ଭାଲୁ ଆକ୍ରମଣରେ ମହିଳା ଗୁରୁତର 

ପାପଡାହାଣ୍ଡି: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ପାତ୍ରୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ ତେନ୍ତୁଳିଗୁଡା ଜଙ୍ଗଲ ଠାରେ ଭାଲୁ ଆକ୍ରମଣରେ ଜଣେ ମହିଳା ଗୁରୁତର ହୋଇଛନ୍ତି ।

ସୂଚନା ଅନୁଯାୟୀ ତେନ୍ତୁଳିଗୁଡା ଗ୍ରାମର୍ ପ୍ରେମାଙ୍ଗିନୀ ବାଘ (୫୮) ଆଜି ସକାଳେ ୬ଟା ସମୟରେ ଶୌଚ ନିମନ୍ତେ ଗ୍ରାମ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ । ଶୌଚ କରି ଫେରିବା ସମୟରେ ଜଙ୍ଗଲ ଠାରେ ହଠାତ ଭାଲୁ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲା । ଭାଲୁ ଆକ୍ରମଣରେ ଜଙ୍ଘ  ଆଘାତ ଲାଗିଥିଲା। ପ୍ରେମାଙ୍ଗିନୀ ପ୍ରାଣ ବିକଳରେ ଚିତ୍କାର କରିଥିଲେ । ପ୍ରେମାଙ୍ଗିନୀ ଚିତ୍କାର ଶୁଣି ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରିଥିଲେ । ପରିବାର ସଦସ୍ୟ ୧୦୮ ଆମ୍ବୁଲାନ୍ସ ଯୋଗେ ପାପଡାହାଣ୍ଡି ଗୋଷ୍ଟି ସ୍ୱାସ୍ଥ କେନ୍ଦ୍ର ଆଣି ଭର୍ତ୍ତି କରିଥିଲେ ।ପ୍ରାଥମିକ ଚିକିତ୍ସା ପରେ ପ୍ରେମାଙ୍ଗିନୀ ସ୍ୱାସ୍ଥ ଅବସ୍ଥା ସ୍ଥିର ରହିଥିବା ସୂଚନା ମିଳିଛି ।

ସମ୍ବନ୍ଧିତ ଖବର