ଜନଜାତିର ପିଲାମାନଙ୍କ ପାଇଁ ମାତୃଭାଷା-ଭିତ୍ତିକ ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମ ‘‘ସ˚ହତି’’ ଓଡ଼ିଶା ସରକାରଙ୍କ ଦ୍ବାରା ଘୋଷିତ ହେଲା। ଏହି କାର୍ଯ୍ୟକ୍ରମ ଏବ˚ ଜନଜାତିର ଛାତ୍ରଛାତ୍ରୀମାନଙ୍କ ପାଇଁ ଅନ୍ୟାନ୍ୟ ସରକାରୀ ଅନୁଦାନର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ବକ୍ତବ୍ୟ ରଖିଲେ ଯେ ମାତୃଭାଷା ମାଧୢମରେ ଶିକ୍ଷା ବିଜ୍ଞାନସମ୍ମତ ଓ ସର୍ବୋତ୍ତମ; ତେଣୁ ଏଣିକି ଜନଜାତିର ପିଲାମାନେ ଆଦିବାସୀ ଭାଷାମାନଙ୍କରେ ପ୍ରାଥମିକ ସ୍ତରର ଶିକ୍ଷା ଲାଭ କରିବେ। ଏ ଘୋଷଣା ନିଶ୍ଚୟ ସ୍ବାଗତଯୋଗ୍ୟ କାରଣ ଏହାହିଁ ଦୃଢ଼ ଗବେଷଣା ସିଦ୍ଧ ଓ ବିଶ୍ବସାରା ଆଦୃତ ପନ୍ଥା। ତେବେ, ଆଦିବାସୀ ପିଲାଙ୍କର ମାତୃଭାଷା-ମାଧୢମ ଶିକ୍ଷା କାର୍ଯ୍ୟକ୍ରମ ଯେ ଆମ ରାଜ୍ୟରେ ଏହି ‘‘ସ˚ହତି’’ କାର୍ଯ୍ୟକ୍ରମରୁ ଆରମ୍ଭ ହେଲା, ଏ ପ୍ରଚାରରେ କିଛିଟା ଅସ˚ଗତି ରହିଗଲା କାରଣ ବାସ୍ତବରେ ରାଜ୍ୟ ପାଇଁ ହୁଏତ କାର୍ଯ୍ୟକ୍ରମର ନାମକରଣ ନୂଆ, କିନ୍ତୁ ମାତୃଭାଷାରେ ଆଦିବାସୀ ପିଲାଙ୍କ ପ୍ରାଥମିକ ଶିକ୍ଷା ଓଡ଼ିଶାରେ ପୁରୁଣା। କୁହାଯାଏ ଯେ, ଗଣତନ୍ତ୍ରରେ ଜନତାଙ୍କର ସ୍ମରଣ ଶକ୍ତି ଖୁବ୍ କ୍ଷୀଣ ଏବ˚ ନେତାଙ୍କ ଅନେକ କାର୍ଯ୍ୟ-ଅକାର୍ଯ୍ୟ ସହଜରେ ପାସୋରା ହୋଇଯାଏ। ହେଲେ, ଏ କ୍ଷେତ୍ରରେ ‘‘ସ˚ହତି’’ କାର୍ଯ୍ୟକ୍ରମରେ ଅସ˚ଗତି ଏଇଆ ଯେ ଅମଲାତନ୍ତ୍ର ବଦଳିବା ସହିତ ଶାସନକଳର ସ୍ମରଣ ମଧୢ ବିଭ୍ରାନ୍ତ, କାରଣ ଆଦିବାସୀ ପିଲାଙ୍କ ପାଇଁ ମାତୃଭାଷାରେ ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମ ଓଡ଼ିଶାରେ ଚଉଦ ବର୍ଷର