ପାରିବାରିକ କଳହର ପରିଣତି: ସ୍ୱାମୀଙ୍କୁ ଶିଳପୁଆରେ ଛେଚି ହତ୍ୟା କଲା ସ୍ତ୍ରୀ

 ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଗେଟ ବଜାର ଜଗିଲି ସାହିରେ ଗତ ଶୁକ୍ରବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ୱାମୀଙ୍କୁ ପଥରରେ ଛେଚି ସ୍ତ୍ରୀ ହତ୍ୟା କରଥିବା ଜଣାପଡ଼ିଛି। ମୃତ ବ୍ୟକ୍ତିଙ୍କ ନାମ ବନମାଳି ବେହେରା (୩୫) ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ବ୍ରହ୍ମପୁର ଗେଟ ବଜାର ଜଗିଲି ସାହିରେ ବନମାଳି ବହେରା ତାଙ୍କର ପତ୍ନୀ ଓ ଦୁଇ ପିଲାଙ୍କ ସହ ରହନ୍ତି। ତେବେ ବନମାଳି କିଛି ରୋଜଗାର କରନ୍ତି ନାହିଁ। ଆର୍ଥିକ ପରିସ୍ଥତିକୁ ନେଇ ଅନେକ ସମୟରେ ବନମାଳି ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗି ରହିଥାଏ। ଗତକାଲି ସନ୍ଧ୍ୟାରେ ବି ଦୁହିଁଙ୍କ ମଧ୍ୟରେ କୌଣସି କାରଣରୁ ନେଇ କହଳ ହୋଇଥିଲା। ଏଥିରେ ବନମାଳିଙ୍କ ସ୍ତ୍ରୀ ରାଗି ଯାଇଥିଲେ।

ଉପାୟ ନପାଇ ସ୍ତ୍ରୀ ଘରେ ପଡ଼ିଥିବା ଶିଳପୁଆକୁ ଧରି ସ୍ୱାମୀଙ୍କ ଉପରକୁ ଆକ୍ରମଣ କରିଥିଲେ। ସ୍ତ୍ରୀର ଶିଳପୁଆ ଆକ୍ରମଣରେ ସ୍ୱାମୀଙ୍କ ଘଟଣାସ୍ଥଳରେ ହିଁ ପ୍ରାଣବାୟୁ ଉଡ଼ି ଯାଇଥିଲା। ଏହି ହତ୍ୟା ଘଟଣାକୁ ନେଇ ପୁଲିସରେ ଅଭିଯୋଗ ହେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ବନମାଳିଙ୍କ ମୃତଦେହକୁ ଜବତ କରିବା ହତ୍ୟାକାରୀ ପତ୍ନୀଙ୍କୁ ଗିରଫ କରି ନେଇଛି।

ସମ୍ବନ୍ଧିତ ଖବର