ଶ୍ରମିକଙ୍କ ସମସ୍ୟା

ପ୍ରବାସୀ ଶ୍ରମିକ ପ୍ରସଙ୍ଗ - ହେମନ୍ତ କୁମାର ପଣ୍ତା

ସ˚ପ୍ରତି କରୋନା ମହାମାରୀ କବଳରେ ଛଟପଟ ହେଉଥିବା ଭାରତରେ ଶ୍ରମିକ ଶ୍ରେଣୀ ଏକ ଉତ୍କଟ ମାନବୀୟ ସ˚କଟ ଦେଇ ଗତି କରୁଛନ୍ତି। ବାହାର ରାଜ୍ୟ ବା ଦେଶରୁ ଘର ବାହୁଡ଼ା ଶ୍ରମିକମାନଙ୍କ ଭବିଷ୍ୟତକୁ ଅତ୍ୟନ୍ତ ଅନିଶ୍ଚିତତା ଭରା କରିପକାଇଛି। ଯଦିଓ ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା ୨୦,୦୦୦ କୋଟି ଟଙ୍କାର ଆର୍ଥିକ ପ୍ୟାକେଜରେ ଶ୍ରମିକ ଶ୍ରେଣୀ ବିଶେଷ କରି ପ୍ରବାସୀ ଶ୍ରମିକଙ୍କ ସହାୟତା ବିଷୟ ଉଲ୍ଲିଖିତ ରହିଛି, ତେବେ ତାର ରୂପରେଖ କିଭଳି ହେବ ସେ ନେଇ କୌଣସି ପରିଷ୍କାର ଚିତ୍ର ବା ନକ୍‌ସା ଦେଖିବାକୁ ମିଳିନାହିଁ। ଏବେ ସୁଦ୍ଧା ରାଜ୍ୟ ଵାରି ଶ୍ରମିକଙ୍କ ସ˚ଖ୍ୟା କେତେ ତାହାର ଠିକ୍‌ ହିସାବ ବା ବିବରଣୀ କାହା ପାଖରେ ନାହିଁ। ଓଡ଼ିଶାରେ ସରକାରୀ କାଗଜପତ୍ରର ତଥ୍ୟ ଏବ˚ ବାସ୍ତବତା ଭିତରେ ମଧୢ ଅନେକ ତଫାତ। କାରଣ ପଞ୍ଜିକୃତ ହୋଇଥିବା ଶ୍ରମିକଙ୍କ ଠାରୁ ପ୍ରକୃତ ଶ୍ରମିକଙ୍କ ସ˚ଖ୍ୟା ବହୁତ ଅଧିକ। ଶ୍ରମିକମାନଙ୍କ ସ˚ଖ୍ୟାକୁ ନେଇ ତଥ୍ୟର ଅଭାବ ସେମାନଙ୍କ ସ˚କଟର ଏକ ବଡ଼ କାରଣ। ଏଭଳି ବ୍ୟବସ୍ଥାଗତ ଅବହେଳା ପାଇଁ ଆଜି ସମଗ୍ର ରାଜ୍ୟକୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି। ଶ୍ରମିକମାନଙ୍କ ଉପସ୍ଥିତି ବା ସେମାନଙ୍କ ବହିର୍ଗମନ ଆଦି ନେଇ ତଥ୍ୟର ଅଭାବ ଯେ କିଭଳି ଅସୁବିଧା ସୃଷ୍ଟି କରିପାରେ, ତାର ଏକ ଉଦାହରଣ ଭାବେ ବଲାଙ୍ଗୀର ଜିଲ୍ଲାକୁ ନିଆଯାଇପାରେ। ଗତ ୨୦୦୧ ମସିହା ଜନଗଣନାରେ ବଲାଙ୍ଗୀରର ଜନସ˚ଖ୍ୟା ଅସ୍ବାଭାବିକ ଭାବରେ ରାଜ୍ୟର ସର୍ବନିମ୍ନ ସ୍ଥାନରେ ରହିଥିଲା। ୨୦୧୧ ମସିହା ଜନଗଣନାରେ ଏହା ଅତି ଉଚ୍ଚ ସ୍ଥାନକୁ ଉଠିଗଲା। ବଲାଙ୍ଗୀର ଭଳି ଏକ ପଛୁଆ ଜିଲ୍ଲାର ଜନସ˚ଖ୍ୟାରେ ଦଶ ବର୍ଷ ଭିତରେ ଏଭଳି ଅଭିବୃଦ୍ଧି ହାର ସମ୍ଭବ ହେଲା କିପରି? ଜଣାପଡ଼ିଲା ଯେ ପ୍ରକୃତରେ ଏହା ପଛରେ ନିହିତ ଥିବା କାରଣଟି ହେଉଛି ୨୦୦୧ ବେଳକୁ ଜିଲ୍ଲାର ଲକ୍ଷାଧିକ ଶ୍ରମିକ ଦାଦନ ଖଟିବା ଲାଗି ବାହାରକୁ ଚାଲିଯାଇଥିଲେ ଓ ଜନଗଣନାରୁ ବାଦ୍‌ ପଡ଼ିଥିଲେ। ଏହି କାରଣରୁ ବଲାଙ୍ଗୀର ଗୋଟିଏ ବିଧାନସଭା ନିର୍ବାଚନ ମଣ୍ତଳୀ (ସଇଁତଳା) ହରାଇଲା କାରଣ ୨୦୦୧ ମସିହାର ଜନଗଣନାକୁ ଆଧାର କରି ନିର୍ବାଚନ ମଣ୍ତଳୀର ସୀମା ପୁନଃ ନିର୍ଦ୍ଧାରଣ କରାଯାଇଥିଲା। ୨୦୧୧ ମସିହାର ଜନଗଣନାରେ ଏହି ଦାଦନ ଶ୍ରମିକମାନେ ସାମିଲ ହୋଇଥିବାରୁ ବଲାଙ୍ଗୀରର ଜନସ˚ଖ୍ୟାରେ ଦଶ ବର୍ଷ ମଧୢରେ ଏକ ବଡ଼ ବୃଦ୍ଧି ଦେଖିବାକୁ ମିଳିଲା।