ପୁରୁଣା; ଏହି ଦଳୀୟ ସରକାରଙ୍କ ଆନୁକୂଲ୍ୟରେ ହିଁ ଏ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ୨୦୦୭ ମସିହାରେ ଏବ˚ ଏହାର ବିଧିବଦ୍ଧ, ନୀତିଗତ ସ୍ବୀକୃତି ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ୨୦୧୪ ମସିହା ଜୁଲାଇ ୧ ତାରିଖ ଦିନ ସରକାରୀ ବିଶେଷ ଗେଜେଟ୍ ବିଜ୍ଞପ୍ତିରେ ପ୍ରକାଶିତ ହୋଇଥିଲା। ଗେଜେଟ୍ ବିଜ୍ଞପ୍ତିର ଆରମ୍ଭରୁ ଉଲ୍ଲେଖ ଥିଲା ଯେ, ‘‘ଆଦିବାସୀ ଜନସ˚ଖ୍ୟା ଓଡ଼ିଶା ଜନସ˚ଖ୍ୟାର ୨୧.୧୩ ପ୍ରତିଶତ (ତତ୍କାଳୀନ ପରିସ˚ଖ୍ୟାନ ଅନୁସାରେ)। ଶିକ୍ଷଣ ପ୍ରକ୍ରିୟାରେ ଆଦିବାସୀ ପିଲାଙ୍କର ଭାଷାଗତ ବ୍ୟବଧାନ ସମସ୍ୟାର ମୁକାବିଲା କରିବା ପାଇଁ ଏବ˚ ବିଜ୍ଞାନ ସିଦ୍ଧ ଭାବରେ ମାତୃଭାଷାର ମୂଳଦୁଆ ଦ୍ବାରା ପିଲାଙ୍କର ବୌଦ୍ଧିକ ଏବ˚ ଚିନ୍ତନ ଶକ୍ତିର ବିକାଶ ତଥା ଅନ୍ୟ ଭାଷାମାନଙ୍କରେ ଦକ୍ଷତା ହାସଲ ପାଇଁ ରାଜ୍ୟ ସରକାର ପ୍ରାଥମିକ ସ୍ତରରେ ୨୦୦୭ ମସିହାରୁ ମାତୃଭାଷା-ଭିତ୍ତିକ ବହୁଭାଷୀ ଶିକ୍ଷା କାର୍ଯ୍ୟକ୍ରମ ପ୍ରଚଳିତ କରିଛନ୍ତି।’’ ଏହି କାର୍ଯ୍ୟକ୍ରମକୁ ସୁଗମ ଓ ତ୍ବରାନ୍ବିତ କରିବା ଲକ୍ଷ୍ୟରେ ସରକାର କେତେକ ନୀତିଗତ ନିଷ୍ପତ୍ତି ନେଇଥିଲେ ଯାହା ୩୫ଟି ସିଦ୍ଧାନ୍ତ ଭାବରେ ଏହି ଗେଜେଟ୍ ବିଜ୍ଞପ୍ତିରେ ପ୍ରକାଶିତ ହୋଇଥିଲା।
୨୦୦୭ରୁ ଆରମ୍ଭ ହୋଇଥିବା ଜନଜାତି ପିଲାଙ୍କ ପାଇଁ ମାତୃଭାଷା-ଭିତ୍ତିକ ଶିକ୍ଷା କାର୍ଯ୍ୟକ୍ରମକୁ ଅବିରତ ଭାବରେ ଚାଲୁ ରଖି ପର୍ଯ୍ୟାୟ କ୍ରମେ ରାଜ୍ୟର ସମସ୍ତ ଆଦିବାସୀ ପିଲାଙ୍କ ପାଇଁ ଉପଲବ୍ଧ କରାଇବା ଥିଲା ଉପଯୁକ୍ତ ଗେଜେଟ୍ ଘୋଷଣାର ପ୍ରଥମ ପ୍ରତିଶ୍ରୁତି। ସୁଖର କଥା ଯେ କାର୍ଯ୍ୟକ୍ରମରେ ସରକାରୀ ପ୍ରାଥମିକତା ହ୍ରାସ ହୋଇ କିଛିଟା ଶିଥିଳତା ଆସିଥିଲେ ମଧୢ ଏବ˚ ଆଶାନୁରୂପ ବିସ୍ତାର ହୋଇନଥିଲେ ମଧୢ, ସରକାରଙ୍କ ଓଡ଼ିଶା ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓପେପା) ଆନୁକୂଲ୍ୟରେ ପରିଚାଳିତ ମାତୃଭାଷା-ଭିତ୍ତିିକ ବହୁଭାଷୀ ଶିକ୍ଷା କାର୍ଯ୍ୟକ୍ରମ ବିଗତ ୧୪ ବର୍ଷ ମଧୢରେ ସମ୍ପ୍ରସାରିତ ହୋଇଛି। ୨୦୦୭ ମସିହାରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଦଶଟି ଆଦିବାସୀ ଭାଷାରେ ଏବ˚ ୧୯୫ଟି ପ୍ରାଥମିକ ବିଦ୍ୟାଳୟରେ। ସର୍ବଶେଷ ଉପଲବ୍ଧ ତଥ୍ୟ ଅନୁସାରେ ଏହି କାର୍ଯ୍ୟକ୍ରମ ପର୍ଯ୍ୟାୟ କ୍ରମେ ସ˚ପ୍ରସାରିତ ହୋଇ ୨୧ଟି ଆଦିବାସୀ ଭାଷାରେ ମାତୃଭାଷା ଶିକ୍ଷା ୧୪୮୫ଟି ପ୍ରାଥମିକ ବିଦ୍ୟାଳୟରେ ପ୍ରଚଳିତ ହେଉଛି ଏବ˚ ପ୍ରାୟ ଦେଢ଼ ଲକ୍ଷ ଆଦିବାସୀ ପିଲା ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଏଥିରେ ଶିକ୍ଷା ଲାଭ କରିଛନ୍ତି। ଏକଥା ମଧୢ ଉଲ୍ଲେଖଯୋଗ୍ୟ ଯେ ଏହି ଆଦିବାସୀ ଭାଷାଭାଷୀ ଗୋଷ୍ଠୀରୁ ୩୫୩୩ ଜଣ ଶିକ୍ଷକ ଏହି କାର୍ଯ୍ୟକ୍ରମରେ ବିଶେଷ ଭାବରେ ନିଯୁକ୍ତ ହୋଇଛନ୍ତି। ଏ ସମସ୍ତ ସ˚ଖ୍ୟା ହୁଏତ ନିକଟରେ ଅଧିକ ପରିବର୍ଦ୍ଧିତ ହୋଇଥାଇପାରେ। କାର୍ଯ୍ୟକ୍ରମର ସୁଫଳ ବିଭିନ୍ନ ମୂଲ୍ୟାୟନରେ ପ୍ରମାଣିତ ହୋଇଛି। ବିଶେଷ କରି, ଜାତୀୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ଏନ୍.ସି.ଇ.ଆର୍.