ପରିବର୍ତ୍ତନ ପ୍ରୟୋଜନ

ନିଜକୁ ସର୍ବସାଧାରଣଙ୍କ ସେବକ ରୂପେ ବୋଲି ପରିଚୟ ଦେଉଥିବା ଭାରତର ପୁଲିସ ଯଦି ବାସ୍ତବରେ ନିଜକୁ ଶାସକ ଭାବି ସେତିକିରେ ସନ୍ତୁଷ୍ଟ ରୁହନ୍ତା ତାହାହେଲେ ହୁଏତ ତାମିଲନାଡୁର ସତ୍ତାନକୂଳମ୍‌ରେ ଘଟିଥିବା ହୃଦୟ ବିଦାରକ ହାଜତ ମୃତ୍ୟୁ ଘଟଣା ପରି ଘଟଣାମାନ ଆମ ଦେଶରେ ଘଟୁନଥାନ୍ତା। ବାସ୍ତବରେ ସ୍ବାଧୀନ ଭାରତର ପୁଲିସ ଏବେ ବି ବ୍ରିଟିଶ ଶାସନର ପୁଲିସ ବୋଲି ନିଜକୁ ଭାବୁଛି ଯିଏ ପ୍ରତିଟି ଭାରତୀୟଙ୍କୁ ସେମାନଙ୍କ ଶତ୍ରୁ ବୋଲି ବିଚାର କରୁଥିଲା। ସେହି କାରଣରୁ ସାମାନ୍ୟ ଅପରାଧ ପାଇଁ, ପିମ୍ପୁଡ଼ିକୁ ହାତୀ ଦଳି ଦେବା ପରି ଶତ୍ରୁକୁ ଜୀବନରେ ମାରି ଦେବା ଲାଗି ତା’ର କୌଣସି କୁଣ୍ଠା ହେଉନାହିଁ। ଭାରତର ପୁଲିସ ସେହି ଉପନିବେଶୀୟ ଅହଙ୍କାର ଭିତରୁ ମୁକ୍ତି ପାଇ ନ ପାରିବା ବାସ୍ତବିକ ଚିନ୍ତାଦାୟକ।

ତାମିଲନାଡୁର ସତ୍ତାନକୂଳମ୍‌ରେ କଣ ଘଟିଥିଲା ସେକଥା ସମ୍ବାଦପତ୍ର ଏବ˚ ଅନ୍ୟାନ୍ୟ ଗଣମାଧୢମରେ ବିସ୍ତାରିତ ଭାବେ ପ୍ରକାଶିତ ହୋଇଥିବାରୁ ସେସବୁକୁ ଆଉ ଥରେ ବିଶଦ ଭାବେ ଉଲ୍ଲେଖ କରିବାର ପ୍ରୟୋଜନ ନାହିଁ। ଲକ୍‌ଡାଉନ ସମୟରେ କିଛି ଅଧିକ ସମୟ ଦୋକାନ ଖୋଲା ରଖିଥିବା ଅଭିଯୋଗ କରି ପୁଲିସ ପି.ଜୟରାଜଙ୍କୁ ଧରି ନେଇଥିଲା ଏବ˚ ତାଙ୍କୁ ସେଠାରୁ ଆଣିବା ପାଇଁ ଯାଇଥିବା ଏକତିରିଶ ବର୍ଷର ଯୁବକ ପୁତ୍ର ବେନିକ୍‌କୁ ସେଠି ଅଟକେଇ ରଖିଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଅନୁସାରେ ସନ୍ଧ୍ୟା ଆଠଟାରୁ ନେଇ ରାତି ଦେଢ଼ଟା ପର୍ଯ୍ୟନ୍ତ ତିନିଜଣ ପୁଲିସ ବାପ ପୁଅ ଦୁହିଁଙ୍କୁୁ ପଶୁ ପରି ପିଟି ଚାଲିଥିଲେ ଯାହାର ପରିଣତି ସ୍ବରୂପ ଦିହେଁ ତିନିଦିନ ପରେ ଡାକ୍ତରଖାନାରେ ମରିଗଲେ। ଭାରତର ସାମୂହିକ ଚେତନାକୁ ଦୋହଲାଇ ଦେଇଥିବା ଜୟରାଜ ଏବ˚ ବେନିକ୍‌ଙ୍କ ହତ୍ୟା ଘଟଣା କେବଳ ତାମିଲନାଡୁ ପୁଲିସର ନୃଶ˚ସ ଆଚରଣକୁ ପଦାରେ ପକାଇନାହିଁ, ପୁଲିସ-ମାଜିଷ୍ଟ୍ରେଟ୍‌- ସରକାରୀ ଓକିଲ ଏବ˚ ମେଡିକାଲ ଅଫିସରଙ୍କ ଭିତରେ ଥିବା ବିଷବଳୟକୁ ମଧୢ ଆଉଥରେ ଉନ୍ମୋଚିତ କରିଛି। ଯେଉଁଭଳି ଭାବରେ ମୁମୂର୍ଷୁ ବାପ-ପୁଅ ଦିଜଣଙ୍କୁ ଶହେ କିଲୋମିଟର ଦୂର କୋକିଲପଟ୍ଟି ସବ୍‌ଜେଲକୁ ନିଆଗଲା ଏବ˚ ସେଇଠି ସେମାନଙ୍କୁ ମରିବାକୁ ଛାଡ଼ି ଦିଆଗଲା, ନୃଶ˚ସପଣରେ ତାହାର ତୁଳନା ବିରଳ। ଜୟରାଜ ଏବ˚ ବେନିକ୍‌ଙ୍କର ଦୋଷ ପୁଣି କ’ଣ ଥିଲା? ସୁତରା˚ ବିନା ଦୋଷରେ, ପୁଲିସ କେବଳ ତା’ର ଗରମ ରକ୍ତକୁ ଥଣ୍ତା କରିବା ଲାଗି ବାଡେ଼ଇ ବାଡେ଼ଇ ଦିଜଣ ନିର୍ଦ୍ଦୋଷଙ୍କୁ ମାରିଦେଲା କହିଲେ ଅତ୍ୟୁକ୍ତି ହେବ ନାହିଁ।

ତାମିିଲନାଡୁରେ ଏହି ଧରଣର ହାଜତ ମୃତ୍ୟୁ ଅବଶ୍ୟ ନୂଆ କଥା ନୁହେଁ। ତେବେ ଏ ପ୍ରକାର ଘଟଣା ଏକାଧିକବାର ଘଟିବାର କାରଣ କ’ଣ? ଏ ସମ୍ପର୍କରେ ପିୟୁସିଏଲ୍‌ର ସାଧାରଣ ସମ୍ପାଦକ ଭି.ସୁରେଶଙ୍କ ମନ୍ତବ୍ୟ ତାତ୍ପର୍ଯ୍ୟପୂର୍ଣ୍ଣ। ତାଙ୍କ ବିଚାରରେ ତାମିଲନାଡୁକୁ ଏକ ‘ପୁଲିସ ଷ୍ଟେଟ’ ବୋଲି କହିବା ଅଧିକ ଯୁକ୍ତିଯୁକ୍ତ ହେବ। ବହୁବର୍ଷ ହେଲା ଯେଉଁ ଦୁଇଟି ଦ୍ରାବିଡ଼ ରାଜନୈତିକ ଦଳ ରାଜ୍ୟ ଶାସନରେ ଅଛନ୍ତି ସେମାନେ ପୁଲିସ ବିଭାଗକୁ ଆଇନଶୃଙ୍ଖଳା ରକ୍ଷା କରିବା କାମ ଅପେକ୍ଷା ନିଜ ସ୍ବାର୍ଥର ସୁରକ୍ଷା ସହ ବିରୋଧୀ ଦଳ ଉପରେ ନଜର ରଖିବା ଏବ˚ ବିଶେଷ କରି ନିଜ ଦଳର ଅସନ୍ତୁଷ୍ଟ ସଭ୍ୟଙ୍କ ଉପରେ ନଜର ରଖିବା କାମରେ ନିୟୋଜିତ କରିଥାଆନ୍ତି। ସରକାରୀ ଦଳ ତାର ସମସ୍ତ ଆବର୍ଜନାପୂର୍ଣ୍ଣ କାର୍ଯ୍ୟରେ ପୁଲିସକୁ ବ୍ୟବହାର କରିଥାଏ ଏବ˚ ପ୍ରତିବଦଳରେ ପୁଲିସ ନିଜର ଔଦ୍ଧତ୍ୟପୂର୍ଣ୍ଣ ଆଚରଣ ପାଇଁ ପ୍ରଶାସନିକ ନିରାପତ୍ତା ଦାବି କରିଥାଏ। ଏହା ସାଙ୍ଗକୁ ରାଜ୍ୟ ପୁଲିସ ବିଭାଗର ସ˚ସ୍କାରହୀନ କର୍ମସ˚ସ୍କୃତି ଏହି ଖାକି ପିନ୍ଧା ସରକାରୀ ଅଧିକାରୀ ମାନଙ୍କୁ ରକ୍ତମୁଖା ନିର୍ମମ ପ୍ରାଣୀରେ ପରିଣତ କରିଥାଏ।

ଇତିମଧୢରେ ତାମିଲନାଡୁରେ ଘଟିଥିବା ଏହି ବାପ-ପୁଅଙ୍କ ମୃତ୍ୟୁ ଘଟଣାର ବିଚାର ବିଭାଗ ତଦନ୍ତ ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ମାତ୍ର ଆମ ଦେଶରେ ବସିଥିବା ବିଭିନ୍ନ ତଦନ୍ତ କମିସନର ପରିଣତି ପ୍ରାୟତଃ ପର୍ବତର ମୂଷିକ ପ୍ରସବ। ତେଣୁ ତାମିଲନାଡୁ ତଦନ୍ତର ଖୁବ୍‌ ଗୋଟିଏ ଭଲ ପରିଣାମ ଆସିବା ଆଶା କରିବା ଅନୁଚିତ। ଜନସାଧାରଣଙ୍କର ସ୍ମୃତିଶକ୍ତି ଦୁର୍ବଳ ଏବ˚ ଅଚିରେ ଅନୁରୂପ ଆଉ ଅନେକ ଲୋମହର୍ଷକ ଘଟଣା ପରି ଏହି ଘଟଣା ମଧୢ ବିସ୍ମୃତ ହୋଇଯିବ।

ତାମିଲନାଡୁର ଏହି ଘଟଣା ପୁଲିସର ନୃଶ˚ସ ଆଚରଣର ବଳିଷ୍ଠ ଉଦାହରଣ ହୋଇଥିବାବେଳେ କାନପୁରର ଦୁର୍ଦ୍ଦାନ୍ତ ବାହୁବଳୀ ବିକାଶ ଦୁବେର ପୁଲିସ ସ˚ହାର ଏବ˚ ତାପରେ ତାର ଏନ୍‌କାଉଣ୍ଟର‌୍‌ ପୁଲିସ ବିଭାଗରେ ଥିବା ଦ୍ରୋହ ଓ ଦୁର୍ନୀତିକୁ ଆଉଥରେ ସମ୍ମୁଖକୁ ଆଣିଛି। ଯେଉଁମାନେ ଲୋକପ୍ରିୟ େଵବ ସିରିଜ ‘ସାକ୍ରେଡ ଗେମ୍‌ସ’ ଦେଖିବାର ଅବକାଶ ପାଇଥିବେ ସେମାନେ ସେଥିରେ ପୁଲିସ ଡେପୁଟି କମିସନର ପାରୁଲକରଙ୍କ ବିଶ୍ବାସଘାତକତାକୁ ଅବଶ୍ୟ ଭଲ ଭାବେ ବୁଝିଥିବେ। କାନପୁର ପୁଲିସ ବିଭାଗରେ ଥିବା ଏକାଧିକ ପାରୁଲକରଙ୍କ ପାଇଁ ଆଠ ଆଠ ଜଣ ପୁଲିସଙ୍କର ଦୁର୍ଭାଗ୍ୟଜନକ ମୃତ୍ୟୁ ଘଟିଲା। କାନପୁରର ବିକାଶ ଦୁବେ ରାଜନୀତିର ଅପରାଧୀକରଣ ପ୍ରକ୍ରିୟାର ଆଉ ଏକ ପ୍ରକରଣ। ଉତ୍ତର ପ୍ରଦେଶର ରାଜନୀତି, ଦଳମତ ନିର୍ବିଶେଷରେ, ଅପରାଧୀ ମାନଙ୍କୁ ଅଶୋକଚକ୍ର ଶୋଭିତ ଜାତୀୟ ପତାକା ତଳେ କେବେ ମନ୍ତ୍ରୀ ତ କେବେ ବିଧାୟକ ଭାବେ ଶପଥ ଗ୍ରହଣ କରିବାଟାକୁ ଦୋଷାବହ ଭାବି ଆସିନାହିଁ। ଉନ୍ନାଓ ଧର୍ଷଣ ମାମଲା ଓ ତହିଁରେ ମୁଖ୍ୟ ଅଭିଯୁକ୍ତ କୁଳଦୀପ ସେଙ୍ଗର ପ୍ରତି ରାଜନୈତିକ ସମର୍ଥନ ପ୍ରସଙ୍ଗ ତ ଏହି ମାତ୍ର ଗତକାଲିର କଥା। ଉତ୍ତର ପ୍ରଦେଶ ରାଜନୀତି ଦ୍ବାରା ନିର୍ମିତ ଅପରାଧୀ ବିକାଶ ଦୁବେ ବଞ୍ଚିି ରହିଥିଲେ ହୁଏତ ତା’ ପଛରେ କେଉଁ ଧର୍ମପିତାମାନଙ୍କର ଅଭୟ ହାତ ଅଛି ତାହା ଜଣାପଡ଼ିଥାଆନ୍ତା। ମାତ୍ର ପୁଲିସ ଏନ୍‌କାଉଣ୍ଟର‌୍‌ରେ ତା’ର ମୃତ୍ୟୁ ସେହି ସମ୍ଭାବନାକୁ ନଷ୍ଟ କରିଦେଇଛି। ଏହି କାରଣ ଯୋଗୁଁ ବିରୋଧୀ ଦଳର ନେତାମାନେ ବିକାଶ ଦୁବେର ଏନ୍‌କାଉଣ୍ଟର‌୍‌କୁ ସହଜ ଭାବେ ଗ୍ରହଣ କରିପାରୁନାହାନ୍ତି। ସେମାନଙ୍କ ବିଚାରରେ, ଅନେକ ଗୁଡ଼ିଏ ଅସ୍ବସ୍ତିକର ବିବାଦକୁ ସବୁଦିନ ପାଇଁ ଘୋଡ଼େଇ ରଖିବା ଲାଗି ଏହା ପୁଲିସର ସୁଚିନ୍ତିତ ପଦକ୍ଷେପ।

ଆମେମାନେ ତାମିଲନାଡୁ ଏବ˚ ଉତ୍ତର ପ୍ରଦେଶର ପୁଲିସ ସ˚ପର୍କରେ ଏକଥା ଲେଖୁଥିବା ବେଳେ ଆମ ରାଜ୍ୟ ଓଡ଼ିଶାର ବୀରମିତ୍ରପୁର ଥାନାରେ ଘଟିଥିବା ସ˚ଗଠିତ ଯୌନ ନିର୍ଯାତନା ଓ ବ୍ୟଭିଚାର ସ˚ପର୍କରେ ଆଦୌ ବିସ୍ମୃତ ନୋହୁ। ଏ ପ୍ରକାର