ମଣିଷମାନଙ୍କ ପରି ଦେଶମାନେ ମଧ୍ୟ ଅନେକ ସମୟରେ ଏକ ଭ୍ରାନ୍ତି ମଧ୍ୟରେ ଗତି କରିଥାନ୍ତି। ସେହିପରି ଭାବରେ ଭାରତକୁ ନେଇ ଚୀନ ମଧ୍ୟ ଏକ ଭ୍ରାନ୍ତି ମଧ୍ୟରେ ଥିଲା। ୧୯୬୨ରେ ଚୀନ ଭାରତ ମଧ୍ୟକୁ ସଫଳତାର ସହ ଅନୁପ୍ରବେଶ କରିଥିବାରୁ ଏବେ ମଧ୍ୟ ବିଚାର କରିଥିଲା ତାହା ହିଁ ଘଟିବ। ତେଣୁ ଦୁଇ ଦେଶ ଚୀନ-ଭାରତ ସୀମାରେ ସୈନ୍ୟ ମୁତୟନ କଲା। କିନ୍ତୁ ଭାରତ ଏହାର କଡ଼ା ମୁକାବଲା କଲା। କେହି ସୈନ୍ୟ ପ୍ରତ୍ୟାହାର କରିଲେ ନାହିଁ। ତେବେ ପ୍ରାୟ ସାତ ମାସ ପରେ, ମୂଳରୁ ଆଦୌ ଆଶା କରାଯାଉନଥିଲେ ମଧୢ, ଚୀନ ଓ ଭାରତ, ଲଦାଖରେ ଥିବା ସେମାନଙ୍କ ମୁହାଁମୁହିଁ ଅବସ୍ଥାରୁ ସୈନ୍ୟ ପ୍ରତ୍ୟାହାର କରିବା ଆରମ୍ଭ କରିଛନ୍ତି। ଯେଉଁ ପାଙ୍ଗଗୋଙ୍ଗ ସୋ ହ୍ରଦ ପାର୍ଶ୍ବବର୍ତ୍ତୀ ଅଞ୍ଚଳକୁ ନେଇ ଦୁଇ ଦେଶ ମଧୢରେ ଘୋର ବିବାଦ ସୃଷ୍ଟି ହୋଇଥିଲା ଓ ଗତ ୨୦୨୦ ଜୁନ ମାସରେ ଦୁଇ ଦେଶର ସୈନ୍ୟମାନଙ୍କ ମଧୢରେ ହାତାହାତି ସ˚ଘର୍ଷ ଘଟି ଭାରତର ୨୦ଜଣ ଓ ଚୀନର ଏକ ଅପ୍ରକାଶିତ ସ˚ଖ୍ୟକ ସୈନ୍ୟ ପ୍ରାଣ ହରାଇଥିଲେ (ଚୀନର ୪୫ଜଣ ସୈନ୍ୟ ପ୍ରାଣ ହରାଇଥିଲେ ବୋଲି ବିଭିନ୍ନ ଗୁଇନ୍ଦା ସ˚ସ୍ଥାମାନେ ଗୁପ୍ତ ରିପୋର୍ଟ ପ୍ରକାଶ କରିଛନ୍ତି) ତା’ର ସମାଧାନ ପାଇଁ ଦୁଇ ଦେଶ ଉପରେ ସାରା ବିଶ୍ବରୁ ଚାପ ପଡ଼ିଥିଲା। ସେଥିପାଇଁ ସେନାବାହିନୀର କମାଣ୍ତରମାନଙ୍କ ସ୍ତରରେ ୧୧ରୁ ଅଧିକ ଦଫାର କଥାବାର୍ତ୍ତା ହୋଇଥିଲେ ମଧୢ ସେଥିରୁ କୌଣସି ଫଳ ମିଳିବାର ସମ୍ଭାବନା ଦିଶୁ ନ ଥିଲା।
କିନ୍ତୁ ପାଙ୍ଗଗୋଙ୍ଗ ସୋ ଅଞ୍ଚଳରେ ଗତ ୨୦୨୦ ମେ’ ମାସରୁ ଚୀନ ନିର୍ମାଣ କରିଥିବା ସାମରିକ ଗୃହ ତଥା ଅନ୍ୟାନ୍ୟ ନିର୍ମାଣମାନଙ୍କୁ ଭାଙ୍ଗିବାକୁ ଆରମ୍ଭ କରିଛି। ମୋଟ ଉପରେ ବିବାଦୀୟ ଫିଙ୍ଗର ଅଞ୍ଚଳମାନଙ୍କରେ ଚୀନର ଏହି ନିର୍ମାଣ ସବୁକୁ ଏବେ ଭଙ୍ଗାଯିବା ଆରମ୍ଭ ହୋଇଛି ଓ ଟ୍ୟାଙ୍କ ତଥା ଅନ୍ୟାନ୍ୟ ଯୁଦ୍ଧାସ୍ତ୍ରମାନ ତାଙ୍କର ୩୦୦/୫୦୦ କି.ମି ଦୂରରେ ଥିବା ସ୍ଥାୟୀ ଘାଟୀମାନଙ୍କ ନିକଟକୁ ହଟି ଯାଇଛନ୍ତି। ବିବାଦୀୟ ସ୍ଥଳରୁ ସବୁ ସୈନ୍ୟ ଓ ନିର୍ମାଣ ହଟାଇବାକୁ ଆଉ ଦୁଇ ସପ୍ତାହ ଲାଗିବ। ଗତ ଫେବ୍ରୁଆରି ୧୦ରେ ପ୍ରଥମ ପର୍ଯ୍ୟାୟର ପ୍ରତ୍ୟାହାର ଆରମ୍ଭ ହୋଇଥିଲା। ଏଥିରେ ଟ୍ୟାଙ୍କ, ଆର୍ମର୍ଡ ଭେଇକ୍ଲିସ୍ (ଯୁଦ୍ଧଗାଡ଼ି) ମାନ ଥିଲା। ପରେ ଦୁଇ ପକ୍ଷ, ହ୍ରଦର ଦୁଇ କୂଳରେ ଥିବା ସୈନ୍ୟମାନଙ୍କୁ ପ୍ରତ୍ୟାହାର କରିଛନ୍ତି, ଯେଉଁମାନେ ହ୍ରଦର ଦୁଇ କୂଳରେ ପରସ୍ପରକୁ ସାମ୍ନାସାମ୍ନି ହୋଇ ଠିଆ ହୋଇଥିଲେ। ଚୀନ ସେନା ପକ୍ଷରୁ ପର୍ଯ୍ୟବେକ୍ଷଣ ସ୍ଥଳ (ପୋଷ୍ଟ) ଓ ସୈନ୍ୟମାନଙ୍କ ପାଇଁ ନିର୍ମିତ ଅସ୍ଥାୟୀ ଘରମାନଙ୍କୁ ମଧୢ ଭାଙ୍ଗି ଦିଆଯାଇଛି। ଅଥଚ, ଗତ ବର୍ଷ ଉପଗ୍ରହର ଚିତ୍ରମାନେ ଦେଖାଉଥିଲେ ଯେ, ଚୀନ ସେଠାରେ ଶହ ଶହ ଘର ଓ ସାମରିକ ପୋଷ୍ଟଗୁଡ଼ିକ ନିର୍ମାଣ କରିଥିଲା। ଶୀତ ଦିନ ମାଡ଼ି ଆସିବାରୁ ଚୀନ ଓ ଭାରତ ଗତ ନଭେମ୍ବର ମାସରେ ପ୍ରତ୍ୟେକ ପ୍ରାୟ ୧୦,୦୦୦ ସୈନ୍ୟଙ୍କୁ ସାମ୍ନା ସାମ୍ନି ଅବସ୍ଥାରୁ ହଟାଇ ନେଇଥିଲେ।
ଚୀନ, ବିବାଦୀୟ ଅଞ୍ଚଳ ଫିଙ୍ଗର ୫ରେ ନାନା ପ୍ରକାର ସାମରିକ ଘାଟୀମାନ ନିର୍ମାଣ କରିଥିଲା। ଏହି ସବୁକୁ ହଟାଇବାକୁ ନେଇ ଦୁଇ ପକ୍ଷ ମଧୢରେ ସବୁଠୁଁ ବଡ଼ ବିବାଦ ସୃଷ୍ଟି ହୋଇଥିଲା। ପ୍ରଥମରୁ ଏହି ସ୍ଥାନରୁ ସମ୍ପୂର୍ଣ୍ଣ ହଟିବାକୁ ପ୍ରଥମେ ଚୀନ ଆଦୌ ରାଜି ନ ଥିଲା। ଏପରିକି ଶେଷକୁ ସେହି ସ୍ଥାନରେ ଏକ ଘାଟୀ ସ୍ଥାପନ କରି ସେଠାରେ ଅନ୍ତତଃ ୩୦ ଜଣ ସୈନିକ ରଖିବାକୁ ଚାହୁଁଥିଲା, ଯେମିତି ତା’ର ସ୍ଥିତି ସେଠାରେ ଜାହିର ହୋଇପାରିବ। କିନ୍ତୁ ଭାରତର ଯ୍ୁକ୍ତି ଥିଲା, ଭାରତର ଦାବି ଫିଙ୍ଗର ୮ରେ ଥିଲା ବେଳେ ତାହାକୁ ପ୍ରଥମେ ଚୀନ ଭ˚ଗ କରି ସେଠାକୁ ମାଡ଼ି ଯାଇଥିଲା। ଚୀନ ଶେଷକୁ ଦାବି କରି ବସିଲା ଯେ ଚୀନ ଫିଙ୍ଗର ୫ରୁ ସମ୍ପୂର୍ଣ୍ଣ ହଟିବ, କିନ୍ତୁ ଭାରତ ଫିଙ୍ଗର ୮ରୁ ମଧୢ ପୂରା ହଟୁ। ଦୁଇଟି ଯାକ ପକ୍ଷ ଏବେ ଫିଙ୍ଗର ୩ରୁ ଫିଙ୍ଗର ୮ ମଧୢରେ କେହି ପହରା (ପେଟ୍ରୋଲି˚) ଦେଇ ପାରିବେ ନାହିଁ। ଏହି କଥାରେ ଦୁଇପକ୍ଷ ରାଜି ହେଲେ ଓ ଚୀନ ଏହି ଅଞ୍ଚଳରେ ଗତ ୨୦୨୦ ଏପ୍ରିଲ୍ରୁ ତିଆରି କରିଥିବା ସବୁ ସାମରିକ ନିର୍ମାଣମାନ ଭା˚ଗିଦେବ।
ବାସ୍ତବରେ ଦେଖିବାକୁ ଗଲେ ଫିଙ୍ଗର ୪ ଓ ଫିଙ୍ଗର ୮ ମଧୢରେ ଥିବା ୬-୮କିଲୋମିଟର ମଧୢରେ ସବୁଠୁଁ ବେଶି ବିବାଦ ଥିଲା ଓ ଦୁଇ ପକ୍ଷ ଏହି ସ୍ଥାନରେ ପେଟ୍ରୋଲି˚ କରୁଥିଲେ। ଏହା ଫଳରେ ଦୁଇ ପକ୍ଷ କେତେବେଳେ ଯେ ପରସ୍ପରର ମୁହାଁମୁହିଁ ହୋଇଯିବେ ଓ ସେମାନଙ୍କ ମଧୢରେ ୨୦୨୦ ଜୁନ୍ ପରି ହାତାହାତି ସ˚ଘର୍ଷର ଅବସ୍ଥା ସୃଷ୍ଟି ହୋଇଯିବ, ଏହି କଥାକୁ ନେଇ ଦୁଇ ପକ୍ଷ ଅନ୍ତତଃ ବର୍ତ୍ତମାନ ପାଇଁ ପେଟ୍ରୋଲି˚ ବନ୍ଦ କରିବାକୁ ରାଜି ହୋଇଛନ୍ତି।