ଟି ଦ୍ବାରା ବିଶେଷ ମୂଲ୍ୟାୟନର ୨୦୧୧ ରିପୋର୍ଟରେ ଏହା ସ୍ପଷ୍ଟ ଭାବରେ ପ୍ରମାଣିତ ଯେ ଏହି କାର୍ଯ୍ୟକ୍ରମ ଫଳରେ ଆଦିବାସୀ ପିଲାଙ୍କ ଶିକ୍ଷା ଏବ˚ ଓଡ଼ିଆ ତଥା ଇ˚ରେଜୀ ଭାଷା ଦକ୍ଷତା ବିଶେଷ ଭାବରେ ଉନ୍ନତ ହୋଇଥିଲା। ଓଡ଼ିଶାର ମାତୃଭାଷା-ଭିତ୍ତିକ ଶିକ୍ଷା କାର୍ଯ୍ୟକ୍ରମ ବିଶ୍ବ ସ୍ତରରେ ଆଦୃତ। ୨୦୧୬ ମସିହାରେ ‘ଭାଷା ଅଧିକାର’ (Language Rights) ପୁସ୍ତକର ୪ର୍ଥ ଖଣ୍ତରେ ଓଡ଼ିଶା ସରକାରଙ୍କ ଗେଜେଟ୍ ଘୋଷଣା ଓ ମାତୃଭାଷା-ଭିତ୍ତିକ ବହୁଭାଷୀ ଶିକ୍ଷା କାର୍ଯ୍ୟକ୍ରମ ପାଇଁ ମାର୍ଗଦର୍ଶିକାର ଉଦ୍ଧୃତା˚ଶ ସ୍ବତନ୍ତ୍ର ଭାବରେ ପ୍ରକାଶିତ ହୋଇଥିଲା (Chapter 93, Pages-273-288)। ବିଶ୍ବର ପ୍ରମୁଖ ଭାଷା-ଅଧିକାର ଓ ଭାଷା ଶିକ୍ଷାର ଗବେଷକମାନେ ମଧୢ ଓଡ଼ିଶାର ମାତୃଭାଷା ଶିକ୍ଷାନୀତିର ପ୍ରଶ˚ସା କରିଥିଲେ; ଭାରତରେ ଏବେ ମଧୢ ଓଡ଼ିଶା ଏକମାତ୍ର ପ୍ରଦେଶ ଯାହାର ଏକ ବିଧିବଦ୍ଧ ଘୋଷିତ ଭାଷା-ଶିକ୍ଷା ନୀତି ଅଛି।
୨୦୧୪ ଜୁଲାଇ ୧ ତାରିଖର ଗେଜେଟ୍ ଘୋଷଣା ଅନୁସାରେ ଆଦିବାସୀ ମାତୃଭାଷାଗୁଡ଼ିକ ପ୍ରାଥମିକ ଶିକ୍ଷାର ପାଞ୍ଚବର୍ଷ ପାଇଁ ଶିକ୍ଷାର ମାଧୢମ ହେବେ ଏବ˚ ଷଷ୍ଠ ଶ୍ରେଣୀରୁ ଏହାକୁ ଭାଷା-ବିଷୟ ଭାବରେ ରଖାଯାଇପାରେ। ମାତୃଭାଷା-ଭିତ୍ତିକ କାର୍ଯ୍ୟକ୍ରମରେ ଦ୍ବିତୀୟ ଶ୍ରେଣୀରୁ ଓଡ଼ିଆ ଏବ˚ ତୃତୀୟ ଶ୍ରେଣୀରୁ ଇ˚ରେଜୀ ବିଷୟ ଶିକ୍ଷାର ବ୍ୟବସ୍ଥା ମଧୢ ସରକାରୀ ଘୋଷିତ ନୀତିରେ ଉଲ୍ଲେଖ ଅଛି। ଏହା ବ୍ୟତୀତ, ଉନ୍ନତ ମାନର ମାତୃଭାଷା-ଭିତ୍ତିକ ଶିକ୍ଷା ପାଇଁ ଅନେକ ନୀତି ଏହି ଗେଜେଟ୍ ଘୋଷଣାରେ ସ୍ଥାନ ପାଇଥିଲା। ଉପଯୁକ୍ତ ପାଠ୍ୟ ପୁସ୍ତକ ଓ ପାଠ୍ୟକ୍ରମ ସମ୍ପର୍କୀୟ ଶିକ୍ଷଣ ସାମଗ୍ରୀର ଆଦିବାସୀ ମାତୃଭାଷାରେ ପ୍ରସ୍ତୁତି, ମାତୃଭାଷା-ଭିତ୍ତିକ ଶିକ୍ଷା ପାଇଁ ଉନ୍ନତ ପ୍ରଶିକ୍ଷଣ ବ୍ୟବସ୍ଥା, ଆଦିବାସୀ ଭାଷାଜ୍ଞାନ ଥିବା ଶିକ୍ଷକ ନିଯୁକ୍ତିରେ ପ୍ରାଥମିକତା ଏବ˚ ବିଶେଷଜ୍ଞ ଗୋଷ୍ଠୀ ଦ୍ବାରା କାର୍ଯ୍ୟକ୍ରମର ନିରୀକ୍ଷଣ ଓ ମୂଲ୍ୟାୟନ ଇତ୍ୟାଦି ବିଭିନ୍ନ ଅନୁମୋଦନର ସ୍ବୀକୃତି ଥିଲା ଏହି ଗେଜେଟ୍ ଘୋଷଣାରେ। ଅନ୍ତତଃ ପରୀକ୍ଷାମୂଳକ କିମ୍ବା ସୀମିତ ସ୍ତରରେ ମାତୃଭାଷା-ଭିତ୍ତିକ ଶିକ୍ଷା ଆଦିବାସୀ ମାତୃଭାଷାମାନଙ୍କରେ ଚାଲିଛି ନିଶ୍ଚୟ, ତେବେ ଏ କାର୍ଯ୍ୟକ୍ରମ ଯେ ଆଉ ସରକାରୀ ପ୍ରାଥମିକତାରେ ନାହିଁ ଏହା ‘‘ସ˚ହତି’’ କାର୍ଯ୍ୟକ୍ରମ ଘୋଷଣାର ଅସ˚ଗତିରୁ ସ୍ପଷ୍ଟ। କାରଣ ଏହି କାର୍ଯ୍ୟକ୍ରମର ‘‘ଶୁଭାରମ୍ଭ’’ କଲାବେଳେ ଏଭଳି ଏକ ପୁରୁଣା କାର୍ଯ୍ୟକ୍ରମର ସ୍ଥିତି କଥା ସରକାରଙ୍କର ମନେ ପଡ଼ିଲା ନାହିଁ। ଏକଥା ମଧୢ ସ୍ମରଣୀୟ ଯେ ବର୍ତ୍ତମାନ ମାତୃଭାଷା-ମାଧୢମ ଶିକ୍ଷାକୁ ବିଜ୍ଞାନ-ସମ୍ମତ ଓ ସର୍ବୋତ୍ତମ ଘୋଷଣା କରିଥିବା ସରକାର ‘‘ଆଦର୍ଶ’’ ବିଦ୍ୟାଳୟ ବା ମଡେଲ ସ୍କୁଲ ଭାବରେ ଇ˚ରେଜୀ-ମାଧୢମ ବିଦ୍ୟାଳୟ ଖୋଲିଲା ବେଳେ କିମ୍ବା ‘‘ଅନ୍ବେଷା’’ କାର୍ଯ୍ୟକ୍ରମରେ ଆଦିବାସୀ ପିଲାଙ୍କୁ ସରକାରୀ ବ୍ୟୟରେ ବେସରକାରୀ ଇ˚ରେଜୀ-ମାଧୢମ ସ୍କୁଲରେ ପଢ଼ାଇବାର ଯୋଜନା ବେଳେ ଶିକ୍ଷାରେ ମାତୃଭାଷାର ପ୍ରାଥମିକତା କଥା ସ୍ମରଣ କଲେ ନାହିଁ।
ସରକାରୀ ନୀତିର ଅସ୍ଥିରତା ଯେ ଶିକ୍ଷା-ବ୍ୟବସ୍ଥାକୁ ପ୍ରଭାବିତ କରିଚାଲିଛି ଏବ˚ ଏହା ଯେ ଶାସନ କଳର ମର୍ଜି ଉପରେ ଚାଲିଛି ତାହା ଖୁବ୍ ଦୁଃଖଦ। କିଛି ବର୍ଷ ତଳେ ଓଡ଼ିଶାରେ ଇ˚ରେଜୀ ଚତୁର୍ଥ ଶ୍ରେଣୀରୁ ଆରମ୍ଭ ହେଉଥିଲା। ହଠାତ୍ ସରକାରୀ କଳରୁ ଆଦେଶ ହେଲା ଯେ ଏଣିକି ପ୍ରଥମ ଶ୍ରେଣୀରୁ ଇ˚ରେଜୀ ପଢ଼ା ହେବ। ଏହି ପ୍ରସ୍ତାବ ଅନୁସାରେ ପାଠ୍ୟକ୍ରମ ଓ ବହି ପ୍ରସ୍ତୁତି ମଧୢ ଆରମ୍ଭ ହେଲା। ମାତ୍ର, ଶିକ୍ଷାବିତ୍ ଓ ଭାଷା-ଶିକ୍ଷା ବିଶେଷଜ୍ଞ ଏବ˚ ବୁଦ୍ଧିଜୀବୀ ମହଲର ପ୍ରତିକ୍ରିୟା ଯୋଗୁଁ ତତ୍କାଳୀନ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଉପସ୍ଥିତିରେ ଖୋଲା ଆଲୋଚନା ହେଲା ଏବ˚ ୪ର୍ଥ ଶ୍ରେଣୀରୁ ଇ˚ରେଜୀ ଶିକ୍ଷା ଆରମ୍ଭ ପାଇଁ ସର୍ବସମ୍ମତ ପ୍ରସ୍ତାବ ହେଲା। ତଥାପି, ଶେଷରେ ଅମଲାତାନ୍ତ୍ରିକ ଘୋଷଣାରେ ଇ˚ରେଜୀକୁ ତୃତୀୟ ଶ୍ରେଣୀରୁ ପଢ଼ାଇବାର ବ୍ୟବସ୍ଥା ହେଲା ଯାହା ଏ ପର୍ଯ୍ୟନ୍ତ ଚାଲି ଆସିଛି। ଠିକ୍ ସେହିପରି, ଯେଉଁ ବିଶେଷଜ୍ଞ କମିଟିରେ ଆଦିବାସୀ ପିଲାଙ୍କ ମାତୃଭାଷା-ଭିତ୍ତିକ ବହୁଭାଷୀ ଶିକ୍ଷାର ମାର୍ଗଦର୍ଶନ ଓ ନୀତି ପ୍ରସ୍ତୁତ ହୋଇଥିଲା ସେହି କମିଟିର ସୁପାରିସଗୁଡ଼ିକ ଓଡ଼ିଶା ଗେଜେଟ୍ ଘୋଷଣାରେ ସ୍ଥାନ ପାଇଥିଲେ ମଧୢ, ଏ କାର୍ଯ୍ୟକ୍ରମରେ ୪ର୍ଥ ଶ୍ରେଣୀରୁ ଇ˚ରେଜୀ ପଢ଼ାଇବାର ପ୍ରସ୍ତାବ ସରକାର ଗ୍ରହଣ କରିନଥିଲେ ଏବ˚ ସେହି ଅନୁସାରେ ତୃତୀୟ ଶ୍ରେଣୀରୁ ଇ˚ରେଜୀ ଶିକ୍ଷା ବ୍ୟବସ୍ଥା ମଧୢ ଜନଜାତି ପିଲାଙ୍କ ମାତୃଭାଷା-ଭିତ୍ତିକ ବହୁଭାଷୀ ଶିକ୍ଷା ନୀତିରେ ୨୦୧୪ ଗେଜେଟ୍ ଘୋଷଣାରେ ସ୍ଥାନ ପାଇଲା। ଏସବୁ ସତ୍ତ୍ବେ ଏବ˚ ବିଜ୍ଞାନ ସମ୍ମତ ପଦ୍ଧତି ଅନୁସାରେ, ଭଲ ଶିକ୍ଷା ଏବ˚ ଉନ୍ନତ ଇ˚ରେଜୀ ଦକ୍ଷତା ପାଇଁ ମାତୃଭାଷା-ଭିତ୍ତିକ ଶିକ୍ଷାରେ ଅତି ଶୀଘ୍ର ଇ˚ରେଜୀ ପଢ଼ାଇବାର କୌଣସି ଯଥାର୍ଥତା ବା ଆବଶ୍ୟକତା ନ ଥିବା କଥା ସର୍ବସମ୍ମତ ଓ ସ୍ବୀକୃତ ହୋଇଥିଲେ ମଧୢ, କୌଣସି ପ୍ରମାଣ ବା ତଥ୍ୟ ବିନା ସରକାର ପ୍ରଥମ ଶ୍ରେଣୀରୁ ଇ˚ରେଜୀ ଶିକ୍ଷାର ବ୍ୟବସ୍ଥା କରୁଛନ୍ତି ଯାହା ଫଳରେ କେବଳ ଯେ ମାତୃଭାଷା ଶିକ୍ଷା ବ୍ୟାହତ ହେବ ତା’ ନୁହେଁ, ଇ˚ରେଜୀ ଶିକ୍ଷା ମଧୢ ନିମ୍ନମାନର ହେବ।