ଆଚରଣ କୌଣସି ସଭ୍ୟ ରାଷ୍ଟ୍ରରେ କେବେ ଆଶା କରାଯାଏ ନାହିଁ। କିନ୍ତୁ ବଡ଼ ପ୍ରଶ୍ନ ହେଉଛି ଏସବୁର ପରିବର୍ତ୍ତନ ସମ୍ଭବ କି? ଏହାର ଉତ୍ତର, ବର୍ତ୍ତମାନ ପରିସ୍ଥିତିରେ ପରିବର୍ତ୍ତନ ସମ୍ଭବ ନୁହେଁ। ଭାରତୀୟ ଶାସନ ବ୍ୟବସ୍ଥା ପୁଲିସ ହାତରେ ଅମାପ କ୍ଷମତା ଦେଇଛି। ସେଇ କ୍ଷମତାର ପ୍ରୟୋଗ କରି ପୁଲିସ ଯାହାକୁ ଇଚ୍ଛା ତାହାକୁ ଉଠେଇ ନେଇପାରୁଛି ଏବ˚ ଖାତାପତ୍ରରେ ଗିରଫ ନ ଦେଖାଇ ଘଣ୍ଟା ଘଣ୍ଟା ଧରି ସେ ବ୍ୟକ୍ତିକୁ ନିର୍ଯାତନା ଦେଇପାରୁଛି। ଉପରେ ଯେମିତି ଆଲୋଚନା କରାଯାଇଛି, ସରକାରୀ ଓକିଲ ଏବ˚ ମେଡିକାଲ୍‌ ଅଫିସର ସଭିଏଁ ଏକ ଅଦୃଶ୍ୟ ସୂତାରେ ଛନ୍ଦି ହୋଇଥିବାରୁ କେହି ପୁଲିସ ଅନ୍ୟାୟର ପ୍ରତିବାଦ କରନ୍ତି ନାହିଁ।

ଆଉ ଦିନ କେଇଟା ପରେ ପୁଣି ଗୋଟେ ଅଗଷ୍ଟ ପନ୍ଦର ଆସିବ। ଭାରତର ଜନସାଧାରଣ ନିଜ ନିଜକୁ ସ୍ବାଧୀନ ବୋଲି ଆଉ ଥରେ ଆତ୍ମ-ଅଭିନନ୍ଦନ ଜଣାଇବେ। ମାତ୍ର ଉତ୍ସବ ପାଳନର ଗୋଳଚହଳ ଓ କୋଳାହଳ ଭିତରେ ଯେଉଁ ପ୍ରଶ୍ନଟି ଅନୁତ୍ତରିତ ରହିଯିବ ତାହା ହେଲା, ଆମ ଶାସନ ବ୍ୟବସ୍ଥାର ଘୂଣଖିଆ ଅବସ୍ଥାର ପରିବର୍ତ୍ତନ ହେବ କିଭଳି? କୋଉଦିନ ଆମର ଜନନେତାମାନେ ଅପରାଧୀକରଣକୁ ସେହିପରି କଠୋର ଦୃଷ୍ଟିରେ ଦେଖିବେ ଯେଉଁପରି କଠୋର ଦୃଷ୍ଟିରେ ସେମାନେ ନିଜର ବିରୋଧୀ ଦଳ ନେତାମାନଙ୍କୁ ଦେଖିଥାଆନ୍ତି। ବିଦେଶୀ ଶକ୍ତି ହାତରୁ ସ୍ବାଧୀନତା ମିଳିବା ଆଦୌ ସହଜ କାର୍ଯ୍ୟ ନଥିଲା, ମାତ୍ର ଆଭିମୁଖ୍ୟ, ଆଦର୍ଶ ଓ ସମାନୁଭୂତି ହରେଇଥିବା ଏହି ସ୍ବଦେଶୀ-ଉନ୍ମାଦମାନଙ୍କ ଠାରୁ ସ୍ବାଧୀନତା ପାଇବା ତାହାଠାରୁ କଠିନ ମନେହେଉଛି।

ସମ୍ବନ୍ଧିତ ଖବର