ତେବେ, ଏହା ସର୍ବଜନ ସ୍ବୀକାର୍ଯ୍ୟ ଯେ ସ˚ପ୍ରତି ଯୁଦ୍ଧର ପ୍ରକୃତିରେ ଅନେକ ପରିବର୍ତ୍ତନ ଘଟିଛି; ଅଧିକ ମାନବ ସମ୍ବଳ କୈନ୍ଦ୍ରିକ ସମର ଶୈଳୀ କ୍ରମେ ଅପ୍ରାସଙ୍ଗିକ ହେବାରେ ଲାଗିଲାଣି। ୟୁକ୍ରେନ୍ ଦ୍ବାରା ବ୍ୟବହୃତ ଚାଳକ ରହିତ ଅତ୍ୟନ୍ତ ଶସ୍ତା ‘କାମିକାଜି’ ଡ୍ରୋନ୍ଗୁଡ଼ିକର ଆକ୍ରମଣ ରୁଷିଆ ପାଇଁ କିଭଳି କ୍ଷତି ଘଟାଇଛନ୍ତି, ସେ ସ˚ପର୍କରେ ଆଉ ଅଧିକ ଆଲୋଚନାର ଆବଶ୍ୟକତା ନାହିଁ। ଏପରିକି କୃଷ୍ଣ ସାଗରରେ ରୁଷିଆର ବିଶାଳ ସମରତରୀ ‘ମସ୍କୋଭା’ ୟୁକ୍ରେନୀୟ ‘କାମିକାଜି’ ଆକ୍ରମଣରେ ସଲିଳ ସମାଧି ଲାଭ କରିଛି।
ନିକଟରେ ‘ଆତ୍ମନିର୍ଭର ଭାରତ’ର ଏକ ଅନନ୍ୟ ଉପଲବ୍ଧିକୁ ସ୍ବୀକୃତି ଜ୍ଞାପନ କରି ଅତିକାୟ ନୌ-ଭେଳା ‘ଆଇଏନ୍ଏସ୍ ବିକ୍ରାନ୍ତ’ ଜଳାବତରଣ କରିଛି। ପ୍ରାୟ ୪୫,୦୦୦ ଟନ୍ ବିଶିଷ୍ଟ ଏହି ଅତିକାୟ ନୌ-ଭେଳାର ନିର୍ମାଣ ସହିତ ଭାରତ ଏଭଳି ସାମର୍ଥ୍ୟ ବହନକାରୀ ଏକ ସମ୍ମାନାସ୍ପଦ ଛୋଟ କ୍ଲବ୍ରେ ଷଷ୍ଠ ସଦସ୍ୟ ରୂପେ ସାମିଲ ହୋଇପାରିଛି। ସୁତରା˚, ଔଦ୍ୟୋଗିକ ତଥା ପ୍ରଯୁକ୍ତିଗତ ପ୍ରତିଷ୍ଠା ଏବ˚ ପରାକାଷ୍ଠା ପ୍ରମାଣ କରିଥିବା ଏହି ସଫଳତା ପ୍ରତ୍ୟେକ ଭାରତୀୟଙ୍କ ମନରେ ଗର୍ବ ସ˚ଚାର କରିବାକୁ ଯଥେଷ୍ଟ। ଏହି ରଣତରୀର ଉପସ୍ଥିତି ଯେ ଭାରତୀୟ ନୌସେନାର ଦମ୍ଭ ଏବ˚ ଆଗ୍ନେୟାକ୍ରମଣର କ୍ଷମତାରେ ବୃଦ୍ଧି ଘଟାଇବା ସହିତ ଭାରତର ସାଗରାଧିପତ୍ୟ ବିସ୍ତାରରେ ସହାୟକ ହେବ, ଏଥିରେ ସନ୍ଦେହ ନାହିଁ। ପରନ୍ତୁ ଏହା ସତ୍ତ୍ବେ ଏହି ସାଫଲ୍ୟ ‘କିନ୍ତୁ’ ରହିତ ହୋଇ ପାରି ନ ଥିବା ବେଳେ ଅତ୍ୟନ୍ତ ଅତିକାୟ ରଣତରୀମାନଙ୍କ ଯୌକ୍ତିକତାକୁ କେନ୍ଦ୍ର କରି ଗଲା କେତେ ଦଶନ୍ଧି ଧରି ଚାଲି ରହିଥିବା ବିତର୍କକୁ ପୁନର୍ବାର ଜନ୍ମ ଦେଇଛି, ଯେଉଁ ସ˚ଦର୍ଭରେ ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
ନୂତନ ‘ଆଇଏନ୍ଏସ୍ ବିକ୍ରାନ୍ତ’ର କଳେବର ଏବ˚ ତାର ବିଭିନ୍ନ ବିଭାବ ସମ୍ବନ୍ଧରେ ଏତେ ପରିମାଣରେ କୁହା ଏବ˚ ଲେଖା ଯାଇ ସାରିଲାଣି ଯେ ସେ ସ˚ପର୍କରେ ଆଉ ଅଧିକ ବର୍ଣ୍ଣନା ହୁଏ’ତ ବିରକ୍ତିକର ଭାବେ ଚର୍ବିତଚର୍ବଣ ମନେ ହୋଇପାରେ। ତେବେ ଏ ସ˚ଦର୍ଭରେ ଯାହା ପ୍ରଣିଧାନଯୋଗ୍ୟ, ତାହା ହେଲା ଏହି ବିଶାଳ ‘ଏୟାର କ୍ରାଫ୍ଟ୍ କ୍ୟାରିଅର’ଟି ପରିଶେଷରେ ସମୁଦ୍ର ସ୍ପର୍ଶ କଲା ବେଳକୁ ପ୍ରାୟ ଦୁଇ ଦଶନ୍ଧି ଏବ˚ ତିନି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟ କାଳ ଅତିକ୍ରାନ୍ତ ହୋଇ ଯାଇଛି। ସେହି କାରଣରୁ ୨୦୦୨ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସମୟରେ କାର୍ଯ୍ୟାରମ୍ଭ କରିଥିବା ଏହି ପ୍ରକଳ୍ପ ପରିସମାପ୍ତି ବେଳକୁ ବ୍ୟୟ ଅଟକଳ ୨୦୦୦ କୋଟିରୁ ବୃଦ୍ଧି ପାଇ ୨୦,୦୦୦ କୋଟିରେ ପହଞ୍ଚିଛି। ସୁତରା˚, ଭାରତୀୟ ଇ˚ଜିନିଅରି˚ର ବିପୁଳ ସାମର୍ଥ୍ୟ ଦୃଷ୍ଟିରୁ ଏହାକୁ ଏକ ଅସ˚ଗତି ବୋଲି କୁହାଯାଇପାରେ। ଏହି ପରିପ୍ରେକ୍ଷୀରେ ଚୀନ ସହିତ ତୁଳନା ଘୋର ନୈରାଶ୍ୟ ସୃଷ୍ଟି କରିଥାଏ, କାରଣ ‘ଆଇଏନ୍ଏସ୍ ବିକ୍ରାନ୍ତ’ ଠାରୁ ଅଧିକ ବୃହଦାକାୟ (୬୫,୦୦୦ ଟନ୍ ବିଶିଷ୍ଟ) ଏବ˚ ଅନେକ ଗୁଣରେ ଅଧିକ ଶକ୍ତିଶାଳୀ ନୌ-ଭେଳା କାର୍ଯ୍ୟକ୍ଷମ କରାଇବାକୁ ଚୀନ ମାତ୍ର ତିନିରୁ ଚାରି ବର୍ଷ ସମୟ ନେଇଥାଏ। ପ୍ରକାଶ ଥାଉ କି ଚୀନରେ ନିର୍ମାଣାଧୀନ ଏକ ଲକ୍ଷ ଟନ୍ ବିଶିଷ୍ଟ ଅତ୍ୟନ୍ତ ବିଶାଳ ନୌଭେଳା ୨୦୨୩ ମସିହାରେ ସମୁଦ୍ର ବକ୍ଷ ସ୍ପର୍ଶ କରିବା ନେଇ ଅନ୍ଦାଜ ଲଗାଯାଉଛି। କେବଳ ସେତିକି ନୁହେଁ, ‘ଆଇଏନ୍ଏସ୍ ବିକ୍ରାନ୍ତ’ ଏ ପର୍ଯ୍ୟନ୍ତ ଆଗ୍ନେୟାକ୍ରମଣ ଶକ୍ତି ସ˚ପନ୍ନ ହୋଇ ପାରିନାହିଁ; କାରଣ ଏହି ବ୍ୟବସ୍ଥାଟି ରୁଷିଆ-ନିର୍ଭର ହୋଇଥିବାରୁ ସ˚ପ୍ରତି ରୁଷିଆ ସମ୍ମୁଖୀନ ହେଉଥିବା ଆନ୍ତର୍ଜାତିକ ବାସନ୍ଦ ପରିପ୍ରେକ୍ଷୀରେ ଏଥିରେ ବିଳମ୍ବ ଘଟିବା ସ୍ବାଭାବିକ ହୋଇ ପଡ଼ିଛି ଏବ˚ ସମର ବିଶାରଦମାନେ ଆଶାବାଦୀ ଯେ ୨୦୨୩ ମସିହାର ଅନ୍ତିମ ଭାଗ ବେଳକୁ ହୁଏ’ତ ଏହା ସମ୍ଭବ ହେବ। ପୁନଶ୍ଚ ଏହି ଆଧୁନିକ ନୌ-ଭେଳା ମିଗ୍-୨୯ ବିମାନ କୈନ୍ଦ୍ରିକ ହୋଇଥିବା ମଧ୍ୟ ଏକ ଚିନ୍ତାର କାରଣ ହେଲାଣି; କାରଣ ଏହି ରୁଷୀୟ ଯୁଦ୍ଧ ବିମାନଗୁଡ଼ିକ ବିଭିନ୍ନ ପ୍ରକାର ତ୍ରୁଟି ଦ୍ବାରା କବଳିତ ବୋଲି ପ୍ରମାଣିତ ହେବାରେ ଲାଗିଛନ୍ତି। ସୁତରା˚, ଏହି ସବୁ ‘କିନ୍ତୁ’ଗୁଡ଼ିକ ଏକ ବିଶାଳ ଉପଲବ୍ଧିଜନିତ ଆନନ୍ଦାନୁଭୂତିକୁ କିଞ୍ଚିତ କ୍ଷୁଣ୍ଣ କରୁଛି।
ତେବେ, ଏହି ସ˚ଦର୍ଭରେ ଯେଉଁ ଦୀର୍ଘକାଳୀନ ବିତର୍କ ବିଷୟରେ ଉପକ୍ରମରେ ଇଙ୍ଗିତ ପ୍ରଦାନ କରାଯାଇଛି, ତାହା ଏକ ଅତ୍ୟନ୍ତ ମୌଳିକ ତତ୍ତ୍ବକୁ କେନ୍ଦ୍ର କରି ସୃଷ୍ଟି ହୋଇଥାଏ, ଯାହା ପ୍ରଶ୍ନ କରିଥାଏ ଯେ ଏଭଳି ଅତ୍ୟନ୍ତ ବିଶାଳ ରଣତରୀମାନଙ୍କର ପ୍ରାସଙ୍ଗିକତା ଆଉ ଅଛି କି? ଉଲ୍ଲେଖ ଥାଉ କି ଦ୍ବିତୀୟ ବିଶ୍ବଯୁଦ୍ଧ ଉପରାନ୍ତ ‘ଶୀତଳ ଯୁଦ୍ଧ’ ସମୟରେ ଯୁକ୍ତରାଷ୍ଟ୍ର ଆମେରିକା (ଏବ˚ ଧନୀ ପାଶ୍ଚାତ୍ୟ ରାଷ୍ଟ୍ରମାନ) ଅତ୍ୟନ୍ତ ବିଶାଳ ନୌ-ଭେଳାମାନ ନିର୍ମାଣ କରି ସମୁଦ୍ର ଅଧିକାର ଲାଗି ପ୍ରୟାସରତ ଥିବା ବେଳେ ଆର୍ଥିକ ଭାବେ ଦୁର୍ବଳ ସୋଭିଏତ୍ ରୁଷିଆ ଅପେକ୍ଷାକୃତ ସ୍ବଳ୍ପ ବ୍ୟୟରେ ବୁଡ଼ାଜାହାଜମାନ ନିର୍ମାଣ କରି ସମୁଦ୍ରର ଗଭୀରତାରେ ଅତି ସନ୍ତର୍ପଣରେ ନିରବ ଘାତକ ରୂପେ ଛପି ରହି ଆକ୍ରମଣ କରିବାର କୌଶଳ ଆପଣାଇଥିଲା। ବୁଡ଼ାଜାହାଜଗୁଡ଼ିକ ପ୍ରତି ଭୟର ନିଦର୍ଶନ ଦେଖିବାକୁ ମିଳିଥିଲା ୧୯୭୧ ମସିହା ବା˚ଲାଦେଶ ମୁକ୍ତି ଯୁଦ୍ଧ ସମୟରେ, ଯେତେବେଳେ ପାକିସ୍ତାନକୁ ସାହାଯ୍ୟ କରିବା ଲାଗି ଯୁକ୍ତରାଷ୍ଟ୍ର ଆମେରିକା ଦ୍ବାରା ପ୍ରେରିତ ଅତିକାୟ ସପ୍ତମ ନୌ-ଭେଳା ରୁଷୀୟ ବୁଡ଼ାଜାହାଜଗୁଡ଼ିକର ଛକାପ˚ଝା କାରଣରୁ ଅଗତ୍ୟା ପ୍ରତ୍ୟାବର୍ତ୍ତନ କରିବାକୁ ବାଧୢ ହୋଇଥିଲା। ସେହିଭଳି ୧୯୬୫ ମସିହାରେ ସ˚ଘଟିତ ଭାରତ-ପାକିସ୍ତାନ ଯୁଦ୍ଧର ସ୍ମୃତି ଭାରତୀୟ ନୌସେନା ଲାଗି ଅସ୍ବସ୍ତିକର ହୋଇଥାଏ; କାରଣ ସେହି ସମୟରେ ‘ପିଏନ୍ଏସ୍ ବାବର’ ନାମଧାରୀ ପାକିସ୍ତାନୀ ନୌ-ଭେଳା ଭାରତର ଗୁଜରାଟ ତଟର ଅତ୍ୟନ୍ତ ନିକଟବର୍ତ୍ତୀ ହୋଇ ଗୁଳିଗୋଳା କ୍ଷେପଣ କରିଥିବା ସତ୍ତ୍ବେ ଭାରତୀୟ ନୌବାହିନୀ ସେଠାରେ ବିରୋଧ କରି ପାରି ନ ଥିଲେ, ଯାହାର କାରଣ ସମୁଦ୍ର ତଳେ ଛପି ରହିଥିବା ପାକିସ୍ତାନୀ ବୁଡ଼ାଜାହାଜ ‘ପିଏନ୍ଏସ୍ ଘାଜୀ’ର ଭୟ; ଯେଉଁ ଘାଜୀ ତାର ଛଅ ବର୍ଷ ପରେ ୧୯୭୧ ମସିହାରେ ଡିଉ ଉପକୂଳରେ ଭାରତୀୟ ରଣତରୀ ‘ଆଇଏନ୍ଏସ୍ କୁକ୍ରି’କୁ ଡୁବାଇ ଦେଇଥିଲା। ସେହି ଦୃଷ୍ଟିରୁ ବୁଡ଼ାଜାହାଜ ପକ୍ଷବାଦୀ (ପୂର୍ବତନ ସିଡିଏସ୍ ମୁଖ୍ୟ ସ୍ବର୍ଗତ ବିପିନ ରାଵତ ଅନ୍ତର୍ଭୁକ୍ତ) କହିଥାଆନ୍ତି ଯେ ଅତିକାୟ ନୌ-ଭେଳାଗୁଡ଼ିକ ସେମାନଙ୍କ ବିଶାଳତା କାରଣରୁ ଦୂର ଯାଏ ଦୃଶ୍ୟମାନ ହୋଇ ଶତ୍ରୁ ଆକ୍ରମଣର ଶିକାର ହେବାର ସୁଯୋଗ ସୃଷ୍ଟି କରିଥାଆନ୍ତି। ପୁନଶ୍ଚ ଏହି ରଣତରୀଗୁଡ଼ିକ ଅତ୍ୟନ୍ତ ବ୍ୟୟବହୁଳ ଏବ˚ ଏହାର ପରିଚାଳନା ଅଧିକ ମାନବ ନିର୍ଭର ହୋଇଥିବାରୁ ଏଗୁଡ଼ିକ ଯୁଦ୍ଧରେ କ୍ଷତିଗ୍ରସ୍ତ ହେଲେ ସ˚ପୃକ୍ତ ଦେଶ ଲାଗି ବିପତ୍ତି ସୃଷ୍ଟି କରିଥାଏ। ସ˚ପ୍ରତି ମାନବ-ରହିତ ଅତ୍ୟାଧୁନିକ ଡ୍ରୋନ୍ଗୁଡ଼ିକ ମଧୢ ଏଭଳି ରଣତରୀଗୁଡ଼ିକ ପ୍ରତି କ୍ଷତି ପହଞ୍ଚାଇବାକୁ ସମର୍ଥ ହୋଇ ପାରୁଥିବା ବେଳେ ଚୀନ ଦ୍ବାରା ବିକଶିତ ଶବ୍ଦ ବେଗ ଅତିକ୍ରମୀ ଜାହାଜ ବିଧ୍ବ˚ସକାରୀ କ୍ଷେପଣାସ୍ତ୍ର ‘ଡିଏଫ୍ ୨୧’ ଏବ˚ ‘ଡିଏଫ୍ ୨୬’ କଥା ନ କହିବା ଭଲ, ଯାହା ପ୍ରାୟ ୨୦୦୦ ମାଇଲ ଦୂରତା ଅତିକ୍ରମ କରି ପଶ୍ଚିମ ପ୍ରଶାନ୍ତ ମହାସାଗରରେ ଭାସମାନ ଯୁକ୍ତରାଷ୍ଟ୍ର ଆମେରିକାର ବୃହତ୍ତମ ନୌ-ଭେଳାକୁ ମଧୢ ନିମିଷକେ ନିଶ୍ଚିହ୍ନ କରି ଦେଇପାରେ। ତେଣୁ ବିପକ୍ଷ ମତବାଦୀମାନଙ୍କ ଅନୁସାରେ ଅତିକାୟ ନୌ ଭେଳାଗୁଡ଼ିକ ପରବର୍ତ୍ତୀ କାଳରେ ମୁଣ୍ଡ ବ୍ୟଥାର କାରଣ ମଧ୍ୟ ହୋଇ ପାରନ୍ତି। କିନ୍ତୁ ଭାରତୀୟ ନୌବାହିନୀର ପୂର୍ବତନ ମୁଖ୍ୟ ଆଡମିରାଲ କର୍ମବୀର ସି˚ହ ଏଭଳି ମତର ବିପକ୍ଷରେ ଯାଇ ସମୁଦ୍ର ଅଧିକାର ଉପରେ ଗୁରୁତ୍ବ ପ୍ରଦାନ କରିଥାଆନ୍ତି। ତାଙ୍କ ମତରେ ଭାରତ ସକାଶେ ଉଭୟ ବଙ୍ଗୋପସାଗର ଏବ˚ ଆରବ ସାଗରରେ ଆଧିପତ୍ୟ ବୃଦ୍ଧି ଅତ୍ୟନ୍ତ ଜରୁରୀ, ଯେଉଁଥି ଲାଗି ଆଉ ଏକ ବିଶାଳ ନୌ-ଭେଳାର ଆବଶ୍ୟକତା ରହିଛି, ଯାହା ହୁଏ’ତ ଭବିଷ୍ୟତ୍ରେ ୬୫,୦୦୦ ଟନ୍ ବିଶିଷ୍ଟ ‘ଆଇଏନ୍ଏସ୍ ବିରାଟ’କୁ ଜନ୍ମ ଦେଇପାରେ। ତାଙ୍କ ମତରେ ଦୁଇଟି ନୌ-ଭେଳା ନିରନ୍ତର କାର୍ଯ୍ୟକ୍ଷମ ରହିବା ଭାରତ ସକାଶେ ଅତ୍ୟନ୍ତ ଜରୁରୀ; ଯାହା ଆତ୍ମନିର୍ଭର ଭାରତର ଭାବମୂର୍ତ୍ତିକୁ ଉଚ୍ଚତା ପ୍ରଦାନ କରିବା ସହିତ ଆତ୍ମ ପ୍ରତ୍ୟୟ ବୃଦ୍ଧିରେ ସହାୟକ ହେବ। ଏହି ନୌ-ଭେଳାର ଉପସ୍ଥିତି ଭାରତକୁ ସୁଦୂୂର ପୂର୍ବ-ଆଫ୍ରିକୀୟ ଉପକୂଳ ପର୍ଯ୍ୟନ୍ତ ପ୍ରଭାବର ଚିହ୍ନ ଛାଡ଼ିବାରେ ସହାୟକ ହେବ।
ତେବେ, ଏହା ସର୍ବଜନ ସ୍ବୀକାର୍ଯ୍ୟ ଯେ ସ˚ପ୍ରତି ଯୁଦ୍ଧର ପ୍ରକୃତିରେ ଅନେକ ପରିବର୍ତ୍ତନ ଘଟିଛି; ଅଧିକ ମାନବ ସମ୍ବଳ କୈନ୍ଦ୍ରିକ ସମର ଶୈଳୀ କ୍ରମେ ଅପ୍ରାସଙ୍ଗିକ ହେବାରେ ଲାଗିଲାଣି। ୟୁକ୍ରେନ୍ ଦ୍ବାରା ବ୍ୟବହୃତ ଚାଳକ ରହିତ ଅତ୍ୟନ୍ତ ଶସ୍ତା ‘କାମିକାଜି’ ଡ୍ରୋନ୍ଗୁଡ଼ିକର ଆକ୍ରମଣ ରୁଷିଆ ପାଇଁ କିଭଳି କ୍ଷତି ଘଟାଇଛନ୍ତି, ସେ ସ˚ପର୍କରେ ଆଉ ଅଧିକ ଆଲୋଚନାର ଆବଶ୍ୟକତା ନାହିଁ। ଏପରିକି କୃଷ୍ଣ ସାଗରରେ ରୁଷିଆର ବିଶାଳ ସମରତରୀ ‘ମସ୍କୋଭା’ ୟୁକ୍ରେନୀୟ ‘କାମିକାଜି’ ଆକ୍ରମଣରେ ସଲିଳ ସମାଧି ଲାଭ କରିଛି। ସୁତରା˚, ସା˚ପ୍ରତିକ ରଣକ୍ଷେତ୍ରରେ ‘କ୍ଷୁଦ୍ର’ ମଧୢ ‘ସମର୍ଥ’ ହେବା ଦେଖିବାକୁ ମିଳିଲାଣି। ତେବେ, ଉଭୟ ‘ବୃହତ୍’ ଏବ˚ ‘କ୍ଷୁଦ୍ର’ ମଧୢରେ ସମନ୍ବୟ ରକ୍ଷା ଗୁରୁତ୍ବପୂର୍ଣ୍ଣ, ଯାହା ହାସଲ କରିବାରେ ଚୀନ ଏକ ଉଜ୍ଜ୍ବଳ ଦୃଷ୍ଟାନ୍ତ ସ୍ଥାପନ କରିଛି। ଭାରତ ମଧୢ ସେ ଦିଗରେ ଅଗ୍ରସର ହେଉ।