‘‘ସ˚ହତି’’ କାର୍ଯ୍ୟକ୍ରମରେ ପୁରୁଣା ଓ ପ୍ରଚଳନ୍ତି ବ୍ୟବସ୍ଥାକୁ ପୁଣି ନୂଆ ରୂପ ଦିଆଯାଉ, କିଛି କ୍ଷତି ନାହିଁ। ଆଦିବାସୀ ଶିକ୍ଷାରେ ମାତୃଭାଷାଭିତ୍ତିକ କାର୍ଯ୍ୟକ୍ରମ ୨୦୦୭ରୁ ଚାଲି ଆସୁଥିବା ଏବ˚ ୨୦୧୪ ମସିହାରେ ଏ ପ୍ରକାର ଭାଷା-ଶିକ୍ଷା ନୀତି ନିଶ୍ଚୟ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶାର ଗର୍ବ ଓ ଗୌରବ। ଏ ଦୃଷ୍ଟିରୁ ୨୦୧୪ ମସିହାର ଘୋଷିତ ନୀତି, ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ନୂତନ ଶିକ୍ଷାନୀତି ଠାରୁ ବେଶ ଆଗରେ ଅଛି କାରଣ ମାତୃଭାଷା ମାଧୢମର ବହୁଭାଷୀକତାର ପ୍ରୋତ୍ସାହନ କଥା ୨୦୨୦ର ନୂଆ ଶିକ୍ଷାନୀତିର ଅନ୍ତତଃ ଛଅ ବର୍ଷ ଆଗରୁ ଓଡ଼ିଶା ସରକାରଙ୍କର ଗେଜେଟ୍ ଘୋଷଣା ଏହାକୁ ଗ୍ରହଣ କରି ଏକ ସଫଳ କାର୍ଯ୍ୟକ୍ରମରେ ରୂପାୟିତ କରିଛି। ତେଣୁ ଆମର ଘୋଷିତ ନୀତି ଅନୁସାରେ ସମସ୍ତ ଆଦିବାସୀ-ମାତୃଭାଷା ମାଧୢମରେ ଶତ ପ୍ରତିଶତ ଜନଜାତିର ଶିଶୁମାନଙ୍କୁ ପ୍ରାରମ୍ଭିକ ଓ ପ୍ରାଥମିକ ଶିକ୍ଷା ଉପଲବ୍ଧ ହେଉ। ଶେଷରେ, ଏକଥା ମଧୢ ମନେ ରହୁ ଯେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ସମର୍ଥିତ ବିଜ୍ଞାନ-ସମ୍ମତ ମାତୃଭାଷା ମାଧୢମର ଶିକ୍ଷା କେବଳ ଆଦିବାସୀ ପିଲାଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ; ରାଜ୍ୟର ପ୍ରତ୍ୟେକ ଶିଶୁ ପାଇଁ ମଧୢ ଏହା ଉପଯୁକ୍ତ; କାରଣ ମାତୃଭାଷା ଉନ୍ନତ ଶିକ୍ଷା, ବୌଦ୍ଧିକ ବିକାଶ ଏବ˚ ସର୍ବୋପରି ଇ˚ରେଜୀ-ଦକ୍ଷତା ପାଇଁ ଏକ ପ୍ରମାଣିତ ରାଜମାର୍ଗ।
[email protected]