‘ସେ ଥିଲେ ଭାରତବର୍ଷର ସ୍ବାର୍ଥ ପଥରେ ମହାକଣ୍ଟକ।’

Advertisment

ସେହି କଣ୍ଟାର ଯନ୍ତ୍ରଣାରୁ ମୁକ୍ତି ନପାଇବା ଯାଏ ନିଦ୍ରା ନଥିଲା ନାଥୁରାମ ଗଡ଼ସେ ଓ ତାଙ୍କ ସହଯୋଗୀମାନଙ୍କର। ହତ୍ୟା ଅଭିଯୋଗର କୈଫିୟତ ଦେବାକୁ ଯାଇ ନାଥୁରାମ ନ୍ୟାୟାଳୟରେ ଯେଉଁ ଆତ୍ମତୃପ୍ତିଭରା ଭାଷଣ ଦେଇଥିଲେ ତହିଁରେ ତାଙ୍କ କାର୍ଯ୍ୟକୁ ଭାରତବର୍ଷର ସ୍ବାଧୀନତା ସ˚ଗ୍ରାମର ଅବିସ୍ମରଣୀୟ ଅଧ୍ୟାୟ ବୋଲି ପ୍ରତିପାଦନ କରିବାକୁ ସେ ବଳିଷ୍ଠ ଯୁକ୍ତି ଉପସ୍ଥାପନ କରିଥିଲେ। ସେଭଳି ବ୍ୟକ୍ତିଙ୍କର ଏବେ ବହୁ ଭକ୍ତ ଏବ˚ ଅନୁରାଗୀ ଅଛନ୍ତି ଯେଉଁମାନେ ତାଙ୍କର ପ୍ରତିମୂର୍ତ୍ତିମାନ ପ୍ରତିଷ୍ଠା କରାଇବା ଲାଗି ପ୍ରଚେଷ୍ଟା ଚଳାଇଛନ୍ତି। ଏହା ନାଥୁରାମଙ୍କ ଆତ୍ମାକୁ ନିଶ୍ଚୟ ଶାନ୍ତି ଦେଉଥିବ।

ମୋହନ ଦାସ ଗୁଳିମାଡ଼ରୁ ରକ୍ଷା ପାଇଯାଇଥିଲେ, ସେ ତାଙ୍କୁ କ୍ଷମା ଦେଇଥାନ୍ତେ। କାରଣ ୧୯୪୮ ଜାନୁଆରି ୩୦ ତାରିଖ ପୂର୍ବରୁ ଦେଶର ପରିସ୍ଥିତି ଓ କ˚ଗ୍ରେସ ଦଳର ଦୁର୍ଗତିରେ ସେ ଅତିଷ୍ଠ ହୋଇଯାଇଥିଲେ। ହିନ୍ଦୁ ମୁସଲମାନମାନଙ୍କ ମଧ୍ୟରେ ସୌହାର୍ଦ୍ଦ୍ୟ ସୃଷ୍ଟି କରିବା ଲାଗି ସେ ଦୀର୍ଘକାଳ ଧରି ଯେଉଁ ଉଦ୍ୟମ କରିଆସୁଥିଲେ, ‘ଲଢକେ ଲେଙ୍ଗେ ପାକିସ୍ତାନ’ ନିନାଦରେ ତାହା ନିଶ୍ଚିହ୍ନ ହୋଇଯାଇଥିଲା। ପାକିସ୍ତାନରେ ଓ ଭାରତବର୍ଷରେ ବି ଦେଶ ବିଭାଜନର ପୂର୍ବକାଳର ହତ୍ୟା, ଧର୍ଷଣ ଆଦିରେ ସେ ଅଣନିଃଶ୍ବାସୀ ହୋଇପଡ଼ିଥିଲେ। ତାଙ୍କର ଅତ୍ୟନ୍ତ ସହଯୋଗୀ ପଟେଲ ଓ ନେହରୁ ଆଦି ତାଙ୍କ କଥାକୁ ଭ୍ରୂକ୍ଷେପ କରୁନଥିଲେ।