ଶେଷକୁ ଭାରତର କଡ଼ା ମୁକାବଲା ଆଗରେ ଚୀନ ମୁଣ୍ତ ନୁଆଁଇବା ଏକ ଅତି ମହତ୍ତ୍ବପୂର୍ଣ୍ଣ ଘଟଣା ଅଟେ। କାରଣ, ଚୀନ ଯେପରି ତା’ର ପଡ଼ୋଶୀ ଭିଏତନାମ, ଲାଓସ, କାମ୍ବୋଡିଆ, ମ୍ୟାନମାର, ନେପାଳ, ଫିଲିପାଇନ୍ସ, ଥାଇଲାଣ୍ତ, ଇଣ୍ଡୋନେସିଆ ଆଦି ଦେଶମାନଙ୍କ ଉପରେ ସମ୍ପୂର୍ଣ୍ଣ ଆଧିପତ୍ୟ ବିସ୍ତାର କରିପାରିଛି; ଭାରତ ଉପରେ ତାହା କରିପାରିନାହିଁ। ରାଜନୈତିକ, ସାମରିକ ଓ ଅର୍ଥନୈତିକ କ୍ଷେତ୍ରରେ ଚୀନ, ଭାରତକୁ ଦବେଇ ଦେବା କଷ୍ଟକର ହୋଇପଡ଼ିଛି।
ସାମରିକ ଦୃଷ୍ଟିରୁ ଅତି ଅପ୍ରତ୍ୟାଶିତ ଭାବରେ ଚୀନ ସହ ୨୦୨୦ ଏପ୍ରିଲ ଠାରୁ ମୁହାଁମୁହିଁ ଅବସ୍ଥାରେ ଥିଲା ବେଳେ ଭାରତୀୟ ସୈନ୍ୟମାନେ ପାଙ୍ଗଗୋଙ୍ଗ ସୋ ହ୍ରଦର ଉତ୍ତରକୁ ଥିବା ନାନାଦି ପାହାଡ଼ ଚୂଡ଼ାମାନଙ୍କୁ ଯେମିତି ଦଖଲ କରିନେଇ ଓ ସେଠାରେ ଏବେ ଘାଟୀ ସ୍ଥାପନ କରି ରହିଛନ୍ତି, ତାହା ଚୀନ ପାଇଁ ଅତି ବିପଦଜନକ ସ୍ଥିତି ସୃଷ୍ଟି କରିଛି। ସେଠାରେ ରହି ଭାରତୀୟ ସୈନ୍ୟମାନେ ପାହାଡ଼ ସେପଟେ ଥିବା ଚୀନର ସୈନ୍ୟ, ଯୁଦ୍ଧାସ୍ତ୍ର ଓ ଯାନବାହନମାନଙ୍କ ଉପରେ ନଜର ରଖି ପାରୁଛନ୍ତି। ଏହି ସୈନ୍ୟମାନେ ସେଠାରେ ଏବେ ଅଛନ୍ତି ଓ ଚୀନା ସୈନ୍ୟ ବିବାଦୀୟ ଅଞ୍ଚଳରୁ ହଟିଲେ ଯାଇ ସେମାନେ ସେଠାରୁ ହଟିବେ। ଉଭୟ ଦେଶ ମଧୢରେ ଯେଉଁ ବିଶ୍ବାସର ଅଭାବ ରହିଛି, ତାହା ସ୍ପଷ୍ଟ ରୂପେ ଏଠାରେ ପରିଲକ୍ଷିତ ହେଉଛି।
