ବାଇବଲର ବର୍ଣ୍ଣନା ଅନୁସାରେ ପୃଥିବୀ ପୃଷ୍ଠରେ ସ˚ଘଟିତ ହୋଇଥିବା ପ୍ରଥମ ହତ୍ୟାକାଣ୍ତରେ ‘କେନ୍’ ନାମକ ଜଣେ ତରୁଣ ତା’ର ଭାଇ ‘ଆବେଲ୍’କୁ ମାରି ଦେଇଥିଲା। ଏହା ପଛରେ ନିହିତ କାରଣଟି ଥିଲା ଈର୍ଷା; ଏବ˚ ଈର୍ଷାର କାରଣ ଥିଲା ଜଣେ କୃଷକ ଭାବେ ଜୀବନ ପ୍ରାରମ୍ଭ କରିଥିବା ‘କେନ୍’ ଦ୍ବାରା ଅର୍ପିତ ଭୋଗକୁ ନଜରଅନ୍ଦାଜ କରି ଈଶ୍ବର ତା’ର ପଶୁପାଳକ ଭାଇ ‘ଆବେଲ୍’ର ଭୋଗକୁ ସାଦରେ ଗ୍ରହଣ କରିଥିଲେ। ଏବ˚, ସେହି ଦିନ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ପୃଥିବୀର ସର୍ବତ୍ର ସ˚ଘଟିତ ହୋଇ ଆସୁଥିବା ଅସୁମାରି ହତ୍ୟାକାଣ୍ତରେ (ଯୁଦ୍ଧ ନୁହେଁ) ପ୍ରମୁଖ ଭାବେ ପରିଚିତମାନେ ହିଁ ହତ୍ୟାକାରୀ ଭୂମିକାରେ ଅବତୀର୍ଣ୍ଣ ହୋଇ ଥାଆନ୍ତି। ସେହି ପରିପ୍ରେକ୍ଷୀରେ ଗଲା ସୋମବାର ରାତିରେ କଟକର ସାଲେପୁର ଅନ୍ତର୍ଗତ କୁସୁପୁର ଗାଁରେ ସାରା ରାଜ୍ୟର ବିବେକକୁ ଦୋହଲାଇ ଦେଇଥିବା ଭଳି ଘଟିଥିବା ଏକ ଅତ୍ୟନ୍ତ ବୀଭତ୍ସ ହତ୍ୟାକାଣ୍ତ, ଯେଉଁଠି ‘କେନ୍’ ଭୂମିକାରେ ଉଭା ଶିବ ସାହୁ ନାମକ ଜଣେ ବ୍ୟକ୍ତି ଦ୍ବାରା ନିଜ ବଡ଼ ଭାଇ ଏବ˚ ତାଙ୍କର ପାଞ୍ଚ ଜଣିଆ ପରିବାରକୁ ନିଶ୍ଚିହ୍ନ କରିଦିଆଯାଇଛି, ଏକ କ୍ଷୁଦ୍ର ଆଲୋଚନା ଲାଗି ଅବକାଶ ସୃଷ୍ଟି କରିଥାଏ। ଏହି ଆଲୋଚନା ବେଳେ ଏଭଳି ଅନେକ ଘଟଣା ସ୍ମରଣକୁ ଆସିଥାଏ, ଯହିଁରେ ବିଭିନ୍ନ ବ୍ୟକ୍ତି ସେମାନଙ୍କ ନିକଟ ସ˚ପର୍କୀୟମାନଙ୍କୁ ଅତ୍ୟନ୍ତ କ୍ରୂରତାର ସହିତ ହତ୍ୟା କରିଛନ୍ତି; ଯାହା ନେଇ ଅଧିକା˚ଶ ସ୍ଥଳେ ପୂର୍ବରୁ ଅନୁମାନ ଲଗାଇବା ବା ପରେ ବିଶ୍ବାସ କରିବା କଷ୍ଟକର ହୋଇପଡ଼ିଛି; ଯେମିତି ଗଲା ୧ ତାରିଖ ଦିନ ବଲାଙ୍ଗୀରରେ ଘଟିଥିବା ଏକ ଘଟଣା, ଯହିଁରେ ଗୋଟିଏ ଟୋକେଇ ମାଗି ତାହା ନ ପାଇବା କାରଣରୁ ଜଣେ ଉତ୍କ୍ଷିପ୍ତ ଯୁବକ ନିଜ ଘରେ ଏକାଠି ରହୁଥିବା ନିଜ ଖୁଡ଼ୀ ଏବ˚ ଜେଜେମା’ଙ୍କୁ ହତ୍ୟା କରିଛି।
