କରୋନା, ମା’ ଆଉ ଆମ ମୁଖ୍ୟମନ୍ତ୍ରୀ

ବାବାଜୀଚରଣ ପଟ୍ଟନାୟକ

୧୯ ମାର୍ଚ୍ଚ, ୨୦୨୦ ‘ସମ୍ବାଦ’ର ପ୍ରଥମ ପୃଷ୍ଠାରେ ଶୀର୍ଷ ସମ୍ବାଦର ନାଁ ଛପା ହୋଇଥାଏ- ‘କରୋନା ମୁକାବିଲା: ମାଆଙ୍କୁ ଦାୟିତ୍ବ ଦେଲେ ନବୀନ।’ ଏଭଳି ଶୀର୍ଷକ, ଯାହା ମନେ ପକାଇଛି; ତାହା ହେଉଛି, ମାନବ ସଭ୍ୟତାରେ ଆସିଥିବା ଝଞ୍ଜା, ଜୀବନ ପାଇଁ ସୃଷ୍ଟ ସଙ୍କଟ, ସ˚ସ୍କୃତି କ୍ଷେତ୍ରରେ ବିପର୍ଯ୍ୟୟ, ଧର୍ମ ଓ ଭାଷାର ସୁରକ୍ଷା ଆବଶ୍ୟକ ହେବା କାଳରେ କେଉଁଠୁ ନା କେଉଁଠୁ କାହାରି କାହାରି କଣ୍ଠରୁ ‘ମାଆର ଦାୟିତ୍ବ’ ଘେନି ଆଧୢାତ୍ମିକ ସ୍ବର ଶୁଭିଛି। ଏହି ଶୀର୍ଷ ଖବରରେ ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବର ଏହିଭଳି ଅଭିବ୍ୟକ୍ତ- ‘ଏଣୁ ମାଆମାନେ ଯେପରି ହାଡ଼ଫୁଟି ପାଇଁ ସମସ୍ତଙ୍କୁ ୧୪ ଦିନ ଅଲଗା ରଖି ଘରେ ଯତ୍ନ ନେଉଥିଲେ, ସେମିତି କରୋନା ପାଇଁ ମଧୢ ବ୍ୟବସ୍ଥା କରିବାକୁ ହେବ।’ ଜୀବନର ସର୍ଜନ କାହିଁକି, ସଞ୍ଚରଣ, ଏପରିକି ସ˚ହାରରେ ପୁନଃ ଜୀବନ ଉକୁଟେଇ ପାରୁଥିବା ସେବା-ସାମର୍ଥ୍ୟ ହିଁ ‘ମାଆ’ ଉଚ୍ଚାରଣରେ ପ୍ରତୀକିତ। ମାଆ ଡାକରେ ସେବା ପରାୟଣତାର ଅର୍ଥ ବ୍ୟଞ୍ଜିତ ହୁଏ। ମାଆ ମାତ୍ରକେ ଶାରୀରିକ ଓ ଲିଙ୍ଗ ଦୃଷ୍ଟିରୁ ନାରୀ। ସତ୍ୟାନୁସନ୍ଧାନ ଓ ଅହି˚ସ ମାର୍ଗାବଲମ୍ବନରେ ‘ସ୍ବରାଜ’ ସହଜ-ପ୍ରାପ୍ୟ ବୋଲି ଜାତିର ପିତା ମହାତ୍ମା ଗାନ୍ଧୀ ବାରମ୍ବାର ଦର୍ଶାଉଥିଲେ। ତାଙ୍କ ମତରେ ‘ନାରୀ ଅହି˚ସାର ଅବତାର, ତାର ସହିଷ୍ଣୁତା ଶକ୍ତି ଅସୀମ। ସେ ମଣିଷର ମାଆ। ମାଆ ପରି ସ୍ନେହଶୀଳା ଓ ତ୍ୟାଗୀ ଆଉ କିଏ ଅଛି?’ (ଗାନ୍ଧୀ, ବିବେକାନନ୍ଦ ଓ ଭାରତବର୍ଷ- ଶରତ କୁମାର ମହାନ୍ତି) ଭାରତ ବର୍ଷର ସ୍ବାଧୀନତା ଆନ୍ଦୋଳନରେ ଗାନ୍ଧୀଜୀଙ୍କ ସ୍ପୃଶ୍ୟ-ଅସ୍ପୃଶ୍ୟ ଭେଦ ସମାଜରୁ ଘୁଞ୍ଚେଇବା ପାଇଁ ଉଦ୍ୟମ ଏବ˚ ମହିଳାମାନଙ୍କୁ ସାମାଜିକ ଜୀବନରେ ପ୍ରାଧାନ୍ୟ ଦିଆଇବା ପାଇଁ ଆହ୍ବାନ, ଜନଜାଗରଣ ପାଇଁ କିଭଳି ମନ୍ତ୍ରତୁଲ୍ୟ କାମ କରିଥିଲା ତାହା ଅନୁମେୟ।

ବୋଧହୁଏ ଏଇଥିପାଇଁ ସମାଜ, ରାଜନୀତି ଓ ଗଣଜୀବନ ହିତକଳ୍ପେ ତାଙ୍କ ଅନ୍ତରରୁ ନିଃସୃତ ବାଣୀ ଶାଶ୍ବତ ଓ ଆଧୢାତ୍ମିକ। ପ୍ରସଙ୍ଗତଃ ଓଡ଼ିଆ ଭାଷା ଲୋପ କରାଯିବା ପାଇଁ ଫକୀର ମୋହନ ସେନାପତି (୧୮୪୩-୧୯୧୮)ଙ୍କ ସମକାଳରେ ଚଳୁଥିବା ଚକ୍ରାନ୍ତ ମାଆମାନଙ୍କ ଦ୍ବାରା ପ୍ରତିହତ ହେଉଛି ବୋଲି ଦର୍ଶାଯିବା, ଉଦ୍ଧାର କରିବା। ଫକୀରମୋହନ ‘ଆତ୍ମଚରିତ’ରେ ଲେଖିଛନ୍ତି- ‘ସମ୍ପ୍ରତି ଏହି ଅଞ୍ଚଳର ଇ˚‌େରଜୀ ପଢ଼ୁଆ ବାବୁମାନଙ୍କୁ ଓଡ଼ିଆ କହିବାକୁ ଅଡ଼ୁଆ ଲାଗୁଛି। ତେବେ କୁଳଲକ୍ଷ୍ମୀମାନଙ୍କ ଯୋଗେ ଅନ୍ତଃପୁର ମଧୢରୁ ଜାତୀୟ ଭାଷା ତଡ଼ିବାକୁ ସହଜରେ କୃତକାର୍ଯ୍ୟ ହୋଇପାରୁନାହାନ୍ତି।’’ ଭାଷା ଭଳି ସମାଜ ପାଇଁ ଯାହା ଯେତେବେଳେ ଯେପରି ଯେଉଁ ସମସ୍ୟାବଳୀ ଆସିଛି, ତହିଁକି ଢାଲ ହେଇଛନ୍ତି ମାଆମାନେ। ଓଡ଼ିଆ ଭାଷାଭାଷୀ ବସବାସ କରୁଥିବା ଅଞ୍ଚଳଗୁଡ଼ିକୁ ଗୋଟିଏ ପ୍ର‌େଦଶଭୁକ୍ତ କରାଯିବା ପାଇଁ ସ୍ବପ୍ନ ଦେଖୁଥିବା ମଧୁସୂଦନ ଦାସ (୧୮୪୮-୧୯୩୪) ୧୪ ମାର୍ଚ୍ଚ ୧୯୦୩ରେ ଏକ ଉଦ୍ୟାନ ମିଳନ ସଭା ଡକାଇଥାନ୍ତି ନିଜ କୋଠି ପରିସରକୁ। ଉଦ୍ଦେଶ୍ୟ- ମୟୂରଭଞ୍ଜ ରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେବ ଦିଲ୍ଲୀ ଦରବାରରେ ‘ମହାରାଜା’ ପଦବି ପ୍ରାପ୍ତ ହୋଇଥିବାରୁ ତାଙ୍କୁ ସମ୍ବର୍ଦ୍ଧନା ଜଣାଇବା। ଏହି ଉଦ୍ୟାନ ମିଳନରେ ବାଲେଶ୍ବର, ଖଲ୍ଲିକୋଟ, କନିକା, ମୟୂରଭଞ୍ଜ ରାଜା, କଟକ କମିସନର ଗୁପ୍ତ ସାହେବ ଆଦି ଯୋଗ ଦେଇଥାନ୍ତି। ଏହି ଅନୁଷ୍ଠାନରେ ମଧୁବାବୁ ଦେଇଥିବା ଭାଷଣ ‘ଉତ୍କଳ ଦୀପିକା’ ପତ୍ରିକାରେ ପ୍ରକାଶିତ। ମଧୁସୂଦନ ମାତା ସେବା ଏବ˚ ଯୋଗ୍ୟ ପୁଅର ଜନନୀ ହେତୁ କିଭଳି ଖ୍ୟାତି ଲାଭ କରେ, ତାହା ବିଶଦ ଭାବରେ ଦର୍ଶାଇଥିଲେ। ୨୧.୩.୧୯୦୩ ତାରିଖ ‘ଉତ୍କଳ ଦୀପିକା’ରୁ ମଧୁବାବୁଙ୍କ ଅଭିବ୍ୟକ୍ତି ଏହିଭଳି ଥିବା ଜଣାଯାଏ- ‘ସ୍ତ୍ରୀ ଲୋକ ଅର୍ଥ ଭବିଷ୍ୟତ ଜାତ ପୁତ୍ରର ମାତା। ସ୍ତ୍ରୀ ଲୋକ ଯୋଗ୍ୟ ପୁତ୍ର ଜାତ କରି ଆପେ ଧନ୍ୟା ହେବା ସଙ୍ଗେ ସଙ୍ଗେ ଦେଶର ମୁଖୋଜ୍ଜ୍ବଳ କରିବାରେ କାରଣ ହୁଅଇ।’ ଏହିଭଳି ଅନେକ ଉଦାହରଣ ମନେପଡ଼େ, ଆଜି ବିଶ୍ବ ପରିବେଶ କରୋନା ଆତଙ୍କରେ ବିମର୍ଷ ଦିଶୁଥିବା କାଳରେ, ଦେଶବାସୀ ଉଦ୍‌ବେଗ ଚିତ୍ତ ଅତିଷ୍ଠତା ଭୋଗୁଥିବା ବେଳେ, ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଦାନ କରିଥିବା ଦାୟିତ୍ବ (ଆଧୢାତ୍ମିକ ସ୍ବର)-‘କରୋନା ମୁକାବିଲା’- ମାଆଙ୍କ ଦାୟିତ୍ବ ‘ସମ୍ବାଦ’ରୁ ପଢ଼ିବା ବେଳେ ଆମ ପୁରାଣ ପରମ୍ପରାରେ ନାରୀର ସାମାଜିକ ବୈଶିଷ୍ଟ୍ୟ କେତେକେତେ ବାଗରେ ଫୁଟିଛି, ସବୁ ମନେ ପଡ଼ୁଛି (ଈଳା-ସୁଦ୍ୟୁମ୍ନ, ଭକ୍ତକବି ଜଗନ୍ନାଥ ଦାସ- ନାରୀରେ ନାରୀ, ପୁରୁଷେ ପୁରୁଷ କଥା) ଏଇଥିପାଇଁ ଯେ ମୁଖ୍ୟମନ୍ତ୍ରୀଙ୍କ ଦାୟିତ୍ବ ପ୍ରଦାନ ଆଧୢାତ୍ମିକ ଇଙ୍ଗିତ ସୂଚକ।

ବି/୪୯,ସେକ୍ଟର-୮, ସିଡିଏ,
କଟକ-୧୪
ମୋ-୯୪୩୭୩୧୯୯୧୪

ସମ୍ବନ୍ଧିତ ଖବର