ଭାରତ ରାଜନୈତିକ, ସାମରିକ ଓ ଅର୍ଥନୈତିକ ଦୃଷ୍ଟିରୁ ଯେଉଁ ମୁକାବଲା କଲା, ସେଥିରୁ ଚୀନ ପାଇଁ କେବଳ ଦୁଇଟି ବିକଳ୍ପ ବାକୀ ରହିଗଲା। ଗୋଟିଏ ହେଲା ସାମରିକ କାର୍ଯ୍ୟକଳାପ ଅର୍ଥାତ, ଯୁଦ୍ଧ ଆରମ୍ଭ କରିବା ଅବା ସୈନ୍ୟମାନଙ୍କୁ ସେଇମିତି ସୀମାନ୍ତରେ ରଖିବା (ପ୍ରତ୍ୟାହାର ନ କରିବା) ଯେମିତି ଚୀନ ବିରୋଧରେ ଏକାଧିକ ଦେଶ ମେଣ୍ଟ ଗଠନ କରିବାର ସୁଯୋଗ ପାଇବେ। ଏହି ପରିସ୍ଥିତି ସୃଷ୍ଟି କରିବା ପାଇଁ ଭାରତକୁ ସାମରିକ ଦୃଷ୍ଟିରୁ ସୁଦୃଢ଼ ହେବାକୁ ପଡ଼ିବ। ଏହା ଯେ ଚୀନର ମୁକାବଲା କରିବାକୁ ସକ୍ଷମ ସେ କଥା ମଧୢ ପ୍ରଦର୍ଶିତ କରିବାକୁ ପଡ଼ିବ। ଗତ ଅଗଷ୍ଟ ୨୯-୩୦ ରାତିରେ ଭାରତ ରେଜାଙ୍ଗ ଲା, ରେଚେନ ଲା, ମୋଖପାରି ମୁଗ୍ନାରହିଲ ଓ ଗୁରୁଙ୍ଗ ହିଲର ଚୂଡ଼ାମାନ ଦଖଲ କରି ନେଇଥିଲେ। ଏହି ପାହାଡ଼ ଚୂଡ଼ାମାନଙ୍କରେ ରହି ଚୀନ ୧୯୬୨ରେ ଲଦାଖର ଯେଉଁ ଚୁସୁଲ ଅଞ୍ଚଳକୁ ଆସିଥିଲା, ତାହାକୁ ଦେଖିହେବ। ଚୀନା ସୈନ୍ୟମାନଙ୍କୁ ଖାଦ୍ୟ ଦ୍ରବ୍ୟ, ଅସ୍ତ୍ରଶସ୍ତ୍ର ଇତ୍ୟାଦି କେଉଁଠୁ ଆସୁଛି, ତାହା ମଧୢ ଅନୁଧ୍ୟାନ କରିହେବ। ଗତ କେତେ ମାସ ଧରି ଏହି କ୍ଷେତ୍ରମାନଙ୍କରେ ଦୁଇ ପକ୍ଷର ସୈନ୍ୟମାନେ ମାତ୍ର ୭୫-୧୦୦ ମିଟର ଦୂରରେ ଥିଲେ। ଏଣୁ ଦୁଇ ପକ୍ଷ ମଧୢରେ ଅବସ୍ଥା ଅସମାହିତ ଅବସ୍ଥାରେ ଥିଲା। ଯଦି ସ˚ଖ୍ୟା ଦୃଷ୍ଟିରୁ ଚୀନ ଅଧିକ ଶକ୍ତିଶାଳୀ ଥିଲା, ସାମରିକ କୌଶଳ ଦୃଷ୍ଟିରୁ ଭାରତ, ଚୀନଠାରୁ ଆଗରେ ରହିଗଲା, ଯାହା ଚୀନ କେବେହେଲେ କଳ୍ପନା କରିନଥିଲା। ଚୀନ ମଧୢ ଧାରଣା କରିପାରିନଥିଲେ ଯେ, ସାରା ଶୀତ ଦିନ ଭାରତ ଏହି ଅତି ଦୁର୍ଗମ ସ୍ଥାନରେ ଜଗି ରହିବ।