ସୂଚନା ଅଧିକାର ଆଇନ ବଳରେ ପ୍ରାପ୍ତ ତଥ୍ୟରୁ ଜଣାପଡ଼େ ଯେ ବଲାଙ୍ଗୀର ଜିଲ୍ଲାରୁ ନିୟମାବଳୀ ପାଳନ କରି ଅଗଷ୍ଟ ୨୦୧୯ ସୁଦ୍ଧା ୩୩୯୬ ଶ୍ରମିକ ଅନ୍ୟ ରାଜ୍ୟକୁ ଯାଇଥିବା ବେଳେ ୨୦୧୮ ମସିହାରେ ୩୪୯୧୮ ଏବ˚ ୨୦୧୭ ମସିହାରେ ୩୭୪୮୬ ଶ୍ରମିକ ଅନ୍ୟ ରାଜ୍ୟକୁ ଯାଇଥିଲେ। ସେମିତି ଜୁଲାଇ ୨୦୧୯ ସୁଦ୍ଧା ସୁନ୍ଦରଗଡ଼ ଜିଲ୍ଲାରୁ ୭୯ ଜଣ, ଢେଙ୍କାନାଳ ଜିଲ୍ଲାରୁ ୨୦୧୮ ମସିହାରେ ୧୦୦ ଜଣ ଏବ˚ କେନ୍ଦୁଝର ଜିଲ୍ଲାରୁ ଅଗଷ୍ଟ ୨୦୧୯ ମସିହା ପର୍ଯ୍ୟନ୍ତ ମାତ୍ର ୧୯୦ ଜଣ ଶ୍ରମିକ ବାହାର ରାଜ୍ୟକୁ ଯାଇଥିଲେ। କିନ୍ତୁ ବିଡ଼ମ୍ବନାର ବିଷୟ ହେଲା, ଅଧିକା˚ଶ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଏ ସମ୍ପର୍କରେ ନିର୍ଦ୍ଦିଷ୍ଟ ସୂଚନା ନାହିଁ। ସେହି କାରଣରୁ ଓଡ଼ିଶାରୁ ବାହାରେ ଯାଇ କାମ କରୁଥିବା ଶ୍ରମିକମାନଙ୍କ ଏଭଳି ବିଶାଳ ଆକାର ନେଇ କାହା ପାଖରେ କୌଣସି ଧାରଣା ନ ଥିଲା। ଏଥିରୁ ଏହା ମଧୢ ଜଣାଯାଏ ଯେ ନିୟମ ମାନି ଶ୍ରମ କାର୍ଯ୍ୟାଳୟରେ ଜଣାଇ ବହିର୍ଗମନ କରୁଥିବା ଶ୍ରମିକମାନଙ୍କ ସ˚ଖ୍ୟା ବହୁତ କମ୍‌। ଯଦି ଶ୍ରମିକମାନେ ସଚେତନ ହୋଇ ନିୟମ ମୁତାବକ କାର୍ଯ୍ୟ ଲାଗି ବାହାର ରାଜ୍ୟକୁ ଯାଇଥାଆନ୍ତେ, ତେବେ ସେମାନଙ୍କ ଘର ବାହୁଡ଼ା ସମସ୍ୟାର ମୁକାବିଲା କରିବା ଲାଗି ସରକାରଙ୍କ ପ୍ରସ୍ତୁତି ମଧୢ ଭଲ ହୋଇ ଥାଆନ୍ତା। ତେବେ ସେ ଯାହା ହେଉ ବିପର୍ଯ୍ୟୟରୁ ଶିକ୍ଷା ଲାଭ କଲା ଭଳି ଏବେ ସରକାର ପ୍ରବାସୀ ଶ୍ରମିକମାନଙ୍କ ଏକ ‘ଡାଟା ବେସ୍‌’ ବା ସୂଚନା ଭଣ୍ତାର ତିଆରି କରନ୍ତୁ ଏବ˚ ଦକ୍ଷତା ଭିତ୍ତିରେ ସେମାନଙ୍କ ବର୍ଗୀକରଣ କରନ୍ତୁ।