ତେବେ, ଏହି ସ˚ଦର୍ଭରେ ଯାହା ପ୍ରଣିଧାନଯୋଗ୍ୟ, ତାହା ହେଲା ଏଭଳି ହତ୍ୟାକାଣ୍ତଗୁଡ଼ିକର ପଛରେ ଥିବା ତତ୍କାଳ କାରଣଗୁଡ଼ିକ ବାହାରକୁ ଅତ୍ୟନ୍ତ ମାମୁଲି ଭଳି ମନେ ହୋଇଥାଏ। ଉଦାହରଣ ସ୍ବରୂପ ଅନେକ ସମୟରେ ଦେଖିବାକୁ ମିଳେ ଯେ ଛୁଟି ଦରଖାସ୍ତ ଅଗ୍ରାହ୍ୟ ହୋଇଗଲେ କେହି କେହି ସୈନିକ ହିତାହିତ ଜ୍ଞାନ ହରାଇ ଆଖିବୁଜା ଗୁଳି ଚଳାଇ ସହକର୍ମୀ ଏବ˚ ଉପରିସ୍ଥ ଅଧିକାରୀମାନଙ୍କୁ ହତ୍ୟା କରନ୍ତି। କୁସୁପୁର ଗଣହତ୍ୟା ଘଟଣାରେ ପୂର୍ବ ରାତିରେ ପାଇଖାନା ବ୍ୟବହାରକୁ ନେଇ ହୋଇଥିବା କଳହ(ଅଭିଯୁକ୍ତର ପତ୍ନୀଙ୍କ ବୟାନ ଅନୁସାରେ) ବିଷୟ ଏଠାରେ ଦ୍ରଷ୍ଟବ୍ୟ। ଏଭଳି ସ୍ଥଳେ ଏତେ ବଡ଼ ଅପରାଧ ଲାଗି ଏଭଳି କାରଣକୁ ଅତ୍ୟନ୍ତ ମାମୁଲି ବୋଲି ମଧ୍ୟ ବିବେଚନା କରାଯାଇଥାଏ। କିନ୍ତୁ, ପ୍ରକୃତରେ ଏ ସବୁ ଆଦୌ ମାମୁଲି ନୁହନ୍ତି; ବରଂ ଏ ସବୁ ସେହି ବୈଦ୍ୟୁତିକ ‘ସ୍ପାର୍କ୍’ ତୁଲ୍ୟ, ଯାହା ଦୀର୍ଘ କାଳ ଧରି ବିଭିନ୍ନ କାରଣରୁ ମନ ଭିତରେ ଅବରୁଦ୍ଧ ହୋଇ ରହିଥିବା ଆକ୍ରୋଶର ଭଣ୍ତାର ଭିତରକୁ ଛିଟିକି ଯାଇ ବିସ୍ଫୋରଣ ଘଟାଇ ଥାଆନ୍ତି ଏବଂ ଅସମ୍ଭବ ଭଳି ଲାଗୁଥିବା ଦୁର୍ଘଟଣାମାନ ସମ୍ଭବ କରନ୍ତି।
ବିଭିନ୍ନ ଆଧିକାରିକ ସୂତ୍ରରୁ ଉପଲବ୍ଧ ତଥ୍ୟାନୁସାରେ ଏଭଳି ହତ୍ୟାକାଣ୍ତମାନ କେବଳ ଆମ ଦେଶରେ ବା ରାଜ୍ୟରେ ନୁହେଁ, ପୃଥିବୀର ସର୍ବତ୍ର ଅଧିକରୁ ଅଧିକ ସ˚ଖ୍ୟାରେ ଘଟିବାରେ ଲାଗିଛି। ସେହି ପରିପ୍ରେକ୍ଷୀରେ ଭାରତ ଉପରେ ଦୃଷ୍ଟି ନିକ୍ଷେପ କଲେ ଜଣାଯାଏ ୨୦୨୦ ବର୍ଷଟି ପ୍ରାୟ ସ˚ପୂର୍ଣ୍ଣ ରୂପେ ପାନ୍ଡେମିକ୍ କବଳିତ ହୋଇ ସମଗ୍ର ରାଷ୍ଟ୍ରକୁ ‘ତାଲା-ବନ୍ଦ’ କରି ରଖିଥିବା ସତ୍ତ୍ବେ ୨୯,୧୯୩ଟି ହତ୍ୟାକାଣ୍ତ ଦେଖିବା ସହିତ ପୂର୍ବ ବର୍ଷର ସ˚ଖ୍ୟା (୨୮, ୯୧୫)କୁ ଟପିଯାଇଛି(ଆଧାର: ‘ଏନ୍.ସି.ଆର୍.ବି.’)। ଏଠାରେ ପ୍ରକାଶ ଥାଉ କି ଆମ ରାଜ୍ୟରେ ମଧୢ ହତ୍ୟାକାଣ୍ତରେ ଲଗାତାର ବୃଦ୍ଧି ପରିଲକ୍ଷିତ ହୋଇ ଚାଲିଛି। ୨୦୨୧, ସେପ୍ଟେମ୍ବରରେ ବିଧାନସଭାରେ ସରକାରଙ୍କ ଦ୍ବାରା ପ୍ରଦତ୍ତ ପରିସ˚ଖ୍ୟାନ ଅନୁସାରେ ୨୦୨୦ ମସିହାରେ ଓଡ଼ିଶାରେ ୧୪୭୦ଟି ହତ୍ୟାକାଣ୍ତ ଘଟିଥିଲା, ଯାହା ପୂର୍ବ ବର୍ଷ (୧୩୫୬) ଠାରୁ ଅଧିକ। ଏହି ସ˚ଦର୍ଭରେ ‘ଇଣ୍ତିଆ ଟୁଡେ’ ପତ୍ରିକାରେ ପ୍ରକାଶିତ ଏକ ସମୀକ୍ଷାମୂଳକ ଆଲେଖ୍ୟ ପ୍ରଣିଧାନଯୋଗ୍ୟ, ଯହିଁରେ ଏହି ସବୁ ହତ୍ୟାକାଣ୍ତର କାରଣଗୁଡ଼ିକୁ ପ୍ରମୁଖତା ଆଧାରରେ ତାଲିକାଭୁକ୍ତ କରାଯାଇଥିଲା। ତା’ ଅନୁସାରେ ସେହି କାରଣମାନ ହେଲେ ଯଥାକ୍ରମେ ବିବାଦ, ପ୍ରତିଶୋଧ, ଯୌତୁକ, ଗୁଣିଗାରେଡ଼ି, ପ୍ରେମ-ପ୍ରତାରଣା ବା ପରକୀୟା ଏବ˚ ସା˚ପ୍ରଦାୟିକ ବିଦ୍ବେଷ। ଏଥିରୁ ସହଜରେ ବୁଝି ହୋଇଥାଏ ଯେ କେବଳ ସା˚ପ୍ରଦାୟିକ ବିଦ୍ବେଷଜନିତ ଦଙ୍ଗାକୁ ବାଦ୍ ଦେଲେ ଅନ୍ୟ ଘଟଣାମାନରେ ପ୍ରାୟତଃ ପରିଚିତମାନେ ହିଁ ହତ୍ୟାକାରୀର ଭୂମିକା ନିର୍ବାହ କରିଥାଆନ୍ତି। ସେହି ଦୃଷ୍ଟିରୁ ସ˚ପ୍ରତି ଦେଖିବାକୁ ମିଳିଥିବା ହତ୍ୟାକାଣ୍ତଗୁଡ଼ିକରେ ଏହି ଧାରାଟି କେବଳ ପ୍ରମାଣିତ ହୋଇଛି ଯାହା!
କିନ୍ତୁ, ପ୍ରଶ୍ନ ହେଲା, ଏଭଳି ଅପରାଧ ସ˚ଖ୍ୟାରେ ପରିଲକ୍ଷିତ ହେଉଥିବା ଦ୍ରୁତ ବୃଦ୍ଧି ପଛରେ ରହିଥିବା କାରଣମାନ କ’ଣ ହୋଇପାରେ? ଏ ସମ୍ବନ୍ଧରେ ଅନୁଶୀଳନ କରୁଥିବା ସମାଜତତ୍ତ୍ବବିତ୍ ଏବ˚ ମନସ୍ତତ୍ତ୍ବବିତ୍ମାନେ ଯେଉଁ ଦୁଇ ପ୍ରମୁଖ କାରଣ ଦର୍ଶାନ୍ତି; ତାହା ହେଲା ‘ସହରୀକରଣ’ ଏବ˚ ‘ସୋସିଆଲ୍ ମିଡିଆ’ର ପ୍ରଭାବ। କହିବା ବାହୁଲ୍ୟ ଯେ ସହରୀ ଜୀବନ ସହିତ ଛନ୍ଦି ହୋଇଯାଇଥିବା ‘ଉପଭୋକ୍ତାବାଦ’ ଏକ ଅହେତୁକ ଓ ତୀବ୍ର ଅଭାବବୋଧ ଏବ˚ ହୀନମନ୍ୟତା