ନାବାଳିକା ଅପହରଣ ମାମଲାରେ ଯୁବକ ଗିରଫ

ଧଉଳି: ଉତରାଫାଣ୍ଡି ପୁଲିସ ଆଜି ନାବାଳିକା ଅପୖହରଣ ମାମଲାରେ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ଯୁବକ ହେଲେ କହ୍ନେଇ ମଲ୍ଲିକ (୨୫) । କହ୍ନେଇ ଜଣେ ୧୭ ବର୍ଷୀୟ ନାବାଳିକାକୁ ଅପହରଣ କରି ନେଇଥିବା ସଂପର୍କରେ ନାବାଳିକାର ବାପା ଥାନାରେ ଅଭିଯୋଗ କରିଥିଲେ । ୫ ମାସ ପୂର୍ବେ କହ୍ନେଇ ସଂପୃକ୍ତ ଯୁବତୀଙ୍କୁ ନେଇ ଫେରାର ହୋଇଯାଇଥିଲା । ପରେ ‌କହ୍ନେଇ ଯୁବତୀଙ୍କୁ ଆଣି ନିଜ ଘରେ ରଖିଥିଲା । ଖବର ପାଇ ପିପିଲି ଥାନା ପୁଲିସ ଗତକାଲି ଅତର୍କିତ ଚଢ଼ଉ କରି ଉଭୟଙ୍କୁ ଉଦ୍ଧାର କରିଥିଲା ।

ଆଜି ପିପିଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ତାଙ୍କର ଡାକ୍ତରୀ ପରୀକ୍ଷା କରାଯାଇଥିଲା । ଆସନ୍ତାକାଲି କହ୍ନେଇକୁ କୋର୍ଟ ଚାଲାଣ କରାଯିବ ବୋଲି ଉତରାଫାଣ୍ଡି ପୁଲିସ କହିଛି । ନାବାଳିକାଙ୍କ ଅଭିଯୋଗ ଆଧାରରେ  ନଂ ୧୨୬ରେ ମାମଲା ରୁଜୁ ହୋଇଥିଲା । କୋର୍ଟରେ ବିଚାରପତିଙ୍କ ଆଗରେ ନାବାଳିକାର ବୟାନକୁ ଭିତ୍ତିକରି ସେ ସୁଧାର ଘରକୁ ଯିବ କି ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର ହେବ  ସେନେଇ ଯାହା ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି ।

ସମ୍ବନ୍ଧିତ ଖବର