ଗୁରୁଙ୍କ ଜ୍ଞାନ

କଥାଟିଏ-ଯାଯାବର

ଜଣେ ସମୁରାଇ ଯୋଦ୍ଧା ଥିଲେ। ସେ ଅନେକ ପରିଶ୍ରମ କରି ବିନିଦ୍ର ରଜନୀ ସାଧନା କରି ଅଲୌକିକ ଯୁଦ୍ଧ କୌଶଳ ଆୟତ୍ତ କରିବାରେ ସମର୍ଥ ହୋଇଥିଲେ। ସେ ଯେତେବେଳେ ଘରକୁ ଫେରିଲେ ଗୁରୁ ତାଙ୍କୁ କହିଲେ- ମିତ୍ରମାନଙ୍କ ଠାରୁ ସତର୍କ ଦୂରତା ବଜାୟ ରଖିବ। କାରଣ ସେଇମାନଙ୍କ ଭିତରେ ହିଁ ଶତ୍ରୁ ଥାଆନ୍ତି।
ଯୁବକ ନିଜ ସହରକୁ ଫେରିବା ପରେ ମିତ୍ରମାନଙ୍କ ଠାରୁ ଦୂରେଇ ରହିଲେ। ଯେଉଁ ମିତ୍ରମାନେ ତାଙ୍କ ଯୁଦ୍ଧ କରିବାର ସାମର୍ଥ୍ୟରେ ଈର୍ଷା ପରାୟଣ ହୋଇ କିଛି କହୁଥିଲେ ସେମାନଙ୍କୁ ସମୁରାଇ ଯୋଦ୍ଧା ପାଖରେ ପୂରାଇ ଦେଉ ନ ଥିଲେ। ସେମିତି ଅନେକ ବନ୍ଧୁ ଥିଲେ ଯେଉଁମାନେ ଅନ୍ୟ ପାଖରେ ତାଙ୍କର ବିଭିନ୍ନ ଦୋଷ ଦୁର୍ବଳତା ବିଷୟରେ ଆଲୋଚନା କରୁଥିଲେ। ସମୁରାଇ ଯୋଦ୍ଧା ସେମାନଙ୍କୁ ମଧୢ ତ୍ୟାଗ କରୁଥିଲେ। ଏଣୁ ଏଇଭଳି ଭାବେ କେବଳ ଜଣେ ବା ଦୁଇ ଜଣ ମାତ୍ର ମିତ୍ର ରହିଲେ ଯେଉଁମାନେ କି ଥିଲେ ଯୋଦ୍ଧାଙ୍କ ପ୍ରଶ˚ସାରେ ଶତମୁଖ।
କିଛି ଦିନ ପରେ ରାଜା ସୈନ୍ୟ ଦଳରେ ସାମିଲ କରିବା ଲାଗି ସମୁରାଇ ଯୋଦ୍ଧାଙ୍କୁ ଚୟନ କରିବା ଲାଗି ସ୍ଥିର କଲେ। ସେଥିଲାଗି ଗୋଟିଏ ପ୍ରତିଯୋଗିତା ହେଲା। କିନ୍ତୁ ସେଥିରେ ଆମ ଗଳ୍ପର ସମୁରାଇ ଯୋଦ୍ଧା ବିଫଳ ହେଲେ। ଏ କଥା ଗୁରୁଙ୍କ କାନକୁ ଗଲାରୁ ଗୁରୁ ତାଙ୍କୁ ପାଖକୁ ଡାକି କହିଲେ- ମୁଁ କହିଥିଲି ନା ଶତ୍ରୁ ଭଳି ମିତ୍ରଙ୍କ ଠାରୁ ଦୂରେଇ ରହିବୁ? କିନ୍ତୁ ତୁ ମାନିଲୁ ନାହିଁ।
ସମୁରାଇ ଯୋଦ୍ଧା କହିଲେ- ଆଜ୍ଞା ମାନିଛି। ସବୁ ଶତ୍ରୁ ଭଳି ମିତ୍ରମାନଙ୍କୁ ଦୂରେଇ ଦେଇଛି। କେବଳ ଜଣେ ଦୁଇଜଣ ଅଛନ୍ତି, ଯେଉଁମାନେ ମୋର ପ୍ରକୃତ ମିତ୍ର।
ଗୁରୁ କହିଲେ- ହତଭାଗା, ସେଇମାନେ ତୋର ଶତ୍ରୁ। ସେମାନଙ୍କ ଯୋଗୁ ତୋ ଲାଙ୍ଗୁଡ଼ ମୋଟା ହୋଇ ଯାଇଛି ଏବ˚ ତୋର ଏଇ ଅବସ୍ଥା।

ସମ୍ବନ୍ଧିତ ଖବର