ଅତୀତରେ ଭାରତ-ଚୀନ ମଧୢରେ ଏକ ଚୁକ୍ତି ହୋଇଥିଲା ଯେ, ଏହି ଦୁଇ ଦେଶ ମଧୢରେ କୌଣସି ସାମରିକ ବିବାଦ ଘଟିଲେ ତାହା ଦୁଇ ଦେଶର ଅନ୍ୟ କୌଣସି ଦିଗ ଉପରେ ପ୍ରଭାବ ପକାଇବ ନାହିଁ। କିନ୍ତୁ ଭାରତ କୌଶଳର ସହ ଡିଜିଟାଲ୍ ଦିଗ ଉପରେ ଆକ୍ରମଣ କଲା, ଯାହାକୁ ନେଇ ଦୁଇ ଦେଶ ମଧୢରେ କୌଣସି ଚୁକ୍ତିଗତ ସମ୍ପର୍କ ନାହିଁ। ଭାରତ ପ୍ରଥମେ ତା’ର ଆଭ୍ୟନ୍ତରୀଣ ନୀତିମାନଙ୍କୁ ପରିବର୍ତ୍ତନ କରି ଚୀନା କମ୍ପାନି କେମିତି ଭାରତରେ ପଶିପାରିବେ ନାହିଁ, ସେହି ଅବସ୍ଥା କଲା। ଅନ୍ୟ ପଡ଼ୋଶୀମାନେ ଭାରତର ଏହି ନୀତିକୁ ଅନୁକରଣ କଲେ। ଅତୀତରେ ଆମେରିକା, ଫ୍ରାନ୍ସ, ଋଷିଆ ଓ ଇସ୍ରାଏଲ୍ ପରି ଦେଶମାନେ ଭାରତକୁ ଯୁଦ୍ଧାସ୍ତ୍ର ଯୋଗାଇ ଆସିଛନ୍ତି। ସେମାନେ ଚୀନ ସହ ଭାରତର ବିବାଦ ବେଳେ ଅସ୍ତ୍ରଶସ୍ତ୍ର ଯୋଗାଣ ଆଦୌ କମାଇଲେ ନାହିଁ। ସେମାନେ ବର˚ ଭାରତକୁ ଏ ଦିଗରେ ସହଯୋଗ କଲେ। ଆମେରିକା ଭାରତୀୟ ସେନାକୁ ଶୀତକାଳୀନ ବସ୍ତ୍ର ଯୋଗାଇ ଦେଲା। ଏହାଛଡ଼ା ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆ ପରି ଦେଶମାନେ ଭାରତ ସହ ଯେଉଁ ‘କ୍ବାଡ’ ମେଣ୍ଟ ଗଠନ କଲେ ତାହା ଚୀନ ପାଇଁ ଘୋର ବିପଦର କାରଣ ହେଲା। ଏପରିକି ଆମେରିକାରେ ନୂଆ ବାଇଡେନ୍ ପ୍ରଶାସନ ଚୀନ ପ୍ରତି ସେ ଦେଶର ଦୃଷ୍ଟିଭ˚ଗୀକୁ ପରିବର୍ତ୍ତନ କଲାନାହିଁ। ଏଣୁ ଭାରତ ସହ ବିବାଦ କରି ଚୀନର କୌଣସି ଲାଭ ହେବାର ସ˚କେତ ମିଳିଲା ନାହିଁ। ବର˚ ବିଶ୍ବ, ଚୀନ ବିରୋଧରେ ଏକଜୁଟ ହେବାକୁ ଲାଗିଲା। ଚୀନକୁ ତେଣୁ ମୁଣ୍ତ ନୁଆଁଇବାକୁ ପଡ଼ିଲା।
