କଳାହାଣ୍ଡି: ଗାଧୋଇ ଫେରୁଥିବା ବେଳେ ବଜ୍ରପାତରେ ମହିଳାଙ୍କ ମୃତ୍ୟୁ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ଟେମ୍ପ୍ରା ପଞ୍ଚାୟତ ଅନ୍ତର୍ଗତ ସିର୍ଲିଗୁଡ଼ି ଗାଁରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଘଟିଛି।  ଗାଁ ନିକଟସ୍ଥ କେନାଲରୁ ଗାଧୋଇ  ଫେରୁଥିବା ବେଳେ ଆକସ୍ମିକ ବଜ୍ରପାତ ହେବାରୁ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ମୃତ ମହିଳାଙ୍କ ନାମ ସଞ୍ଜୁକ୍ତା ବାରିକ( ୩୫ ବର୍ଷ)।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ କୋରାପୁଟ ଜିଲ୍ଲା କୋକସରା ଥାନା ଅଞ୍ଚଳରେ କାଳବୈଶାଖୀ ବର୍ଷା, ପବନ ସାଙ୍ଗକୁ ଘଡ଼ଘଡ଼ି ଓ ବିଜୁଳି ମାରିଥିଲା।  ବିଶେଷ କରି ଘନଘନ ବଜ୍ରପାତ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା। ଏହି ସମୟରେ ଗ୍ରାମର ସଞ୍ଜୁକ୍ତା ବାରିକ ନାମକ ଜଣେ ୩୫ ବର୍ଷୀୟ ମହିଳା ଗାଁ ପାଖ କେନାଲରୁ ଗାଧୋଇ ଘରକୁ ଫେରୁଥିବା ବେଳେ ଗାଁ ଦାଣ୍ଡରେ ତାଙ୍କ ଉପରେ ବଜ୍ରପାତ ହୋଇଥିିଲା ଓ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଏହାକୁ ନେଇ ଗ୍ରାମରେଏକ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ଖବରପାଇ କୋକସରା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିି ମୃତଦେହ ବ୍ୟବଛେଦ ପାଇଁ ପଠାଇବା ସହିତ ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର