ଗୁଣି ଗାରେଡ଼ି ସନ୍ଦେହରେ ଯୁବକଙ୍କୁ ହତ୍ୟା, ଜଣେ ଅଟକ

ଲକ୍ଷ୍ମୀପୁର: ଗୁଣି ଗାରେଡିକୁ ନେଇ ଅନେକ ସଚେତନତା ସୃଷ୍ଟି କରାଯାଉଥିଲେ ମଧ୍ୟ କୋରାପୁଟ ଜିଲାର ଗ୍ରାମାଚଂଳରେ ଏହାର ବ୍ୟତିକ୍ରମ ହେଉଥିବା ଦେଖିବାକୁ ମିଳିଛି। ବନ୍ଧୁଗାଁ ଥାନା ଅନ୍ତର୍ଗତ କାନାଗାଁ ନିକଟରେ ଘଟିଛି ଏକ ଜଘନ୍ୟ ହତ୍ୟାକାଣ୍ଡ। ଗୁଣି ଗାରେଡି ସନ୍ଦେହ କରି ୱାଟେକା କୁମୁଟି ନାମକ ୩୫ ବର୍ଷିୟ ଯୁବକଙ୍କୁ ପଥରରେ ଛେଚି ହତ୍ୟା କରାଯାଇଛି। ବନ୍ଧୁଗାଁ ପୁଲିସ ଘଟଣାସ୍ଥଳରେ ପହଚିଂ ମୃତଦେହ ଜବତ କରି ଏହାକୁ ବ୍ୟବଛେଦ ସକାଶେ ପଠାଇଛି। ପୁଲିସ ଏହି ଘଟଣାରେ ଥିବା ସନ୍ଦେହରେ ଜଣକୁ ଅଟକ ରଖି ପଚରା ଉଚୁରା କରୁଛି।

ସୂଚନା ମୁତାବକ ଅଟକ ରଖାଯାଇଥିବା ବ୍ୟକ୍ତିଙ୍କ ଦାଦା ଦୀର୍ଘ ଦିନ ହେଲା ଅସୁସ୍ଥ ଭାବେ ଘରେ ପଡି ରହିଥିବା ବେଳେ ତାଙ୍କୁ ଗୁଣି କରାଯାଇଛି ବୋଲି ଚର୍ଚ୍ଚା ହେଉଥିଲା। ୱାଟେକା କୁମୁଟି ଗୁଣି କରିଥିବା ସନ୍ଦେହ କରିଗାଁ ନିକଟସ୍ଥ ବେଲାଗାଣ୍ଡା ଜଙ୍ଗଲରେ ଡାକି ନେଇ ହତ୍ୟା କରାଯାଇଥିଲା। ୱାଟେକା କୁମୁଟି ଆଗରୁ ଟାର୍ଗେଟ୍‌ରେ ରହିଥିବା ବେଳେ ନିଲା ବାଡି ଯାତ୍ରା ସକାଶେ ଆସି ଗାଁରେ ରହିଯାଇଥିଲା। ଏହାର ସୁଯୋଗ ନେଇ ତାକୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।

ସମ୍ବନ୍ଧିତ ଖବର