ସରକାର ଆମ ରାଜ୍ୟରେ ପ୍ରବାସୀ ଶ୍ରମିକଙ୍କ ଥଇଥାନ ଲାଗି ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଉପରେ ନିର୍ଭର କରିଥିବା ଦେଖାଯାଉଛି। ଏହା କିନ୍ତୁ ଏକ ସ୍ବଳ୍ପକାଳୀନ ବ୍ୟବସ୍ଥା ହୋଇପାରେ। ଦକ୍ଷତା ଭିତ୍ତିରେ କାମ ଯୋଗା ନ ଗଲେ ପ୍ରବାସୀ ଶ୍ରମିକମାନଙ୍କୁ ଉପଯୁକ୍ତ ଭାବେ ନିୟୋଜିତ କରାଯାଇ ପାରିବ ନାହିଁ। ସେମିତି ଦେଖିଲେ ପ୍ରାକୃତିକ ସମ୍ପଦରେ ଭରପୂର ଓଡ଼ିଶାରୁ କୌଣସି ଶ୍ରମିକ ଜୀବିକା ଅନ୍ବେଷଣରେ ବାହାର ରାଜ୍ୟକୁ ଯିବା ଉଚିତ ନୁହେଁ। କିନ୍ତୁ ସେଥି ଲାଗି ଆମ ରାଜ୍ୟରେ ଶ୍ରମିକ ସଘନ ଉଦ୍ୟୋଗ ପ୍ରତିଷ୍ଠା କରାଯିବା ଦରକାର। ସରକାର ଏହା ଉପରେ ମଧୢ ଯଥେଷ୍ଟ ଧୢାନ ଦେବା ଉଚିତ।

ଟିକ୍ରାପଡ଼ା, ବଲାଙ୍ଗୀର
ମୋ- ୯୪୩୭୩୬୭୯୯୯

ସମ୍ବନ୍ଧିତ ଖବର