୧୯୪୭ ମସିହା ମଇ ୨୯ ତାରିଖ ଦିନ ପ୍ରାତଃଭ୍ରମଣ କାଳରେ ଜଣେ ସହଯୋଗୀ ଗାନ୍ଧୀଙ୍କୁ କହିଥିଲେ- ‘ଆପଣ ତ କହୁଥିଲେ ଯୁକ୍ତିସିଦ୍ଧ କରିପାରିଲେ, ସମଗ୍ର ଭାରତବର୍ଷ ପାକିସ୍ତାନରେ ପରିଣତ ହୋଇପାରିଲେ ଆପଣ ବ୍ୟସ୍ତ ହେବେନାହିଁ; କିନ୍ତୁ ବଳପୂର୍ବକ ଗୋଟିଏ ଇଞ୍ଚ ବି ନୁହେଁ। ଆପଣ, ଆପଣଙ୍କ ଘୋଷଣାରେ ଅଟଳ ରହିଛନ୍ତି। କିନ୍ତୁ କାର୍ଯ୍ୟକାରୀ କମିଟି କ’ଣ ସେ ବାଟରେ ଅଛି? ସେମାନେ ବଳ ଉପରେ ବିଶ୍ବାସୀ।... ଆପଣ ଆପଣଙ୍କ ଉପଦେଶ ପବନରେ ଉଡ଼ିଯାଉଛି।’ ଉତ୍ତରରେ ଗାନ୍ଧୀ କହିଥିଲେ- ‘ଆଜି ମୋ କଥା କିଏ ଶୁଣୁଛି?’ ସହକର୍ମୀଜଣକ କହିଥିଲେ : ନେତାମାନେ ନହେଲେ ନାହିଁ, ଲୋକେ ତ ଆପଣଙ୍କ ପଛରେ ଅଛନ୍ତି! ଗାନ୍ଧୀଜୀ: ସେମାନେ ବି ନାହାଁନ୍ତି। ମୋତେ କୁହାଯାଉଛି ହିମାଳୟକୁ ଚାଲିଯିବାକୁ। ପ୍ରତ୍ୟେକ ମୋ ଫଟୋ ଓ ପ୍ରତିକୃତିରେ ଫୁଲମାଳ ଦେବାକୁ ବ୍ୟସ୍ତ। ବାସ୍ତବରେ କେହି ମୋ ଉପଦେଶ ଅନୁସାରେ ଚାଲିବାକୁ ଚାହାଁନ୍ତି ନାହିଁ। (ପ୍ୟାରେଲାଲଙ୍କ ଲିଖିତ ‘ଦ ଲାଷ୍ଟ ଫେଜ୍‌’ର ଦ୍ବିିତୀୟ ଖଣ୍ତର ୨୦୯ ପୃଷ୍ଠା ଦ୍ରଷ୍ଟବ୍ୟ)।

କ˚ଗ୍ରେସ ଦଳର ନେତାମାନେ ଅହି˚ସାକୁ ଜୀବନର ନୀତି ଭାବରେ ସବୁ କ୍ଷେତ୍ରରେ ପ୍ରୟୋଗ କଲାଭଳି ନନେଇ ପରାକ୍ରମୀ ବିଦେଶୀ ଶାସନ ଠାରୁ ମୁକ୍ତିର ଆୟୁଧ ଭାବରେ ଗ୍ରହଣ କରୁଥିଲେ ବୋଲି ତାଙ୍କର ଦୃଢ଼ ଧାରଣା ହୋଇଗଲା। ୧୨୫ ବର୍ଷ ବଞ୍ଚି ଭାରତବର୍ଷକୁ ନୂଆ ଢଙ୍ଗରେ ଗଢ଼ିବାର ସ୍ବପ୍ନ ଆଉ ତାଙ୍କର ନଥିଲା। ଏଭଳି ପରିସ୍ଥିତିରେ ରୋଗରେ ନ ମରି ଜଣେ ସହିଦ ଭାବରେ ମରିବା ତାଙ୍କ ପାଇଁ ନିଶ୍ଚୟ ଆଶୀର୍ବାଦ ହୋଇଯାଇଥିଲା। ସେପର୍ଯ୍ୟନ୍ତ ସେ ଥିଲେ ଭାରତବାସୀଙ୍କ ଲାଗି ମହାତ୍ମା। ୧୯୪୮ ଜାନୁଆରି ୩୦ ତାରିଖର ନାଥୁରାମ ଗଡ଼ସେଙ୍କର ତିନି ଗୁଳି ତାଙ୍କୁ ସମଗ୍ର ବିଶ୍ବର ବନ୍ଦନୀୟ ମହାତ୍ମା ଆସନରେ ଅଧିଷ୍ଠିତ କରିଦେଇଥିଲା।

ତଥାଗତ ବୁଦ୍ଧ ଚୁନ୍ଦ ଘରୁ ଶୂକର ମା˚ସ ଖାଇ ଅସୁସ୍ଥ ହୋଇ ଦେହତ୍ୟାଗ କରିଥିଲେ। ବୌଦ୍ଧ ସନ୍ନ୍ୟାସୀମାନେ ନିରାମିଷାହାରୀ ଥିଲେ ହେଁ, ଭିକ୍ଷାବେଳେ କେହି ଆମିଷ ଖାଦ୍ୟ ଦେଲେ ତାହାକୁ ଗ୍ରହଣ କରୁଥିଲେ। ତେଣୁ ବୁଦ୍ଧ ଲାଳସା ବଶତଃ ଶୂକର ମା˚ସ ଖାଇ ନଥିଲେ; ବର˚ ଭିକ୍ଷାର୍ଥୀ ଅତିଥି ସେବାକାରୀର ଦାନକୁ ନିର୍ବିଚାରରେ ଗ୍ରହଣ କରିବାର ନୀତି ଯୋଗୁ ବୁଦ୍ଧ ତାହାକୁ ମନା କରିନଥିଲେ। ଚୁନ୍ଦ ତଥାଗତଙ୍କ ମୃତ୍ୟୁ ପାଇଁ ଦାୟୀ ବୋଲି ଶିଷ୍ୟମାନେ ତାଙ୍କୁ ଭର୍ତ୍ସନା କରିବେ ବୋଲି ବୁଦ୍ଧଙ୍କର ଆଶଙ୍କା ଥିଲା। ଏଣୁ ସେ ଆନନ୍ଦ ଆଦି ଅତ୍ୟନ୍ତ ବିଶ୍ବସ୍ତ ଶିଷ୍ୟମାନଙ୍କୁ ଚୁନ୍ଦକୁ ଭର୍ତ୍ସନା ନ କରିବା ପାଇଁ କହିଥିଲେ। ଠିକ୍‌ ସେହିପରି ନାଥୁରାମଙ୍କ ତିନି ଗୁଳିରେ ପ୍ରାଣ ନ ହରାଇ ଯଦି ଗାନ୍ଧୀ ବଞ୍ଚିଯାଇଥାନ୍ତେ ତ ସେ କହିଥାନ୍ତେ ଯେ ନାଥୁରାମ ତ ତାଙ୍କ ବିବ୍ରତ ଓ ସମସ୍ୟା କ୍ଳାନ୍ତ ଶରୀରକୁ ବନ୍ଧନରୁ ମୁକ୍ତିଦେବା କାମଟି କରୁଥିଲେ; ଯାହା ତାଙ୍କ ପାଇଁ ମଙ୍ଗଳକର ହୋଇଥାନ୍ତା। ଏହା ପୂର୍ବରୁ ସେ କଥା ପ୍ରସଙ୍ଗରେ କହିଥିଲେ ଯେ ତାଙ୍କର କେହି ଶତ୍ରୁ ନାହିଁ। ବିଚାରର ଶୀର୍ଷ ସ୍ଥାନରେ ପହଞ୍ଚିଲେ ହେଁ ମଣିଷ ଏପରି କହିପାରେ।

