ପୃଥିବୀର ଯୁଦ୍ଧାସ୍ତ୍ର ଇତିହାସରେ ଧର୍ମାନ୍ଧ ଜିହାଦୀ ଏକ ଉଚ୍ଚ ସ୍ଥାନ ପାଇବା ପାଇଁ ହକ୍ଦାର ବୋଲି ଦର୍ଶାଇ ପ୍ରସିଦ୍ଧ ନିରୀଶ୍ବରବାଦୀ ବିବର୍ତ୍ତନ-ଜୈବବିଜ୍ଞାନୀ ରିଚାର୍ଡ ଡକିନ୍ସ ତାଙ୍କର ଯୁଗାନ୍ତକାରୀ ପୁସ୍ତକ ‘ଦି ଗଡ୍ ଡିଲ୍ୟୁଜନ୍’ (‘ଈଶ୍ବର ଭ୍ରାନ୍ତି’)ରେ ଲେଖିଛନ୍ତି: ‘‘ସଦିଦ ପାଇଁ ସ୍ବର୍ଗର ପ୍ରତିଶ୍ରୁତି ଦ୍ବାରା ସମ୍ପୂର୍ଣ୍ଣ ଭୟଶୂନ୍ୟ ହୋଇଯାଇଥିବା ଅସଲି ଧର୍ମାନ୍ଧ ଯୁଦ୍ଧାସ୍ତ୍ର ଇତିହାସରେ ଲମ୍ବ ଧନୁ, ଯୁଦ୍ଧ ଅଶ୍ବ, ଟ୍ୟାଙ୍କ୍ ଏବ˚ ପୁଞ୍ଜିବୋମା ପାର୍ଶ୍ବରେ ଏକ ଉଚ୍ଚ ସ୍ଥାନ ଦଖଲ କରିବା ପାଇଁ ହକ୍ଦାର।’’ ଡକିନ୍ସଙ୍କର ଏଭଳି ବିଚାରର ଯଥାର୍ଥତାର ସଦ୍ୟତମ ପ୍ରମାଣ ସ୍ବରୂପ ପୁଲଵାମାର ନରସ˚ହାରକାରୀ ନିଜକୁ ଇସଲାମ ପାଇଁ ସହିଦ ବୋଲି ବିଚାର କରୁଥିବା ଜିହାଦୀ ଯୁବକ ଆଦିଲ୍ ଅହମ୍ମଦ୍ ଦର୍ ତା’ର ଜିହାଦ୍ ଯାତ୍ରାର ଅବ୍ୟବହିତ ପୂର୍ବରୁ ରେକର୍ଡ କରିଥିବା ଭିଡିଓ ସନ୍ଦେଶରେ କହିଛି: ‘‘ଯେତେବେଳକୁ ଏ ଭିଡିଓ ତୁମ ପାଖରେ ପହଞ୍ଚିବ, ସେତେବେଳକୁ ମୁଁ ସ୍ବର୍ଗ (ଜନ୍ନତ୍)ରେ ପହଞ୍ଚି ସାରିଥିବି।’’
Sambad is now on WhatsApp
Join and get latest news updates delivered to you via WhatsApp
ଜିହାଦୀ ପାଇଁ ଏ ଜନ୍ନତ୍ର ଆକର୍ଷଣ ଏପରି ଦୁର୍ବାର କାହିଁକି, ଯାହା ତା’ର ପ୍ରାଣଭୟକୁ ମଧୢ ଦୂର କରି ଦେଇଥାଏ? ଏକବି˚ଶ ଶତାବ୍ଦୀରେ ଏ ପ୍ରଶ୍ନର ଉତ୍ତର ପ୍ରଥମଥର ପାଇଁ ଶୁଣିବାକୁ ମିଳିଥିଲା ଯେତେବେଳେ ୨୦୦୧ ସେପ୍ଟେମ୍ବର ୧୧ ତାରିଖରେ (୯/୧୧) ଆଲ୍ କାଏଦା ଜିହାଦୀମାନେ ଆମେରିକାରେ ଵାର୍ଲଡ୍ ଟ୍ରେଡ୍ ସେଣ୍ଟର୍ ଓ ଅନ୍ୟାନ୍ୟ ଲକ୍ଷ୍ୟସ୍ଥଳୀମାନଙ୍କ ଉପରେ ଅପହୃତ ବିମାନ ମାଡ଼ କରି ପ୍ରାୟ ତିନିହଜାର ନିରୀହ ଲୋକଙ୍କର ପ୍ରାଣ ନାଶ କରିବାର ଠିକ୍ ପୂର୍ବରୁ ସାଥୀ ଜିହାଦୀମାନଙ୍କୁ ଉତ୍ସାହିତ କରିବା ପାଇଁ ସେମାନଙ୍କର ନେତା ମହମ୍ମଦ ଆଟ୍ଟା ସେମାନଙ୍କୁ ଉଦ୍ବୋଧନ ଦେଇ ଲେଖିଥିଲା: ‘‘କୁମାରୀ କନ୍ୟାମାନେ ତୁମମାନଙ୍କୁ ଡାକୁଛନ୍ତି।’’ ଇସଲାମ୍ର ଆରମ୍ଭ କାଳରୁ ବିଶ୍ବାସ କରାହୋଇ ଆସୁଛି ଯେ ଇସଲାମ ପାଇଁ ଜିହାଦ୍ରେ ଭାଗ ନେଇ ପ୍ରାଣବଳି ଦେଇଥିବା ଜିହାଦୀ ସହିଦମାନେ ସିଧାସଳଖ ଜନ୍ନତ୍କୁ ଯିବେ ଓ ସେଠାରେ ପ୍ରତ୍ୟେକ ଜିହାଦୀ ୭୨ଟି ଲେଖାଏଁ କୃଷ୍ଣନୟନା ଚିରକୁମାରୀଙ୍କୁ ଅବିରତ ଉପଭୋଗ କରି ଚାଲିବେ।
୯/୧୧ ପ୍ରଳୟ କାଣ୍ତ ପରେ ଯେତେବେଳେ ଅସୁନନ୍ଧାନକାରୀ ଦଳ ମହମ୍ମଦ ଆଟ୍ଟାର ଜର୍ମାନୀର ହାମ୍ବର୍ଗସ୍ଥିତ ମୁଖ୍ୟ ଆଡ୍ଡା ଉପରେ ଚଢ଼ାଉ କଲେ ସେଠାରେ ସେମାନେ ଅନ୍ୟାନ୍ୟ ଅନେକ ତଥ୍ୟ ପ୍ରମାଣ ସହ ଆରବ ଭାଷାରେ ଲିଖିତ ଅବ୍ଦୁଲ୍ଲା ଆଜାମ୍ ନାମକ ପାକିସ୍ତାନରେ ୧୯୮୯ରେ ସହିଦ ହୋଇଥିବା ଏକ ଜିହାଦୀ ଦ୍ବାରା ରଚିତ ଜିହାଦ୍ ସମ୍ପର୍କିତ ଏକ ମାର୍ଗଦର୍ଶିକା ପୁସ୍ତକ ଆବିଷ୍କାର କରିଥିଲେ। ସେଥିରେ ଲେଖାଥିଲା ଅନ୍ୟାନ୍ୟ ସମସ୍ତ ଧର୍ମୀୟ ଆଚରଣକୁ ପଛରେ ପକାଇ ଯାହା ସର୍ବାଗ୍ରେ ଥାଏ ତାହା ହେଉଛି ଜିହାଦ୍। ଏପରିକି ପ୍ରାର୍ଥନା ଅପେକ୍ଷା ଜିହାଦ୍ ହେଉଛି ଅଧିକ ଗୁରୁତ୍ବପୂର୍ଣ୍ଣ। ଆଉ ଦୁର୍ବଳ ମନା ଯୁବକମାନଙ୍କୁ ଆକର୍ଷିତ କରିବା ପାଇଁ ସେଥିରେ ଏଇ ଭଳି ପ୍ରଲୋଭନ ଉଲ୍ଲିଖିତ ଥିଲା: ‘‘ଗୋଟିଏ ରାସ୍ତାରେ ତୁମେ ଚାରିବର୍ଷ ପାଠ ପଢ଼ି ଡିଗ୍ରୀ ପାଇବା ପରେ ମାସକୁ ୨,୦୦୦ ଦିର୍ହାମ୍ ମିଳୁଥିବା ଚାକିରିଟିଏ ପାଇବ। ଅନ୍ୟ ରାସ୍ତାରେ ତୁମେ ଏକ ସାର୍ଟିଫିକେଟ୍ ପାଇବ ଯାହା ବଳରେ ତୁମେ ସ୍ବର୍ଗରେ ପ୍ରବେଶ କରିପାରିବ…। ଏକ ରାସ୍ତାରେ ତୁମେ ୨୦ ବର୍ଷ କାଳ କାମ କରି ସାମାନ୍ୟ ସଞ୍ଚୟ କରି କୌଣସି ଏକ ନାରୀକୁ ବିବାହ କରିବ। ଅନ୍ୟ ରାସ୍ତାରେ ତୁମେ ୭୨ଟି କୁମାରୀଙ୍କୁ ବିବାହ କରିବ। ଗୋଟିଏ ରାସ୍ତାରେ ତୁମେ ଏକ ଦୁଇ-ରୁମ୍ବିଶିଷ୍ଟ ଆପାର୍ଟମେଣ୍ଟଟିଏ ପାଇବ। ଅନ୍ୟ ରାସ୍ତାରେ ତୁମକୁ ପ୍ରାସାଦମାନ ପ୍ରଦାନ କରାଯିବ।’’
ଏଥିରେ ସନ୍ଦେହ ନାହିଁ ଯେ ମହମ୍ମଦ ଆଟ୍ଟା କିମ୍ବା ଆଦିଲ୍ ଦର୍ଙ୍କ ପରି ଅନ୍ୟ ଅସ˚ଖ୍ୟ ଜିହାଦୀମାନେ ଦ୍ବିତୀୟ ରାସ୍ତାଟିକୁ ହିଁ ପସନ୍ଦ କରୁଛନ୍ତି। ଦର୍ ତ ସ୍ବର୍ଗରେ ମିଳିିବାକୁ ଥିବା କୁମାରୀ ବା ‘ହୁର୍’ ପୁରସ୍କାର ସମ୍ବନ୍ଧରେ ଏତେ ନିଶ୍ଚିତ ଯେ ପୃଥିବୀରେ ପ୍ରେମ କରି ସମୟ ନଷ୍ଟ ନକରିବାକୁ ସାଥୀମାନଙ୍କୁ ଆହ୍ବାନ ଦେଇଛି। ‘ହୁର୍’ ଶବ୍ଦ କୋରାନ୍ରେ ମୋଟ ଚାରିଥର ଦୃଷ୍ଟିଗୋଚର ହୋଇଥାଏ ବୋଲି ଅନୁଶୀଳନକାରୀମାନେ କହନ୍ତି। ଅଧିକା˚ଶ ଅନୁବାଦକ ଏହାକୁ ‘କୃଷ୍ଣନୟନା ଯୁବତୀ’ ରୂପେ ଅର୍ଥ କରିଥାନ୍ତି। ଏହାକୁ ଭିତ୍ତି କରି ରକ୍ଷଣଶୀଳ ଇସଲାମୀୟ ପଣ୍ତିତମାନେ ମଧୢ ଜନ୍ନତ୍ରେ ଯୌନ ଆନନ୍ଦର ପ୍ରାଧାନ୍ୟକୁ ସ୍ବୀକାର କରିଛନ୍ତି, ଯେମିତି ଦଶମ ଶତାବ୍ଦୀର ଆଲ୍-ଆସାରି କିମ୍ବା ଏକାଦଶ ଶତାବ୍ଦୀର ଆଲ୍-ଘଜଲି। ବିଶେଷକରି ପଞ୍ଚଦଶ ଶତାବ୍ଦୀର ପ୍ରସିଦ୍ଧ ବ୍ୟାଖ୍ୟାକାର ଆଲ୍-ସୁୟୁତି ଜନ୍ନତ୍ରେ ତୀବ୍ର କାମୋଦ୍ଦୀପକ ଯୌନ କ୍ରୀଡ଼ାର ଯେଉଁ ଭଳି ମୁକ୍ତ ବର୍ଣ୍ଣନା କରିଛନ୍ତି ତାହା ଯଦି ଜିହାଦୀମାନଙ୍କୁ ଦ୍ବିତୀୟ ରାସ୍ତାର ପଥିକରେ ପରିଣତ କରୁଥାଏ, ସେଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ।
