ସ˚ଘୀୟ ସଙ୍କଟର ପଦଧ୍ବନି!

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତଥାକଥିତ ‘ସହଯୋଗପୂର୍ଣ୍ଣ ସ˚ଘୀୟ ଶାସନ ବ୍ୟବସ୍ଥା’ର ପ୍ରତିକୂଳ ଏକ ଘଟଣାକ୍ରମରେ ଦୁଇ ପୃଥକ୍‌ ପୃଥକ୍‌ ଆଞ୍ଚଳିକ ଦଳ ଦ୍ବାରା ଶାସିତ ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗରେ ଦେଶର ପ୍ରମୁଖ ତଦନ୍ତକାରୀ ସ˚ସ୍ଥା ସିବିଆଇ କାର୍ଯ୍ୟ ଉପରେ କଟକଣା ଲାଗୁ କରାଯାଇଛି। ଦିଲ୍ଲୀ ସ୍ବତନ୍ତ୍ର ପୁଲିସ୍‌ ପ୍ରତିଷ୍ଠା ଆଇନ (ଡିଏସ୍‌ପିଇଏ)- ୧୯୪୬ର ଧାରା ୬ ଅନ୍ତର୍ଗତ ବ୍ୟବସ୍ଥା ଅନୁଯାୟୀ ପ୍ରଥମେ ଆନ୍ଧ୍ର ପ୍ରଦେଶର କ୍ଷମତାସୀନ ତେଲୁଗୁ ଦେଶମ୍‌ ସରକାର ରାଜ୍ୟରେ ସ୍ବତଃ ଦୁର୍ନୀତି କିମ୍ବା ଅନ୍ୟ ମାମଲାର ତଦନ୍ତ ପାଇଁ ସିବିଆଇକୁ ଦିଆଯାଇଥିବା ଅନୁମତି (ଜେନେରାଲ କନ୍‌ସେଣ୍ଟ୍‌) ପ୍ରତ୍ୟାହାର କରି ନେଲେ। ନଭେମ୍ବର ୮ରେ ଜାରି ହୋଇଥିବା ଏ ସ˚କ୍ରାନ୍ତ ଗୋପନୀୟ ବିଜ୍ଞପ୍ତି ଶୁକ୍ରବାର ପଦାକୁ ଆସିବା ପରେ ପରେ ପଶ୍ଚିମବଙ୍ଗର ତୃଣମୂଳ ସରକାର ସିବିଆଇ ଉପରେ ଅନୁରୂପ କଟକଣା ଲାଗୁ କରିଛନ୍ତି। ଫଳରେ ଏଣିକି ଏହି ଦୁଇ ରାଜ୍ୟରେ ସିବିଆଇର ଅବାଧ ପ୍ରବେଶ ରହିବ ନାହିଁ। ନିଜ ଆଡୁ କୌଣସି ନୂଆ ମାମଲା ତଦନ୍ତ ପାଇଁ ଗ୍ରହଣ କରିବା ପୂର୍ବରୁ ସିବିଆଇକୁ ସମ୍ପୃକ୍ତ ରାଜ୍ୟ ସରକାରମାନଙ୍କ ଅନୁମତି ନେବାକୁ ହେବ। ସାଧାରଣତଃ, ଡିଏସ୍‌ପିଇଏ- ୧୯୪୬ ଅନୁଯାୟୀ ପ୍ରତି ଛଅ ମାସ କିମ୍ବା ବର୍ଷକରେ ରାଜ୍ୟ ସରକାରମାନେ ସିବିଆଇକୁ ନିଜର କାର୍ଯ୍ୟ ପାଇଁ ‘ଜେନେରାଲ୍‌ କନ୍‌ସେଣ୍ଟ’ ପ୍ରଦାନ କରିଥାନ୍ତି। ଅଧିକା˚ଶ ରାଜ୍ୟରେ ବର୍ଷ ବର୍ଷ ଧରି ସିବିଆଇକୁ ନିୟମିତ ବ୍ୟବଧାନରେ ‘ଜେନେରାଲ୍‌ କନ୍‌ସେଣ୍ଟ’ ପ୍ରଦାନ ଏକ ଔପଚାରିକତା ମାତ୍ର। ତେବେ ଆନ୍ଧ୍ରପ୍ରଦେଶର ଚନ୍ଦ୍ରବାବୁ ନାଇଡୁଙ୍କ ସରକାର ଏବ˚ ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ସରକାର ସିବିଆଇ କ୍ଷମତାକୁ ସଙ୍କୁଚିତ କରି ନେଇଥିବା ନିଷ୍ପତ୍ତି ଚିରାଚରିତ ଧାରାରେ ଗୋଟିଏ ବ୍ୟତିକ୍ରମ, କିନ୍ତୁ ଅଭୂତପୂର୍ବ ନୁହେଁ। ପୂର୍ବରୁ ୧୯୯୮ରେ କର୍ଣ୍ଣାଟକର ତତ୍‌କାଳୀନ ଜନତାଦଳ ସରକାର ଏବ˚ କିଛି ବର୍ଷ ତଳେ ସିକିମ୍‌ ସରକାର ମଧୢ ସମ୍ପୃକ୍ତ ରାଜ୍ୟରେ ସିବିଆଇ ପ୍ରବେଶ ଉପରେ କଟକଣା ଲଗାଇଥିଲେ। ଗତବର୍ଷ ବିଧାନସଭା ନିର୍ବାଚନ ପୂର୍ବରୁ ହିମାଚଳ ପ୍ରଦେଶର ପୂର୍ବତନ କ˚ଗ୍ରେସ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସି˚ହ ଡିଏସ୍‌ପିଇଏର ଏହି ଧାରା ୬ ବଳରେ ଗିରଫଦାରୀ ନେଇ ହାଇକୋର୍ଟରୁ ସୁରକ୍ଷା ପାଇଥିଲେ। ତେଲୁଗୁଦେଶମ୍‌ ଓ ତୃଣମୂଳ ସରକାରଙ୍କ ପଦକ୍ଷେପ ଅଭୂତପୂର୍ବ ନହେଲେ ସୁଦ୍ଧା, ଯେଉଁ ପରିସ୍ଥିତି ଓ ପରିବେଶରେ କେନ୍ଦ୍ରୀୟ ତଦନ୍ତକାରୀ ସ˚ସ୍ଥାକୁ ଆକଟ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି, ତାହା କଦାପି ସାଧାରଣ କିମ୍ବା ସ୍ବାଭାବିକ କୁହାଯାଇ ନପାରେ। ଏହି ଅସାଧାରଣ ଓ ଅସ୍ବାଭାବିକ ନିଷ୍ପତ୍ତିର ସୁଦୂର ପ୍ରସାରୀ ରାଜନୈତିକ ପ୍ରଭାବ, ବିଶେଷକରି ଭାରତର ସ˚ଘୀୟ ଶାସନ ବ୍ୟବସ୍ଥା ତଥା ଭାବନା ଉପରେ ଏହାର ପ୍ରତିକୂଳ ପ୍ରଭାବକୁ ଅଣଦେଖା କରାଯାଇ ନପାରେ।

ଚନ୍ଦ୍ରବାବୁ ନାଇଡୁ ଏବ˚ ମମତା ଦିଦି ଏଭଳି ଗୋଟିଏ ସମୟରେ କେନ୍ଦ୍ରର ପ୍ରାଧାନ୍ୟ ତଥା ଏହାର କର୍ତ୍ତୃତ୍ବକୁ ଆହ୍ବାନ ପୂର୍ବକ ସିବିଆଇ ଉପରେ ଅଙ୍ଗୁଶ ଲଗାଇଛନ୍ତି, ଯେତେବେଳେ ଦିଲ୍ଲୀରେ କ୍ଷମତାସୀନ ବିଜେପି ଓ ଦୁଇ ରାଜ୍ୟର କ୍ଷମତାସୀନ ଆଞ୍ଚଳିକ ଦଳ ମଧୢରେ ରାଜନୈତିକ ପ୍ରତିଦ୍ବନ୍ଦ୍ବିତା ଉଗ୍ର ଆକାର ଧାରଣ କରିଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ଦିଦି ପ୍ରାରମ୍ଭରୁ ମୋଦୀଙ୍କ କଟ୍ଟର ବିରୋଧୀ ରହି ଆସିଛନ୍ତି। ପଶ୍ଚିମବଙ୍ଗ ରାଜନୀତିରେ କ˚ଗ୍ରେସ ଓ ବାମପନ୍ଥୀଙ୍କୁ ପଛକୁ ଠେଲି ହିନ୍ଦୁତ୍ବ ଦଳର ଉତ୍ତରଣ ସେଠାରେ ବିଜେପି ଓ ତୃଣମୂଳକୁ ପରସ୍ପରର ମୁହାଁମୁହିଁ କରାଇଛି। ଅନେକ ସମୟରେ ଏହାର ହି˚ସାତ୍ମକ ରୂପ ମଧୢ ଦେଖିବାକୁ ମିଳୁଛି। ଅନ୍ୟପକ୍ଷରେ କିଛି ମାସ ତଳ ପର୍ଯ୍ୟନ୍ତ ବିଜେପିର ସହଯୋଗୀ ଭାବେ ଏନ୍‌ଡିଏର ଅ˚ଶୀଦାର ଥିବା ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁଦେଶମ୍‌ ପାର୍ଟି ହିନ୍ଦୁତ୍ବ ଶିବିରରୁ ବାହାରି ଆସି ଏବେ ମୋଦୀଙ୍କୁ ଗାଦିଚ୍ୟୁତ କରିବା ଲକ୍ଷ୍ୟରେ ବିରୋଧୀ ମେଳର ଅନ୍ୟତମ ସୂତ୍ରଧର। ସା˚ପ୍ରତିକ ଆଭ୍ୟନ୍ତରୀଣ କନ୍ଦଳ ପରିପ୍ରେକ୍ଷୀରେ ସିବିଆଇର ବିଶ୍ବସନୀୟତା ସନ୍ଦିଗ୍‌ଧ ହୋଇ ପଡ଼ିଥିବାରୁ କେନ୍ଦ୍ରୀୟ ତଦନ୍ତକାରୀ ସ˚ସ୍ଥା ବିରୋଧରେ ଏହା ଏକ ପ୍ରଶାସନିକ ପଦକ୍ଷେପ ବୋଲି ସଫେଇ ଦିଆଯାଉଛି। କିନ୍ତୁ ବାସ୍ତବରେ ଏହାଦ୍ବାରା ଦୁଇ ଆଞ୍ଚଳିକ ଦଳର ନେତୃତ୍ବ ବିଜେପି ବନାମ ବିରୋଧୀ ରାଜନୈତିକ ଯୁଦ୍ଧକୁ ଆଉ ଏକ ନୂଆ ସାମ୍ମୁଖ୍ୟକୁ ଠେଲି ଦେଇଛନ୍ତି। ସିବିଆଇ ବିଶ୍ବସନୀୟତାର ସ˚କଟ – ‘ବିଲେଇ ଭାଗ୍ୟକୁ ଶିକା ଛିଣ୍ତିଲା’ ଭଳି ଦିଦି ଓ ନାଇଡୁଙ୍କ କେନ୍ଦ୍ରୀୟ ତଦନ୍ତକାରୀ ସ˚ସ୍ଥା ବିରୋଧରେ ପଦକ୍ଷେପ ନେବା ଲାଗି ସେମାନେ ଉଣ୍ତୁଥିବା ସୁଯୋଗ ଦେଇଥାଇପାରେ। କିନ୍ତୁ ଅସଲରେ ଯାହା ଦୁଇ ଆଞ୍ଚଳିକ ଦଳଙ୍କୁ ଏ ପଦକ୍ଷେପ ନେବା ଲାଗି ବାଧୢ କରିଛି, ତା’ହେଲା ରାଜନୈତିକ ପ୍ରତିଦ୍ବନ୍ଦ୍ବୀଙ୍କ ବିରୋଧରେ ସିବିଆଇକୁ ଆୟୁଧ କରିବା ଲାଗି ମୋଦୀ ସରକାରଙ୍କ ପ୍ରବଣତା।

ଅବଶ୍ୟ, ଚଳିତ ମୋଦୀ ଶାସନର ଏହା ଏକ ନିଷ୍ଠୁର ବାସ୍ତବତା ଯେ ନ୍ୟାୟପାଳିକାଠାରୁ ଆରମ୍ଭ କରି ରିଜର୍ଭ ବ୍ୟାଙ୍କ୍‌, ନିର୍ବାଚନ କମିସନ୍‌, ସୂଚନା କମିସନ୍‌ ଓ ସିବିଆଇ ପର୍ଯ୍ୟନ୍ତ ବିଭିନ୍ନ ସାମ୍ବିଧାନିକ ଓ ସ୍ବାଧୀନ ଅନୁଷ୍ଠାନ ମାନଙ୍କ ଗୁରୁତ୍ବକୁ ଗୌଣ କରିବା ଲାଗି ଯୋଜନାବଦ୍ଧ ଉଦ୍ୟମ ହୋଇ ଆସିଛି। ସରକାରଙ୍କ ସମ୍ବିଧାନ ପ୍ରତିକୂଳ କାର୍ଯ୍ୟଧାରାର ପରିଣତି ଯେ ଅସ୍ବସ୍ତିକର ଏବ˚ ଦେଶର ଗଣତନ୍ତ୍ର, ଏକତା ତଥା ସ˚ହତିର ପରିପନ୍ଥୀ, ତା’ର ଦୁଃଖଦ ଉଦାହରଣ ହେଲା ସିବିଆଇକୁ ନେଇ ଏ ତାଜା ରାଜନୈତିକ ଲଢେ଼ଇ। କେବଳ ସିବିଆଇ ନୁହେଁ, ଅନ୍ୟ କେନ୍ଦ୍ରୀୟ ସ˚ସ୍ଥାମାନଙ୍କୁ ମଧୢ କେନ୍ଦ୍ର ସରକାର ରାଜନୈତିକ ଉଦ୍ଦେଶ୍ୟରେ ଅପବ୍ୟବହାର କରିବାର ଅନେକ ନଜିର ରହିଛି। ଗୁଜୁରାଟ ରାଜ୍ୟସଭା ନିର୍ବାଚନ ବେଳେ ବେଙ୍ଗାଲୁରୁରେ କ˚ଗ୍ରେସ ବିଧାୟକମାନଙ୍କୁ ଗୋଟିଏ ହୋଟେଲରେ ରଖିଥିବା କର୍ଣ୍ଣାଟକର ଜଣେ ମନ୍ତ୍ରୀଙ୍କ ଘର ଓ ଅଫିସ୍‌ ଉପରେ ଆୟକର ଓ ଅନ୍ୟ କେନ୍ଦ୍ରୀୟ ସ˚ସ୍ଥା ଦ୍ବାରା ଚଢ଼ାଉ ହୋଇଥିଲା। ଚନ୍ଦ୍ରବାବୁ ନାଇଡୁ ବିଜେପି ଦଳ ଛାଡ଼ିବା ପରେ ଆନ୍ଧ୍ରର କେତେକ ତେଲଗୁ ଦେଶମ୍‌ ନେତା ଓ ସମର୍ଥକଙ୍କ ବିରୋଧରେ ସିବିଆଇ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ପଶ୍ଚିମବଙ୍ଗ ଓ ଓଡ଼ିଶାରେ ଚିଟ୍‌ଫଣ୍ତ୍‌ ମାମଲାର ତଦନ୍ତରେ ସିବିଆଇର ଉଦ୍ଦେଶ୍ୟ ଠକେଇର ରହସ୍ୟ ଉଦ୍‌ଘାଟନ କରିୁ ଓ ଠକଙ୍କୁ ଗିରଫ ଯେତେ ନଥିଲା, ରାଜନୈତିକ ପ୍ରତିଦ୍ବନ୍ଦ୍ବୀଙ୍କୁ ହଇରାଣ କରିବା ତା’ଠାରୁ ଅଧିକ ଥିଲା। ନିର୍ବାଚନ ପୂର୍ବରୁ ସିବିଆଇର ଆକ୍ରୋଶ ମୂଳକ ଅପବ୍ୟବହାର ଆଶଙ୍କାରେ ନାଇଡୁ ଓ ଦିଦିଙ୍କ ପଦକ୍ଷେପ ଉଭୟ ରକ୍ଷଣାତ୍ମକ ଏବ˚ ଆକ୍ରମଣାତ୍ମକ। ଦିଦି ଓ ନାଇଡୁଙ୍କ ପଦକ୍ଷେପ ବିରୋଧରେ ଜନମତ ଆଜି ଶିଥିଳ, ଏଥିପାଇଁ ଯେ ଏହାକୁ ମୋଦୀ ସରକାରଙ୍କ ରାଜନୈତିକ ଆକ୍ରୋଶର ପାଲଟା ଜବାବ ରୂପେ ବିଚାର କରାଯାଉଛି। ଅନୁମତି ପ୍ରତ୍ୟାହାର କରି ବିଜ୍ଞପ୍ତି ପ୍ରକାଶ ପରେ ବି ପୁରୁଣା ମାମଲା ଗୁଡ଼ିକର ତଦନ୍ତ ସିବିଆଇ ଚାଲୁ ରଖିପାରିିବ। ପୁରୁଣା ମାମଲା ତଦନ୍ତ ଆଳରେ ଏବେ ବି ସିବିଆଇ ଦ୍ବାରା ରାଜନୈତିକ ପ୍ରତିଦ୍ବନ୍ଦ୍ବୀଙ୍କୁ କୋଣଠେସା କରିବାର ସୁଯୋଗ କେନ୍ଦ୍ରରେ କ୍ଷମତାସୀନ ସରକାରଙ୍କ ହାତରେ ଅଛି। କିନ୍ତୁ ନାଇଡୁ ଓ ମମତାଙ୍କ ଖୋଲା ବିଦ୍ରୋହ ପରେ ସେ ସୁଯୋଗ ଯଥେଷ୍ଟ ସ˚କୁଚିତ ହୋଇଛି। ପରିବର୍ତ୍ତିତ ପରିସ୍ଥିତିରେ ରାଜନୈତିକ ଆକ୍ରୋଶ ରଖି ସିବିଆଇର ଅପବ୍ୟବହାର ବିଜେପି ପାଇଁ ବୁମେରା˚ ହେବା ବିପଦକୁ ଦଳର ନେତୃତ୍ବ ଏଡ଼ାଇବା ସହଜ ହେବ ନାହିଁ।

ସିବିଆଇକୁ ନେଇ ଚାଲିଥିବା ଏ ବିବାଦର ଶେଷରେ ପ୍ରଶାସନିକ, ଆଇନଗତ, ରାଜନୈତିକ ପରିଣାମ ଯାହା ବି ହେଉ, କେନ୍ଦ୍ରୀୟ ତଦନ୍ତକାରୀ ସ˚ସ୍ଥାର ବିଶ୍ବସନୀୟତାକୁ ପ୍ରଶ୍ନ କରି ନାଇଡୁ ଓ ମମତାଙ୍କ ବିଦ୍ରୋହ ଦେଶର ସ˚ଘୀୟ ବ୍ୟବସ୍ଥା ତଥା ଭାବନା, ସ˚ହତି ଦୃଷ୍ଟିରୁ ଆଦୌ ଅନୁକୂୂଳ ନୁହେଁ। ସର୍ବଶେଷ ଘଟଣାକ୍ରମ ଏହାର ଆଉ ଏକ ଅସ୍ବସ୍ତିକର ପ୍ରମାଣ ଯେ, ଚଳିତ ସରକାର ଅମଳରେ କେନ୍ଦ୍ର-ରାଜ୍ୟ ସମ୍ପର୍କ ଅଧିକରୁ ଅଧିକ ତିକ୍ତ ହୋଇ ଚାଲିଛି। ଦିଲ୍ଲୀ ସରକାରର ପ୍ରାଧାନ୍ୟ ଜାହିର କରିବାର ବ୍ୟଗ୍ରତା ମଧୢରେ ରାଜ୍ୟ ଗୁଡ଼ିକର ପ୍ରଶାସନିକ, ଆର୍ଥିକ ସ୍ବାଧୀନତାର ଅବମାନନା ସ˚ଘୀୟ ବ୍ୟବସ୍ଥାର ପରିପନ୍ଥୀ। ଏମିତି ନୁହେଁ ଯେ, ଅନ୍ୟତମ ଜାତୀୟ ଦଳ କ˚ଗ୍ରେସ ଦିଲ୍ଲୀରେ କ୍ଷମତାରେ ଥିବା ବେଳେ କେନ୍ଦ୍ର- ରାଜ୍ୟ ବିବାଦ ନ ଥିଲା। କିନ୍ତୁ ଚଉଦ ପରେ ଲୋକସଭାରେ ବିଜେପିର ପୂର୍ଣ୍ଣ ସ˚ଖ୍ୟା ଗରିଷ୍ଠତାର ଅହଙ୍କାର ଯୋଗୁଁ ଚଳିତ ସରକାର ଅମଳରେ କ୍ଷମତା କେନ୍ଦ୍ରୀଭୂତ କରିବାର ପ୍ରବଣତା କେନ୍ଦ୍ର- ରାଜ୍ୟ ବିବାଦକୁ ଅଧିକ ଘନୀଭୂତ କରିଛି। ସ˚ଘୀୟ ବ୍ୟବସ୍ଥାକୁୁ ଅଧିକ ସମସ୍ୟା ଆଡ଼କୁ ଠେଲି ଦେଇଛି। ସହଯୋଗପୂର୍ଣ୍ଣ ସ˚ଘୀୟ ବ୍ୟବସ୍ଥାର ନାରା ଦିଆଯାଉଛି। ଅଥଚ ଅନେକ ପ୍ରସଙ୍ଗରେ କେନ୍ଦ୍ର ଓ ରାଜ୍ୟ ମଧୢରେ ଅଯଥା ମୁକାବିଲାମୂଳକ ପରିସ୍ଥିତି ସୃଷ୍ଟି ହେଉଛି। ବିବିଧତାପୂର୍ଣ୍ଣ ଭାରତ ପାଇଁ ଏହା ଆଦୌ ଏକ ଶୁଭ ସ˚କେତ ନୁହେଁ। ଆଞ୍ଚଳିକ ସ୍ବାର୍ଥ ଓ ସ୍ବାଭିମାନକୁ ପୁଞ୍ଜି କରି ଆଞ୍ଚଳିକ ସ୍ତରରେ ରାଜନୈତିକ ଶକ୍ତିଙ୍କ ଅଭ୍ୟୁଦୟ ଏକ ବାସ୍ତବତା। ଏହାକୁ ସ୍ବୀକାର କରିବା ଲାଗି ଜାତୀୟ ଦଳଙ୍କ କୁଣ୍ଠା ରହିବା ଉଚିତ ନୁହେଁ।

ସମ୍ବନ୍ଧିତ ଖବର