କିନ୍ତୁ ଏସବୁ ସତ୍ତ୍ବେ ଭାରତ ଲାଗି ଚୀନ ଏକ ବହୁତ ବଡ ସତର୍କ ଘଣ୍ଟି ବଜାଇ ଦେଇଛି। ୧୯୬୨ରେ ପଣ୍ତିତ ଜବାହାରଲାଲ ନେହୁରଙ୍କ ଶାସନ ବେଳେ ଚୀନ, ଭାରତ ମଧ୍ୟକୁ ଅନୁପ୍ରବେଶ କରି ଯେଉଁ ୪୦,୦୦୦ ବର୍ଗ କି.ମି. ନିଜ ଦଖଲକୁ ନେଇଯାଇଛି ଓ ଏବେ ବି ମଧ୍ୟ ଅରୁଣାଚଳ ପ୍ରଦେଶକୁ ତା’ର ବୋଲି ଦାବି କରୁଛି, ସେହି ଦୃଷ୍ଟିରୁ ଚୀନ ଧାରଣା କରିଥିଲା, ଏଥରର ଆକ୍ରମଣ ବେଳେ ଭାରତ ସେହିପରି ଏକ ନୈତିକ ପରାଜୟ ବରଣ କରିବ। ତାହା ଅବଶ୍ୟ ହେଲାନାହିଁ। ଏବେ ଚୀନର ଧାରଣା, ତା’ର ପାର୍ଶ୍ବବର୍ତ୍ତୀ ପଡ଼ୋଶୀମାନଙ୍କ ଭିତରେ ଭାରତ ହେଉଛି ଏକମାତ୍ର ଦେଶ ଯିଏ କି କୌଣସି ପରିସ୍ଥିତିରେ ଚୀନ ଆଗରେ ମୁଣ୍ତ ନୁଆଁଇବ ନାହିଁ। ଅନ୍ୟାନ୍ୟ ପଡ଼ୋଶୀମାନଙ୍କୁ ଚୀନ ଯେପରି ଆର୍ଥିକ ବା ବାଣିଜ୍ୟିକ ପ୍ରଲୋଭନ ଦେଖାଇ, ସେ ଦେଶ ଉପରେ ପ୍ରଭୂତ୍ବ ବିସ୍ତାର କରୁଛି, ଭାରତ ଉପରେ ତାହା କରିବା ସମ୍ଭବ ହେବନାହିଁ। ଏଠାରେ ଆହୁରି ଏକ ଉଲ୍ଲେଖଯୋଗ୍ୟ କଥା ହେଲା, ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ ଗତ କିଛି ଦିନ ତଳେ ଦୁଇ ଘଣ୍ଟା ଧରି ଚୀନର ରାଷ୍ଟ୍ରପତି ସି ଜିନ୍ ପିଙ୍ଗ୍ଙ୍କ ସହ ଟେଲିଫୋନରେ କଥାବାର୍ତ୍ତା ହେଲା ବେଳେ ଚୀନର ପଡ଼ୋଶୀ ଦେଶମାନଙ୍କ ଉପରେ ଆକ୍ରାମକ ଆଭିମୁଖ୍ୟକୁ ଉଲ୍ଲେଖ କରିଥିଲେ। ଅର୍ଥାତ ସେ ଚୀନର ହ˚କ˚, ସି˚ଞ୍ଜିଆଙ୍ଗ ଓ ତାଇୱାନ ଉପରେ ଉଗ୍ର ଆଚରଣର ବିରୋଧ କରିଥିଲେ। ଏହାଛଡ଼ା ପଡ଼ୋଶୀ ଦେଶମାନଙ୍କ ସୀମାନ୍ତ ଅଞ୍ଚଳରେ ସୀମାକୁ ନେଇ ଚୀନ ଯେଉଁ ବିବାଦ ସବୁ ଠିଆ କରାଉଛି, ତାହାର ମଧ୍ୟ ଉଲ୍ଲେଖ କରିଥିଲେ। ଏହା ଅମେରିକାର ଚୀନ ପ୍ରତି ମନୋଭାବକୁ ସ୍ପଷ୍ଟ କରିଥିଲା।