ଏବେ କିନ୍ତୁ ଆଧୁନିକ ଗବେଷକମାନେ ଜନ୍ନତ୍ରେ ଜିହାଦୀମାନଙ୍କୁ ମିଳିବାକୁ ଥିବା ତଥାକଥିତ ପୁରସ୍କାର ସମ୍ବନ୍ଧରେ ଯେଉଁ ଅସଲ ସତ୍ୟ ଆବିଷ୍କାର କରିଛନ୍ତି, ତାହା ଯାହା ସାବ୍ୟସ୍ତ କରିଥାଏ ତାହା ହେଲା ଏହି ଜିହାଦୀମାନେ ଦଳେ ବିଭ୍ରାନ୍ତ ପଥିକ ବ୍ୟତୀତ ଆଉ କିଛି ନୁହନ୍ତି। କୋରାନ୍ର ସମସ୍ତ ପାଠକ ଓ ଅନୁଶୀଳନକାରୀମାନେ ଏକମତ ହୋଇଥାନ୍ତି ଯେ ଏହା ଅତ୍ୟନ୍ତ ସୁନ୍ଦର ଭାବରେ ରଚିତ କିନ୍ତୁ ଏହାର ଅନେକ ଉକ୍ତି ଅସ୍ପଷ୍ଟ। ଏହି ଅସ୍ପଷ୍ଟତାର ଏକ କାରଣ ହେଲା କୋରାନ୍ରେ ହିଁ ଆରବ ଭାଷା ଏକ ଲିଖିତ ଭାଷା ରୂପେ ଜନ୍ମଗ୍ରହଣ କଲା। ତେଣୁ ସ୍ବାଭାବିକ ଭାବରେ ଏଥିରେ ବ୍ୟବହୃତ ଅନେକ ଶବ୍ଦ ହେଉଛନ୍ତି ସେ ସମୟରେ ପ୍ରଚଳିତ ‘ସିରିଆନ୍’ କିମ୍ବା ‘ଆରାମାଇକ୍’ ଭାଷାର ଶବ୍ଦ। ଏହିପରି ଏକ ଶବ୍ଦ ହେଉଛି ପୂର୍ବବର୍ଣ୍ଣିତ ‘ହୁର୍‘। ପୂର୍ବର ବ୍ୟାଖ୍ୟାକାରମାନେ ଏହାକୁ ‘କୁମାରୀ କନ୍ୟା’ ରୂପେ ତର୍ଜମା କରିଥିଲେ ହେଁ ବର୍ତ୍ତମାନ ଗବେଷକମାନେ ଏହାର ଆରାମାଇକ୍ ମୂଳକୁ ଯାଇ ଆବିଷ୍କାର କରିଛନ୍ତି ଯେ ‘ହୁର୍’ ଅର୍ଥ ହେଉଛି ‘ଧଳା’ ଏବ˚ ଏହାକୁ ସାଧାରଣତଃ ‘ଧଳା ଅଙ୍ଗୁର’ ଅର୍ଥରେ ବ୍ୟବହାର କରାଯାଇଥାଏ। ଏ କ୍ଷେତ୍ରରେ ଚହଳ ସୃଷ୍ଟି କରିଥିବା ପ୍ରମୁଖ ଗବେଷକ ଡକ୍ଟର୍ କ୍ରିଷ୍ଟଫ୍ ଲକ୍ସେନ୍ବର୍ଗଙ୍କ ମତରେ ଏହି ପ୍ରସଙ୍ଗରେ ‘ହୁର୍’ ଅର୍ଥ ‘ଅଙ୍ଗୁର’ ଅଧିକ ଯୁକ୍ତିଯୁକ୍ତ ମନେ ହୁଏ, କାରଣ କୋରାନ୍ରେ ‘ହୁର୍’ମାନଙ୍କୁ ସ୍ଫଟିକ ଓ ମୁକ୍ତା ସହିତ ତୁଳନା କରାଯାଇଛି ଯାହାର କୁମାରୀ କନ୍ୟା ଅପେକ୍ଷା ଧଳା ଅଙ୍ଗୁର ସହିତ ବହୁ ଅଧିକ ସାଦୃଶ୍ୟ ରହିଥାଏ। ଡକ୍ଟର୍ ଲକ୍ସେନ୍ବର୍ଗ କହନ୍ତି ଯେ ସମସାମୟିକ ବର୍ଣ୍ଣନା ଅନୁସାରେ ସ୍ବର୍ଗର ଯେଉଁ ଚିତ୍ର ଦେଖିବାକୁ ମିଳେ ସେଥିରେ ତାହା ଏକ ଫଳ ଭର୍ତ୍ତି ଉଦ୍ୟାନ ଭଳି ଏବ˚ ବିଶେଷ କରି ଧଳା ଅଙ୍ଗୁର ଭର୍ତ୍ତି ଉଦ୍ୟାନ। ଡକ୍ଟର୍ ଲକ୍ସେନ୍ବର୍ଗ ତେଣୁ ତାଙ୍କର ଗବେଷଣାଲବ୍ଧ ତଥ୍ୟକୁ ଭିତ୍ତି କରି ସାବ୍ୟସ୍ତ କରିବାକୁ ଚାହାଁନ୍ତି ଯେ ଜନ୍ନତ୍ରେ ଜିହାଦୀମାନଙ୍କୁ ଯାହା ପ୍ରଦାନ କରାଯିବ ବୋଲି କୋରାନ୍ରେ ପ୍ରତିଶ୍ରୁତି ଦିଆଯାଇଛି ତାହା ୭୨ଟି କୁମାରୀ କନ୍ୟା ନୁହେଁ, ୭୨ଟି ସ୍ଫଟିକ ସଦୃଶ ସ୍ବଚ୍ଛ ଧଳା ଅଙ୍ଗୁର ମାତ୍ର।
ଏହା କଳ୍ପନା କରିବା କଷ୍ଟକର ନୁହେଁ ମହମ୍ମଦ ଆଟ୍ଟା କିମ୍ବା ମାସୁଦ୍ ଅଜହର ଭଳି ଜିହାଦ ସ˚ଗଠକମାନେ ମାତ୍ର କେତୋଟି ଧଳା ଅଙ୍ଗୁରର ପ୍ରଲୋଭନ ଦେଖାଇ କେତେଜଣ ଯୁବକଙ୍କୁ ଆତ୍ମଘାତୀ ନରସ˚ହାରରେ ପ୍ରବୃତ୍ତ ହେବା ପାଇଁ ପ୍ରବର୍ତ୍ତାଇ ପାରିଥାନ୍ତେ। ପ୍ରସିଦ୍ଧ ମନ୍ତବ୍ୟକାର ଇନନ୍ ଵାରାକ୍ କହିଥିବା ଭଳି ଯଦି ‘ହୁର୍’ର ସଠିକ୍ ଅନୁବାଦ ବହୁଳ ପ୍ରସାରିତ ହୋଇଥାନ୍ତା, ତେବେ ଆତ୍ମଘାତୀ ଆକ୍ରମଣ କବଳରୁ କେତେ ଯେ ନିରୀହ ଜୀବନ ରକ୍ଷା ପାଇ ଯାଇଥାନ୍ତେ। ପୁଲ୍ଵାମା ବା ଉରି ବା ଵାର୍ଲଡ୍ ଟ୍ରେଡ୍ ସେଣ୍ଟର୍ରେ ଯେଉଁ ସମସ୍ତ ଅମୂଲ୍ୟ ଜୀବନ ହାନି ଘଟିଛି, ସେ ସବୁ ‘ଲଷ୍ଟ ଇନ୍ ଟ୍ରାନ୍ସଲେସନ୍’ ବା ଅନୁବାଦର ବିକୃତି ଯୋଗୁଁ ଘଟିଛି ବୋଲି ଯଦି ବିଚାର କରାଯାଏ, ବୋଧହୁଏ ଭୁଲ ହେବ ନାହିଁ। ଯେଉଁମାନଙ୍କ ହାତରେ ଅନୁବାଦର ଏହି ତ୍ରୁଟି ସୁଧାରିବାର ଅଧିକାର ରହିଛି ସେମାନେ ତାହା ନକରିବା ଯାଏ ‘ହୁର୍’ ଅଙ୍ଗୁର୍ର ପ୍ରଭାବ ଏଇଭଳି ବିଷାକ୍ତ ହୋଇ ରହିଥିବ।