଝଂଝଟରେ ନ ପଢ଼ି ଆରମରେ କିଭଳି ଧାନ ବିକ୍ରୀ କରିବେ ସେ ଚିନ୍ତାରେ ରହିଛନ୍ତି। ବହୁ କଷ୍ଠରେ ଏହାରି ମଧ୍ୟରେ କୋରାପୁଟ ଉପଖଣ୍ଡ‌ର  ପାଡୱା ଲ୍ୟାମ୍ପ ମଣ୍ଡିକୁ ବାଦ୍ ଦେଲେ ଅନ୍ୟ ସବୁ ମଣ୍ଡି ଆରମ୍ଭ ହୋଇଛି। ୪୫ଦିନ ପରେ ବି ପାଡୱା ଲ୍ୟାମ୍ପ ଅଧିନରେ ପଂଜିକରଣ କରିଥିବା ୨୦୫ଜଣ ଚାଷୀଙ୍କ ଠାରୁ ଗୋଟିଏ ବି ମଂଜି କିଣି ନି। ପୂର୍ବରୁ ରାଜ୍ୟ ଖାଦ୍ୟ ଯୋଗାଣ ଓଖାଉଟି କଲ୍ୟାଣ ବିଭାଗ ପକ୍ଷରୁ କ‌ୋ‌ରାପୁଟ ଜିଲ୍ଲା ପାଇଁ ୧୩ଲକ୍ଷ କୁଇଣ୍ଟାଲ ଧାନ କିଣିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ଦିଆଯାଇଥିଲା।

ଏହାରି ମଧ୍ୟରେ ରାଜ୍ୟ ସରକାର ଦ୍ବିତୀୟ ପର୍ଯ୍ୟାୟରେ ଆଉ ୪ଲକ୍ଷ କୁଇଣ୍ଟାଲ ଧାନ କିଣିବାକୁ ଲକ୍ଷ୍ୟ ଦେଇଛନ୍ତି। ସେଭଳି ଆଜି ପର୍ଯ୍ୟନ୍ତ ୧୯ଟି ଲ୍ୟାମ୍ପ, ୨୪ଟି ମହିଳା ସ୍ବୟଂ ସହାୟକ ଦଳ, ୨ଟି ପାଣି ପଂଚାୟତ ଦ୍ବାରା ୧୬ହଜାର ୩୩୮ଜଣ ଚାଷୀଙ୍କ ଠାରୁ ୧୪ଲକ୍ଷ ୫୧ହଜାର ୬୮୦କୁଇଣ୍ଟାଲ ଧାନ କିଣାଯାଇଥିବା ଜିଲ୍ଲା ଯୋଗାଣ ବିଭାଗ ସୂତ୍ରରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର