ଚୀନର ସୈତାନୀ ବୁଦ୍ଧି

ଅର୍ଥନୈତିକ ସାମ୍ରାଜ୍ୟବାଦ - ସରଳ କୁମାର ଦାସ

ଭାରତର ଅନ୍ୟତମ ବୃହତ ଋଣ ପ୍ରଦାନକାରୀ ସ˚ସ୍ଥା ଏଚ୍‌ଡିଏଫ୍‌ସି ୨୦୨୦, ମାର୍ଚ୍ଚ ୩୧ ପରେ ଯେତେବେଳେ ଷ୍ଟକ୍‌ ଏକ୍‌ସଚେଞ୍ଜଗୁଡ଼ିକୁ ସୂଚିତ କଲା ଯେ ଚୀନର କେନ୍ଦ୍ରୀୟ ବ୍ୟାଙ୍କ୍‌ ପିପୁଲ୍‌ସ ବ୍ୟାଙ୍କ୍‌ ଅଫ୍‌ ଚାଇନା (ପିବିଓସି) କମ୍ପାନିର ୧.୭୫ କୋଟି ସେୟାର କିଣି ୧.୦୧% ଅ˚ଶଧନର ଅଧିକାରୀ ହୋଇଛିି, ସେତେବେଳେ ଅର୍ଥ ବଜାରରେ ହଇଚଇ ସୃଷ୍ଟି ହୋଇଗଲା। କରୋନା ଆତଙ୍କରେ ସେୟାର ବଜାର ଧରାଶାୟୀ ହୋଇ ସେୟାର ଦାମ ଅତି ତଳକୁ ଖସି ଯାଇଥିବା ବେଳେ ‘ପିବିଓସି’ ଏହି ଅ˚ଶଧନ କିଣିଥିଲା। ଏମିତିରେ ଦେଖିବାକୁ ଗଲେ ଗୋଟିଏ କମ୍ପାନିରେ ୧% ଅ˚ଶଧନ ଆହରଣରେ ସେହି କମ୍ପାନିର ମାଲିକାନା ବଦଳି ଯିବାର ବା ସେହି କମ୍ପାନି ବିଦେଶୀଙ୍କ ହାତକୁ ଚାଲିଯିବାର କୌଣସି ଆଶଙ୍କା ନାହିଁ। ତଥାପି ଏହି ଅସମୟରେ ଭାରତୀୟ କମ୍ପାନିଗୁଡ଼ିିକରେ ନିବେଶ କରିବା ପାଇଁ ଚୀନର ଅହେତୁକ ଆଗ୍ରହ ସରକାରଙ୍କୁ ବିଚଳିତ କରିଥିଲା। କାରଣ ସେତେବେଳକୁ କରୋନା ସ˚କ୍ରମଣର ବିପତ୍ତି ମଧୢରେ ଅନ୍ୟାନ୍ୟ ଦେଶରୁ ସମାନ ପ୍ରକାର ଖବରମାନ ଆସି ଚୀନର ସୈତାନୀ ବୁଦ୍ଧିକୁ ସ୍ପଷ୍ଟ କରିଦେଇଥିଲା।

ତେବେ, ଭାରତୀୟ କ˚ପାନି ଗୁଡ଼ିକ ଉପରେ ଚୀନର ଲୋଲୁପ ଦୃଷ୍ଟି ଏବର ନୁହେଁ। ୨୦୧୪ରେ ଏନ୍‌ଡିଏ ସରକାର ଶାସନକୁ ଆସିଲା ବେଳକୁ ଚୀନ ଭାରତରେ ପ୍ରାୟ ୧୬୦ କୋଟି ଡଲାର ପ୍ରତ୍ୟକ୍ଷ ବିଦେଶୀ ପୁ˚ଜି ନିବେଶ କରି ସାରିଥିବା ବେଳେ ଗତ ୬ ବର୍ଷ ଭିତରେ ତାହା ବୃଦ୍ଧି ପାଇ ୨୬୦୦ କୋଟି ଡଲାରରେ ପହଞ୍ଚିିଲାଣି। ତେବେ ଭାରତରେ ଚୀନର ଏଫ୍‌ଡିଆଇ (ବିଦେଶୀ ପୁ˚ଜି ନିବେଶ) ପରିମାଣ ଆଶାତୀତ ଭାବେ ବୃଦ୍ଧି ପାଇଥିଲେ ମଧୢ ତାହା ନୂତନ ଶିଳ୍ପ ପ୍ରତିଷ୍ଠାରେ ବିନିଯୁକ୍ତ ନ ହୋଇ ଅଧିକ ପରିମାଣରେ ଭାରତୀୟ କମ୍ପାନିଗୁଡ଼ିକର ଅ˚ଶଧନ କିଣିବାରେ ଦେଖିବାକୁ ମିଳିଛି। ଏକ ଆକଳନ ଅନୁସାରେ ଚୀନ ଭାରତର ୩୦ଟିରୁ ଅଧିକ ଷ୍ଟାର୍ଟ ଅପ କମ୍ପାନିରେ ପ୍ରାୟ ୫୦୦ କୋଟି ଡଲାରରୁ ଅଧିକ ରାଶି ବିନିଯୋଗ କରି ସାରିଛି। ଚୀନର ଆଲିବାବା ଓ ସହଯୋଗୀ କମ୍ପାନି ଟେନସେ˚ଟ ଭାରତର ପ୍ରମୁଖ ଷ୍ଟାର୍ଟ ଅପ କମ୍ପାନି ଯେମିତି କି ବିଗ୍‌ ବାସ୍କେଟ୍‌, ପେଟିଏମ୍‌, ସ୍ନାପ୍‌ଡିଲ୍‌, ଏକ୍‌ସପ୍ରେସ୍‌ବିଜ, ଜମାଟୋ, ରାପିଡୋ, ଓୟୋ ହୋଟେଲ, ପଲିସି ବଜାର, ବାଇଜୁଜ, ଓଲା, ଫ୍ଲିପ୍‌କାର୍ଟ, ସୁଇଗି ଇତ୍ୟାଦରେ ପୁ˚ଜି ଲଗାଇଛନ୍ତି। ସ୍ଥଳ ବିଶେଷରେ ଏହି କମ୍ପାନିଗୁଡ଼ିକ ମଧୢରୁ କେତୋଟିରେ ଚାଇନା ନିବେଶକଙ୍କର ଅ˚ଶଧନ ୩୩%ରୁ ଅଧିକ ହୋଇ ସେହି ସବୁ କମ୍ପାନିରେ ସେମାନେ ନିଜକୁ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ରଖି ସାରିଛନ୍ତି। ଏହାଦ୍ବାରା ପରିଚାଳନାଗତ ନିଷ୍ପତ୍ତିି ଗ୍ରହଣରେ ମଧୢ ସେମାନଙ୍କ ଦଖଲ ଆସି ସାରିଛି।

ଗଲା କେଇ ବର୍ଷ ଭିତରେ ଭାରତର ଡିଜିଟାଲ ଅର୍ଥନୀତି କ୍ଷେତ୍ରରେ ଯେଉଁ ବୈପ୍ଳବିକ ପରିବର୍ତ୍ତନ ଦେଖା ଦେଇଛି ତାହାର ଅଧିକା˚ଶ ଶ୍ରେୟ ଚାଇନା ଦ୍ବାରା ପ୍ରତ୍ୟକ୍ଷ ବିଦେଶୀ ପୁ˚ଜି ନିବେଶକୁ ଯିବ। ଉଲ୍ଲେଖଯୋଗ୍ୟ, ୨୦୧୮ ମସିହାରେ ଚୀନର ଫୋସନ କମ୍ପାନି ଭାରତର ଔଷଧ କମ୍ପାନି ଗ୍ଲାଣ୍ତ ଫାର୍ମାକୁ ୧୧୦ କୋଟି ଡଲାରରେ କିଣି ଚୀନ ଭାରତ ଅର୍ଥ ବଜାରରେ ତାର ପ୍ରବେଶର ଅଭିପ୍ରାୟକୁ ସ୍ପଷ୍ଟ କରିସାରିଛି। ଏତଦ୍‌ଭିନ୍ନ ଅଧିକା˚ଶ ବଡ଼ ବଡ଼ କମ୍ପାନିର ଅ˚ଶଧନରେ ମଧୢ ଚୀନ କମ୍ପାନିଙ୍କର ନିବେଶ ଅଛି। ତଦ୍ଦ୍ବାରା ଭାରତୀୟ ଅର୍ଥ ବଜାର ଉପରେ ତାର ନିୟନ୍ତ୍ରଣ ଅଧିକ ହେବାର ସମ୍ଭାବନା ଦେଖା ଦେଇଛି। ତେବେ ସ୍ବୟ˚କ୍ରିୟ ପଦ୍ଧତି (ଅଟୋମେଟିକ ରୁଟ୍‌)ରେ ଚୀନରୁ ଆସିଥିବା ଏହି ବିଦେଶୀ ପ୍ରତ୍ୟକ୍ଷ ପୁ˚ଜି ନିବେଶ କମ୍ପାନିଗୁଡ଼ିକର ଅ˚ଶଧନରେ ବିନିଯୁକ୍ତ ହୋଇଥିବାର ସୂଚନା ଥିଲେ ବି କେଉଁ କମ୍ପାନିରେ କେତେ ପରିମାଣର ପୁ˚ଜି ଲାଗିଛି ତାର ତଥ୍ୟ ସରକାରଙ୍କ ନିକଟରେ ନାହିଁ, ଯାହା ସରକାରଙ୍କୁ ଚିନ୍ତାରେ ପକାଇଛି। ଇତି ମଧୢରେ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) କମ୍ପାନିଙ୍କ ନିକଟରୁ ଚୀନର ପୁ˚ଜି ନିବେଶ ସମ୍ପର୍କୀୟ ସମ୍ପୂର୍ଣ୍ଣ ବିବରଣୀ ସ˚ଗ୍ରହ କରୁଛି।

କରୋନାଜନିତ ସ୍ଥିତିରେ ସମଗ୍ର ବିଶ୍ବର ପ୍ରମୁଖ ସେୟାର ବଜାରରେ କମ୍ପାନିଗୁଡ଼ିକର ଅ˚ଶଧନର ମୂଲ୍ୟ ଅନେକ ଖସି ଯାଇଥିବାରୁ ଚୀନ ଏହାର ସୁଯୋଗ ନେଇ ଆର୍ଥିକ ଦୁଃସ୍ଥିତିରେ ଥିବା କମ୍ପାନିଗୁଡ଼ିକର ଅ˚ଶଧନକୁ କମ ଦାମରେ କିଣି ସେଗୁଡ଼ିିକୁ ନିଜ ନିୟନ୍ତ୍ରଣକୁ ନେବାର ଏକ ଉଦ୍ୟମ ଆରମ୍ଭ କରିଛି। ଇତିମଧୢରେ ଶହ ଶହ ବିଦେଶୀ କମ୍ପାନି ଚୀନ ଛାଡ଼ିି ଭିଏତନାମ, ଭାରତ ଭଳି ଅନ୍ୟ ଦେଶମାନଙ୍କରେ ଶିଳ୍ପ ପ୍ରତିଷ୍ଠା ଲାଗି ଯୋଜନା କରୁଥିବା ବେଳେ ଚୀନ ବିଭିନ୍ନ ଦେଶରେ ଥିବା କମ୍ପାନି ଅକ୍ତିଆର କରିବା ଲାଗି କରୁଥିବା ଉଦ୍ୟମ ବେଶ ଗୁରୁତ୍ବ ବହନ କରେ। ଏହି କାରଣରୁ ଇତି ମଧୢରେ ଅଷ୍ଟ୍ରେଲିଆ ଓ ୟୁରୋପର କେତେକ ଦେଶ ସେମାନଙ୍କ ବିଦେଶୀ ପ୍ରତ୍ୟକ୍ଷ ପୁ˚ଜି ନିବେଶ ସ˚କ୍ରାନ୍ତ ଆଇନରେ ସ˚ଶୋଧନ କରିଛନ୍ତି। ଭାରତ ମଧୢ ଅନୁରୂପ ଭାବେ କିଛି ପଦକ୍ଷେପ କରିଥିବା ନିଶ୍ଚିତ ଭାବେ ସ୍ବାଗତଯୋଗ୍ୟ।

ଭାରତରେ ସାଧାରଣତଃ ଦୁଇଟି ପଦ୍ଧତିରେ ବିଦେଶୀ ପୁ˚ଜି ନିବେଶ ହୋଇଥାଏ। ପ୍ରଥମଟି ସ୍ବୟ˚କ୍ରିୟ (ଅଟୋମେଟିକ ରୁଟ୍‌) ପଦ୍ଧତି ଓ ଦ୍ବିତୀୟଟି ଅନୁମୋଦନ (ଆପ୍ରୁଭାଲ ରୁଟ୍‌)ମୂଳକ ପଦ୍ଧତି। ବିଦେଶୀ ପ୍ରତ୍ୟକ୍ଷ ପୁ˚ଜି ନିବେଶ କ୍ଷେତ୍ରରେ ଅଯଥାରେ ହେଉଥିବା ପ୍ରକ୍ରିୟାଗତ ବିଳମ୍ବକୁ ଏଡ଼ାଇବା ପାଇଁ କେତୋଟି କ୍ଷେତ୍ରରେ ସ୍ବୟ˚କ୍ରିୟ ପଦ୍ଧତି ଅନୁସାରେ ନିବେଶର ଅନୁମତି ରହିଛି। ଅର୍ଥାତ୍‌, ଏଥିପାଇଁ ରିଜର୍ଭ ବ୍ୟାଙ୍କ୍‌ ବା ସରକାରଙ୍କର ଅନୁମୋଦନର ଆବଶ୍ୟକତା ନ ଥାଏ। ସମ୍ବେଦନଶୀଳ କ୍ଷେତ୍ର ଓ ନିର୍ଦ୍ଧାରିତ ପରିମାଣଠାରୁ ଅଧିକ ପରିମାଣର ବିଦେଶୀ ପ୍ରତ୍ୟକ୍ଷ ପୁ˚ଜି ନିବେଶ ପାଇଁ ଏଫଆଇପିବି, କ୍ୟାବିନେଟ କମିଟି ଅନ ଇକୋନୋମିକ ଆଫେୟାର୍ସ (ସିସିଇଏ) ବା କ୍ୟାବିନେଟ କମିଟି ଅନ ସିକ୍ୟୁରିଟିଜଙ୍କ ଅନୁମୋଦନର ଆବଶ୍ୟକତା ପଡ଼ିଥାଏ। ତେବେ ଦୁର୍ବଳ ଆର୍ଥିକ ସ୍ଥିତିର ସୁଯୋଗ ନେଇ ବିଦେଶୀଙ୍କ ଦ୍ବାରା ଭାରତୀୟ କମ୍ପାନିଗୁଡ଼ିକର ସୁବିଧାବାଦୀ କବଜାକୁ ପ୍ରତିହତ କରିବା ପାଇଁ ସରକାର ଏଫ‌୍ଡିଆଇ ନିୟମରେ ସ˚ଶୋଧନ କରିଛନ୍ତି। ତଦନୁଯାୟୀ ଭାରତ ସହ ସ୍ଥଳଭାଗରେ ସ˚ଲଗ୍ନ ସମସ୍ତ ଦେଶର ନିବେଶକମାନେ କେବଳ ଅନୁମୋଦନ ପଦ୍ଧତିରେ ହିଁ ଭାରତରେ ବିଦେଶୀ ପ୍ରତ୍ୟକ୍ଷ ପୁଂଜି ନିବେଶ କରିପାରିବେ, ସ୍ବୟ˚କ୍ରିୟ ପଦ୍ଧତିରେ ନୁହେଁ। ପୂର୍ବେ ଏହି ନିୟମଟି କେବଳ ପାକିସ୍ତାନ ଓ ବଙ୍ଗଳାଦେଶ ପ୍ରତି ପ୍ରଯୁଜ୍ୟ ଥିଲା। ଏବେ ଏହା ଭୁଟାନ, ନେପାଳ, ମ୍ୟାନମାର ପ୍ରତି ଲାଗୁ ହେଉଥିଲେ ବି ଏହା ମୁଖ୍ୟତଃ ଚୀନର ମନ୍ଦ ଉଦ୍ଦେଶ୍ୟକୁ ପ୍ରତିହତ କରିବା ଲାଗି ଉଦ୍ଦିଷ୍ଟ।
ଏବେ ଚୀନ ନିକଟରେ ପ୍ରାୟ ୩ ଟ୍ରିଲିଅନ (ଲକ୍ଷ କୋଟି) ଡଲାର ବୈଦେଶିକ ମୁଦ୍ରାର ଏକ ବିପୁଳ ଭଣ୍ତାର ଗଚ୍ଛିତ ରହିଛି। କରୋନା ମହାମାରୀରୁ ମୁକୁଳିବା ପରେ ଚୀନ ସେଠାକାର ଅର୍ଥନୀତିକୁ ଗତି ପ୍ରଦାନ କରିବା ପାଇଁ ନିଜର ଘରୋଇ ଓ ସରକାରୀ କମ୍ପାନିଗୁଡ଼ିକୁ ଭଲ ଭଲ ବିଦେଶୀ କମ୍ପାନିରେ ପୁ˚ଜି ନିବେଶ କରିବା ଠାରୁ ଆରମ୍ଭ କରି ମାଲିକାନା ଆହରଣ କରିବା ପର୍ଯ୍ୟନ୍ତରେ ପ୍ରୋତ୍ସାହନ ଦେବାରେ ଲାଗିଛନ୍ତି। ସେଥିପାଇଁ ଆବଶ୍ୟକ ହେଉଥିବା ବୈଦେଶିକ ମୁଦ୍ରା ସୁଲଭ ଦରରେ ଉପଲବ୍‌ଧ କରାଉଛି। ଅନ୍ୟ ପକ୍ଷରେ ବିଶ୍ବର ବିଭିନ୍ନ ଦେଶର ଭଲ ଭଲ କମ୍ପାନିମାନେ ବି ଆର୍ଥିକ ଦୁଃସ୍ଥିତି ଯୋଗୁ ଠିକ ସମୟରେ ଋଣ କିସ୍ତି ପରିଶୋଧ କରିବାକୁ ଅସମର୍ଥ ହେଉଥିବାରୁ ସେମାନେ ନିଜ ଅ˚ଶଧନ ବିକ୍ରି କରିବାକୁ ବାଧୢ ହେଉଛନ୍ତି। ସେହି ଆବଶ୍ୟକତାଟିକୁ ଅଭିସନ୍ଧିମୂଳକ ଭାବେ ଚୀନର ନିବେଶକମାନେ ପୂରଣ କରିବାକୁ ଆଗ୍ରହ ଦେଖାଉଛନ୍ତି। ଅବଶ୍ୟ କରୋନା ମହାମାରୀ ଆସିବା ପୂର୍ବରୁ ବି ଚୀନ ବିଭିନ୍ନ ଦେଶରେ ଭଲ ଭଲ କମ୍ପାନିର ଅ˚ଶଧନରେ ନିବେଶ କରୁଥିଲା। ମହାମାରୀ ପୂର୍ବରୁ କେବଳ ଇଟାଲିରେ ପ୍ରାୟ ୩୦୦ କମ୍ପାନିର ମାଲିକାନା ଚୀନ ନିବେଶକଙ୍କ ନିକଟକୁ ଯାଇ ସାରିଥିବା ବେଳେ ସେଠାକାର ଫିଆଟ, ଜେନେରାଲି, ଏନି, ଟେଲିକମ ଇଟାଲିଆ ଭଳି ବଡ଼ ବଡ଼ ଉଦ୍ୟୋଗରେ ଚୀନ କମ୍ପାନିମାନେ ନିବେଶ କରିସାରିଥିଲେ। ତେବେ କରୋନା ମହାମାରୀ ବ୍ୟାପିବା ପରେ ଚୀନ ତରଫରୁ ଯେଉଁ ଆକ୍ରମଣାତ୍ମକ ମନୋଭାବ ପ୍ରଦର୍ଶିତ ହୋଇଛି ତାକୁ ପ୍ରତିହତ କରି ସ୍ବଦେଶୀ କମ୍ପାନିଗୁଡ଼ିକୁ ସୁରକ୍ଷା ପ୍ରଦାନ କରିବା ଲାଗି ଇଟାଲି, ସ୍ପେନ, ଜର୍ମାନୀ ଭଳି ଦେଶମାନେ ନିଜ ଦେଶର ‘ଏଫ୍‌ଡିଆଇ’ ଆଇନକୁ କଡ଼ା କରିଛନ୍ତି। ବାଣିଜ୍ୟ ଓ ନିବେଶ ପାଇଁ ଚୀନ ଉପରେ ଅତ୍ୟଧିକ ନିର୍ଭର କରି ଆସିଥିବା ଅଷ୍ଟ୍ରେଲିଆ ମଧୢ ଏଫ୍‌ଡିଆଇ ଆଇନରେ ପରିବର୍ତ୍ତନ କରିବାକୁ ବାଧ୍ୟ ହୋଇଛି। କାରଣ ଅଧିକା˚ଶ ଦେଶ ହୃଦୟଙ୍ଗମ କଲେଣି ଯେ ଜଗତ୍‌କରଣ ଓ ଉଦାର ଅର୍ଥନୀତିକୁ ଆୟୁଧ କରି ଚୀନ ସେମାନଙ୍କ ଅର୍ଥ ବ୍ୟବସ୍ଥା ଭିତରକୁ ପ୍ରବେଶ କରି ସେମାନଙ୍କ ଅର୍ଥନୈତିକ ସାର୍ବଭୌମତ୍ବକୁ କ୍ଷୁଣ୍ଣ କରିବ।

ଏହି ପରିପ୍ରେକ୍ଷୀରେ ଭାରତ ଏଫ୍‌ଡିଆଇ ନିୟମରେ ପରିବର୍ତ୍ତନ କରିବା ଦ୍ବାରା ଚୀନ ସହ ବାଣିଜ୍ୟିକ ସମ୍ପର୍କରେ ତିକ୍ତତା ଉତ୍ପନ୍ନ ହୋଇଥିଲା। ତେବେ ଲଦାଖ ଠାରେ ଘଟିଥିବା ଭାରତ-ଚୀନ ସ˚ଘର୍ଷ ପରେ ଏହା ଅଧିକ ଆକ୍ରାନ୍ତ ହୋଇଛି। ତେବେ ଏଣେ ଅର୍ଥନୀତିକୁ ଗତି ପ୍ରଦାନ କରିବା ପାଇଁ ଆବଶ୍ୟକ ହେଉଥିବା ପୁ˚ଜି ଘରୋଇ ସୂତ୍ରରୁ ଉପଲବ୍‌ଧ କରିବା ଲାଗି ଭାରତ ପ୍ରତ୍ୟକ୍ଷ ବିଦେଶୀ ପୁ˚ଜି ନିବେଶ ଉପରେ ନିର୍ଭରଶୀଳ। ଏତିକି ବେଳେ ଭାରତର ‘ଏଫ୍‌ଡିଆଇ’ ନିୟମରେ ପରିବର୍ତ୍ତନ ଚୀନରୁ ହେଉଥିବା ପୁ˚ଜି ନିବେଶରେ ପ୍ରତିବନ୍ଧ ସୃଷ୍ଟି କରିବ। ଏହି ପରିପ୍ରେକ୍ଷୀରେ ଭାରତୀୟ କମ୍ପାନିଗୁଡ଼ିକର ପୁ˚ଜି ଆବଶ୍ୟକତା ପୂରଣ କରିବା ଲାଗି ସରକାର ସ୍ବତନ୍ତ୍ର ଧୢାନ ଦେବା ଉଚିତ। ଚୀନର ଅର୍ଥନୈତିକ ଔପନିବେଶିକ ମାନସିକତାର ବିସ୍ତାରକୁୁ ଯେତେ ପ୍ରତିହତ କରାଯାଇପାରିବ, ସେତେ ଭଲ। ବର୍ତ୍ତମାନ ଚୀନରୁ ବାହାରି ଆସି ଅନ୍ୟତ୍ର ଶିଳ୍ପ ପ୍ରତିଷ୍ଠା କରିବାକୁ ଆଗ୍ରହୀ କିଛି କମ୍ପାନିଙ୍କ ମଧ୍ୟରୁ ପ୍ରାୟ ହଜାରେ ସରିକି କମ୍ପାନି ଭାରତକୁ ଆସୁଥିବା ଖବରରେ ଦେଶବାସୀ ଉତ୍ସାହିତ। ହେଲେ, କଥା ହେଲା ଇତି ମଧ୍ୟରେ ସେହି କମ୍ପାନିଗୁଡ଼ିକର ମାଲିକାନାରେ ଚୀନର ନିୟନ୍ତ୍ରଣ ବୃଦ୍ଧି ପାଇ ସାରି ନ ଥିବ ତ?

ଏହି ପରିପ୍ରେକ୍ଷୀରେ ଦେଶର ସ୍ବାର୍ଥ ସୁରକ୍ଷ‌ା ଲାଗି ଅର୍ଥ ବଜାରର ନିୟାମକମାନଙ୍କୁ ତଥା ସରକାରଙ୍କୁ ଆଗାମୀ ଦିନରେ ଅଧିକ ସତର୍କତା ଓ ତତ୍ପରତା ପ୍ରଦର୍ଶନ କରିବାକୁ ପଡ଼ିବ। ନ ହେଲେ ଭାରତର ବଡ଼ ବଡ଼ କମ୍ପାନି ଭାରତରେ ତ ଥିବେ, ହେଲେ ଚୀନ ନିବେଶକଙ୍କ ନିୟନ୍ତ୍ରଣ ଭିତରକୁ ଚାଲିଯାଇଥିବା କିଛି ବିଚିତ୍ର ନୁହେଁ।

ଭୁବନେଶ୍ବର
ମୋ-୯୪୩୭୦୩୮୦୧୫

ସମ୍ବନ୍ଧିତ ଖବର