କିନ୍ତୁ ବାସ୍ତବରେ ଦେଖିବାକୁ ଗଲେ ଯେତେ ବନ୍ଧୁ ରାଷ୍ଟ୍ର ଚୀନ କ୍ଷେତ୍ରରେ ଭାରତକୁ ସମର୍ଥନ କରୁଥିଲେ ମଧ୍ୟ ଭାରତକୁ ନିଜେ ଶକ୍ତିଶାଳୀ ହେବାକୁ ପଡ଼ିବ। ବିଭିନ୍ନ ଯନ୍ତ୍ରା˚ଶ, ଶିଳ୍ପ ବା ଅନ୍ୟାନ୍ୟ ସାମଗ୍ରୀ ପାଇଁ ଚୀନ ଉପରେ ଭାରତ ତା’ର ନିର୍ଭରଶୀଳତା କମାଇବାକୁ ପଡ଼ିବ। ଏହାହିଁ ହେବ ଭାରତ ପାଇଁ ଚୀନ ବିରୋଧରେ ଏକ ବଡ଼ ପ୍ରତିବାଦ। ସେଥିପାଇଁ ଆଗାମୀ ଦିନମାନଙ୍କରେ ଭାରତ ତା’ର ଶିଳ୍ପ କ୍ଷେତ୍ରକୁ ଉନ୍ନତ କରିବାକୁ ପଡ଼ିବ। ବର୍ତ୍ତମାନ ଭାରତ ଦୁଇ ଦୁଇଟି ଟିକା ପ୍ରସ୍ତୁତ କରି ବିଶ୍ବରେ ନିଜର ମର୍ଯ୍ୟାଦା ବୃଦ୍ଧି କରିଛି। ସେହିପରି ନାନା ସାମଗ୍ରୀ ଭାରତ ତିଆରି କରିବା ଉଚିତ ଓ ବିଦେଶକୁ ରପ୍ତାନି କରିବା ଉଚିତ। ବର୍ତ୍ତମାନର ଜଗତ୍କରଣ ଯୁଗରେ ଅର୍ଥନୈତିକ ପ୍ରଗତି ହେଉଛି ସାମରିକ ପ୍ରଗତି ଅପେକ୍ଷା ଆହୁରି ଗୁରୁତ୍ବପୂର୍ଣ୍ଣ। ଅର୍ଥନୀତି ଦୃଷ୍ଟିରୁ ଭାରତ ଚୀନର ୫ ଭାଗରୁ ଭାଗେ ହୋଇ ବର୍ତ୍ତମାନ ତିଷ୍ଠିଛି। ଅଥଚ ଭାରତର ମାନବ ସମ୍ବଳ ସାମର୍ଥ୍ୟ ଓ ବିଶ୍ବ ମର୍ଯ୍ୟାଦାକୁ ଲକ୍ଷ୍ୟ କଲେ ଚୀନ ସହିତ କାହିଁକି ଏ ଦେଶ ସମକକ୍ଷ ହୋଇପାରିବ ନାହିଁ, ତାହାର କିଛି କାରଣ ନାହିଁ। ଏହା ହିଁ ଭାରତ ପାଇଁ ଚୀନର ମୁକାବଲା କରିବାର ସବୁଠାରୁ ବଡ଼ ଅସ୍ତ୍ର ହେବ।
ମୋ: ୯୪୩୭୦୨୦୨୯୦
[email protected]