ସୃଷ୍ଟିର କାରଣ ହୋଇଛି; ଯେଉଁଥି ଲାଗି ଗୋଟିଏ ସାଧାରଣ ସ୍ମାର୍ଟ ଫୋନ୍ଟିଏ ହାସଲ କରିବାର ଅଦମ୍ୟ ଇଚ୍ଛା ଏକ ନରହତ୍ୟାର କାରଣ ହୋଇପାରେ। ଏବ˚ ଯାହା ପ୍ରଣିଧାନଯୋଗ୍ୟ ତାହା ହେଲା ସହରର ଦ୍ରୁତ ବିକାଶ ଦ୍ବାରା ପଲ୍ଲୀଗୁଡ଼ିକ ଅପସୃୟମାନ ହେବାରେ ଲାଗିଛନ୍ତି ଏବ˚ ପଲ୍ଲୀ-ଜୀବନ ଓ ପଲ୍ଲୀ-ମନରୁ ଶୀତଳତା ଓ ସ୍ଥିରତାକୁ ସହରୀ ଉଦ୍ବେଗ ବିସ୍ଥାପନ କରିବାରେ ଲାଗିଛି। ସେହିପରି ଆମ ଜୀବନରେ ସାମାଜିକ ଗଣମାଧୢମର ସର୍ବ-ବିଦ୍ୟାମନ୍ୟତା ଏହାକୁ ଏକ ନିଶାରେ ପରିଣତ କରିବା ସହିତ ଏହାର ବ୍ୟବହାରକାରୀମାନଙ୍କୁ ଈର୍ଷା, ଆକ୍ରୋଶ, ଘୃଣା ଓ ମାନସିକ ଅବସାଦର ଗର୍ତ୍ତ ମଧୢକୁ ନିକ୍ଷେପ କରିବାରେ ଲାଗିଛି; ଯାହା ବିଭିନ୍ନ ଉଚ୍ଚ ସ୍ତରୀୟ ଗବେଷଣା ଦ୍ବାରା ସନ୍ଦେହାତୀତ ଭାବେ ସାବ୍ୟସ୍ତ ହେଲାଣି। ଏହି ସ˚ଦର୍ଭରେ ‘ୟୁନିଭର୍ସିଟି ଅଫ୍ କାଲିଫର୍ନିଆ ଏଣ୍ତ ଲସ୍ଏ˚ଜେଲ୍ସ’ ବା ‘ଉକ୍ଲା’ ଦ୍ବାରା ପ୍ରକାଶିତ ଏକ ଗବେଷଣା ସମ୍ବଳିତ ରିପୋର୍ଟ କହିଥାଏ ଯେ ‘ଇନ୍ଷ୍ଟାଗ୍ରାମ୍’ରେ ଉପଲବ୍ଧ ବିଭିନ୍ନ ‘ଫଟୋ’ ଏବ˚ ‘ଭିଡିଓ’ରେ ସେ ସବୁକୁ ପୋଷ୍ଟ୍ କରିଥିବା ବ୍ୟକ୍ତିମାନଙ୍କୁ ଯେଉଁଭଳି ଏକ ଚିରନ୍ତନ ଆନନ୍ଦର ଆଲୋକରେ ଉଦ୍ଭାସିତ ହେଉଥିବା ଭଳି ଦେଖିବାକୁ ମିଳିଥାଏ, ତାହା ତାକୁ ଦେଖୁଥିବା ଅଧିକା˚ଶ ବ୍ୟକ୍ତିଙ୍କ ମନରେ ନିଜର ବ୍ୟକ୍ତିଗତ ବା ପାରିବାରିକ ଜୀବନକୁ ନେଇ ଈର୍ଷା, ଅସନ୍ତୋଷ ଓ ବିଷଣ୍ଣତା ସୃଷ୍ଟି କରିଥାଏ। ‘ଇନ୍ଷ୍ଟାଗ୍ରାମ୍’ରେ ହର୍ଷ-ଜର୍ଜର ପାତ୍ରମାନେ ଯାହା ପୋଷ୍ଟ୍ କରିଥା’ନ୍ତି, ତାହା କେବଳ ‘ଫଟୋ’ ବା ‘ଭିଡିଓ’ ଲାଗି ସେମାନେ ଦେଇଥିବା ‘ପୋଜ୍’ ମାତ୍ର ଏବ˚ ସେମାନେ ମଧୢ ନିଜ ଜୀବନରେ ବିଭିନ୍ନ ତିକ୍ତତା ମଧୢ ଦେଇ ଗତି କରୁଥାଇ ପାରନ୍ତି, ଏହି ସାମାନ୍ୟ କଥାକୁ ବ୍ୟବହାରକାରୀମାନେ ସମ୍ଭବତଃ ପାଶୋରି ଥାଆନ୍ତି। ସୁତରା˚, ସେମାନେ ଯେଉଁ ମାନସିକ ସ୍ଥିତିର ଶରବ୍ୟ ହୁଅନ୍ତି ତାହା ସେମାନଙ୍କୁ ଅଧିକ ଅସ୍ଥିର ଏବ˚ ହି˚ସା ପ୍ରବଣ କରି ପକାଏ। ସୁତରା˚, ଏକ ସର୍ବବ୍ୟାପୀ ସାମାଜିକ ଗଣମାଧୢମର ପ୍ରଭାବରେ ମାନସିକ ସନ୍ତୁଳନ ଗଭୀର ଭାବେ ପ୍ରଭାବିତ ହେବାରେ ଏବ˚ ହତ୍ୟା ବା ଅନ୍ୟାନ୍ୟ ଅପରାଧର ଗ୍ରାଫ୍ ଦ୍ରୁତ ଊର୍ଦ୍ଧ୍ବମୁଖୀ ହୋଇ ଚାଲିବାରେ ବିସ୍ମିତ ହେବାର କାରଣ ନାହିଁ।
ଶରୀର ବିଜ୍ଞାନ କହେ ଯେ ମନୁଷ୍ୟ ମସ୍ତିଷ୍କରେ ‘ଆମିଗ୍ଡାଲା’ ନାମକ ଅ˚ଶଟି କ୍ରୋଧ ଭଳି ଆବେଗର ସୃଷ୍ଟି ବା ଉଦ୍ଗିରଣ ଲାଗି ଦାୟୀ। ତେବେ, ମନ ଗହନର କଥା ଆଲୋଚନା କଲେ ଦେଖାଯାଏ ଯେ ମନର ଅତଳ ଗର୍ଭରୁ ଉଦ୍ଗିରଣ ହେଉଥିବା କ୍ରୋଧର ଦାବାନଳ ସହିତ ସଚେତନ ମନର କୌଣସି ସ˚ପର୍କ ହିଁ ନ ଥାଏ। ବର˚ କୁହାଯାଇପାରେ ଯେ କ୍ରୋଧର ପ୍ରଚଣ୍ତତାରେ ସଚେତନ ମନ ସ˚ପୂର୍ଣ୍ଣ ଅସାଡ଼ ହୋଇଯାଏ; ଚେତନା ଓ ବିବେକ ନିଷ୍କ୍ରିୟ ହୋଇଯାଆନ୍ତି। ସେଥିଲାଗି କୁହାଯାଇଥାଏ ଯେ ଜଣେ ବ୍ୟକ୍ତି ଯେତେ ଚେଷ୍ଟା କଲେ ସୁଦ୍ଧା ସଚେତନ ମନରେ କ୍ରୋଧ ଜର୍ଜର ହୋଇ ପାରିବ ନାହିଁ; ବା ସଚେତନତାର ସହିତ କେବଳ ଛଳ ବା ମିଥ୍ୟା କ୍ରୋଧ ପ୍ରକାଶ କରିବା ସମ୍ଭବ। ତେଣୁ ଯେତେବେଳେ କ୍ରୋଧର ଦାବାନଳ ଲେଲିହାନ ଶିଖା ସହିତ ବାହାରି ଆସେ, ସେତିକି ବେଳେ ଜଣେ ବ୍ୟକ୍ତି ଅନ୍ୟ ଜଣେ ବ୍ୟକ୍ତିରେ ପରିଣତ ହୋଇଯାଏ। ସେଭଳି ସ୍ଥଳେ ଜଣେ ‘ଅତି ପରିଚିତ’ ବ୍ୟକ୍ତି ମଧୢ କାଣ୍ତଜ୍ଞାନଶୂନ୍ୟ ‘ଅପରିଚିତ’ ଭଳି ଦିଶିଥାଏ। ଗଲା ସୋମବାର ରାତିରେ ମଧୢ ତାହା ହିଁ ଘଟିଥିବ। ହତ୍ୟାକାଣ୍ତର ଶିକାର ପରିବାରର ସଦସ୍ୟମାନେ ଏକ ଦୁର୍ବିଷହ କ୍ଷଣରେ ସେମାନଙ୍କର ଜଣେ ଅତି ପରିଚିତକୁ ଏକ ଅପରିଚିତ ଘାତକ ରୂପରେ ଦେଖି ନିଶ୍ଚିତ ଭାବେ ବାକ୍ହତ ହୋଇଯାଇଥିବେ!