ଗାନ୍ଧୀଙ୍କର ଏଭଳି ମୃତ୍ୟୁରେ ସେ ଅମର ହୋଇଗଲେ; କିନ୍ତୁ ଭାରତବର୍ଷର ଅଶେଷ କ୍ଷତି ଘଟିଲା। ସ୍ବାଧୀନତା ଆନ୍ଦୋଳନର ଦୀର୍ଘ ଅବଧି ମଧ୍ୟରେ ସେ ଯୁଗ ଯୁଗ ଧରି ପରାଧୀନତା ଓ ସାମନ୍ତବାଦୀ ବାତାବରଣ ମଧ୍ୟରେ ରହିଆସିଥିବା ଭାରତବାସୀଙ୍କ ମଧ୍ୟରେ ନୂଆ ବିଚାର ଓ ଅଭ୍ୟାସର ପ୍ରୟୋଗ କରିଥିଲେ। ସେ ସବୁବେଳେ କହୁଥିଲେ ମୁଷ୍ଟିମେୟ ବିଦେଶୀ ସୈନ୍ୟକୁ ନେଇ ଇ˚ରେଜମାନେ ଏ ଦେଶକୁ ଦଖଲ କରି ଶାସନ କରିପାରିନଥାନ୍ତେ। ଭାରତବାସୀମାନଙ୍କର ପରସ୍ପର ମଧ୍ୟରେ ବିବାଦ, ଅସହିଷ୍ଣୁତା, ଦେଶପ୍ରୀତିହୀନତା, ଆଳସ୍ୟ ଏବ˚ କୁସ˚ସ୍କାର ଯୋଗୁ ଏଡ଼େବଡ଼ ଜାତିକୁ ସେମାନେ ପରାଧୀନ କରି ରଖିପାରିଛନ୍ତି। ଏଥିଲାଗି ଶିକ୍ଷା, ସ୍ବାସ୍ଥ୍ୟ, ଦାରିଦ୍ର୍ୟ ନିରାକରଣ, ନାଗରିକବୋଧ, ଦେଶପ୍ରୀତି ଆଦି ଜୀବନର ସବୁ ଦିଗର ବିକଳ୍ପ ମାର୍ଗର କାମ ସେ ଆରମ୍ଭ କରିଦେଇଥିଲେ। ଚୌରିଚୌରା ଘଟଣା ପରେ ସେ ସ˚ଗ୍ରାମୀମାନଙ୍କୁ ଉପରୋକ୍ତ ଲକ୍ଷ୍ୟ ସାଧନ ଲାଗି ବିକଳ୍ପ କର୍ମ ତାଲିମ ବ୍ୟବସ୍ଥା କରିଥିଲେ। ଯାହାକୁ କୁହାଯାଉଥିଲା ଗଠନମୂଳକ କାର୍ଯ୍ୟକ୍ରମ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପୃଥିବୀର ଯେଉଁ ଯେଉଁ ଦେଶର ସ୍ବାଧୀନତା ସ˚ଗ୍ରାମରେ ଯେଉଁ ନେତାମାନେ ସର୍ବୋଚ୍ଚ ନେତୃତ୍ବ ଦେଇଆସୁଛନ୍ତି ସେମାନେ ସମସ୍ତେ ସ୍ବାଧୀନତାପ୍ରାପ୍ତି ପରେ ରାଷ୍ଟ୍ରମୁଖ୍ୟ ହୋଇଛନ୍ତି। ଗାନ୍ଧୀ ଖାଲି ତାହାର ବ୍ୟତିକ୍ରମ ନୁହଁନ୍ତି, ସେ ତାଙ୍କ ରାଜନୀତିକ ଗୁରୁ ଗୋଖ‌େଲଙ୍କ ଠାରୁ ଗୋଟିଏ ପାହାଚ ଉଠି କୌଣସି ନିର୍ବାଚନରେ ନିଜେ ପ୍ରତିଦ୍ବନ୍ଦ୍ବିତା ବି କରିନଥିଲେ। ଜାତୀୟ ଆନ୍ଦୋଳନର ଏହି ମହାନ ନେତା ଓ ଦିଗ୍‌ଦର୍ଶକଙ୍କର ବିଶ୍ବ ଦୃଷ୍ଟିଭଙ୍ଗୀ ଜୀବନ ଯାତ୍ରାରେ ବୈଶିଷ୍ଟ୍ୟ ଥିଲା। ବୁଦ୍ଧଙ୍କ ପରେ ସମଗ୍ର ବିଶ୍ବରେ ସେ ଅହି˚ସାର ବାଣୀ ଖାଲି ପ୍ରଚାର କରିନଥିଲେ, ନିଜ ଜୀବନରେ ଓ କାର୍ଯ୍ୟରେ ସେସବୁ ପ୍ରୟୋଗ କରିଥିଲେ। ମଣିଷ ଓ ପ୍ରାଣୀଙ୍କ ପ୍ରତି ତାଙ୍କ ଗଭୀର ସମ୍ବେଦନଶୀଳତା ତାଙ୍କ ଜୀବନଚର୍ଯ୍ୟାରୁ ଜଣାପଡ଼େ। ଆଧୁନିକ ମଣିଷର ଭୋଗବାଦକୁ ସେ ଲକ୍ଷ୍ୟ କରି କହୁଥିଲେ ମଣିଷର ଆବଶ୍ୟକତା ଲାଗି ପ୍ରକୃତି ତା’ ପାଇଁ ଯଥେଷ୍ଟ ଉପାଦାନ ରଖିଛି। କିନ୍ତୁ ତାର ଭୋଗର ତୃଷ୍ଣା ପାଇଁ ବିଶ୍ବର ସମ୍ବଳ ବି ନିଅଣ୍ଟ। କିନ୍ତୁ ଆଜିର ଆଧୁନିକ ମଣିଷର ଆବଶ୍ୟକତାରେ ଭୋଗ ଏତେ ବଢ଼ିଯାଇଛି ଯେ, ତାକୁ କମାଇବା ବିଭିନ୍ନ ସରକାରଙ୍କ ଚିନ୍ତାର ବିଷୟ ହୋଇପଡ଼ିଛି। ଏ ଦିଗରେ ସ୍ବିଡେନର ୧୮ ବର୍ଷୀୟା ବାଳିକା ଗ୍ରେଟା ଥନବର୍ଗ ସମଗ୍ର ବିଶ୍ବର ଦୃଷ୍ଟି ଆକର୍ଷଣ କରିଛନ୍ତି। ମାର୍ଟିନ ଲୁଥର କିଙ୍ଗ୍‌ ଓ ନେଲ୍‌ସନ୍‌ ମାଣ୍ତେଲାଙ୍କ ପରେ ତାଙ୍କୁ ହିଁ କୁହାଯିବ ଗାନ୍ଧୀବାଦର ତରୁଣତମ ପଦାଙ୍କଚାରୀ।
(ଏକ ଦୀର୍ଘ ରଚନାର ସଂପାଦିତ ଅଂଶ)

ସଭାପତି, ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ
ମୋ : ୯୯୩୮୮୯୩୪୪୫