କଥାଟିଏ ଯାଯାବର, ବୁଦ୍ଧି ଉଦୟ ହେବାର କଥା

ଜଣେ ଯୁବକ ନେନେଙ୍କ ପାଖରେ ପହଞ୍ଚି କହିଲା- ଜେନ୍ ପଦ୍ଧତିର ମହତ୍ତ୍ବ କ’ଣ ମୋତେ ବୁଝାନ୍ତୁ।
ନେନେ ବଗିଚାରେ ବସି ସୁଲୁସୁଲିଆ ପବନର ଆନନ୍ଦ ନେଉଥିଲେ।
ସେ କହିଲେ- ଜେନ୍‌ ପଦ୍ଧତି ବୋଇଲେ ସେମିତି କିଛି ନାହିଁ। ଏହା ଖାଲି ଆଖି ଖୋଲି ଯିବାର କଥା। ନୂଆ ଭାବେ ଦେଖିବାର କଥା। ବୁଦ୍ଧି ଉଦୟ ହୋଇ ଯିବାର କଥା।
ଯୁବକ କହିଲେ- ନେନେ, ଦୟା କରି ଉଦାହରଣ ଦିଅନ୍ତୁ।
ନେନେ କହିଲେ- ତାହା ‌େହଲେ ଶୁଣ। ଏବେ ମୁଁ କହୁଛି ମୋର କେମିତି ବୁଦ୍ଧି ଉଦୟ ହୋଇଥିଲା।
ମୁଁ ‌େମା ଗୁରୁଙ୍କ ପାଖରେ ପହଞ୍ଚିଲି। ମୋ ଗୁରୁ ମୋତେ ଗୋଟିଏ ଗଛକୁ ଦେଖାଇ କହିଲେ- ଏବେ କୁହ କ’ଣ ହଲୁଛି?
ସେହି ଗଛରେ ପତ୍ରଗୁଡ଼ିକ ଜୋରରେ ହଲୁଥିଲା। ମୁଁ କହି ପକାଇଲି- ମହାଶୟ, ପତ୍ର ହଲୁଛି।
ମୋ ଗୁରୁ ମୋ ଗାଲରେ ଚଟକଣାଟିଏ ମାରି କହିଲେ- ବୁଦ୍ଦୁ, ପତ୍ର ହଲୁଛି?
ମୋର ବୁଦ୍ଧି ସହସା ଉଦୟ ହୋଇଗଲା। ମୁଁ କହି ଉଠିଲି- ଧନ୍ୟବାଦ ମହାଶୟ। ଆପଣ ମୋ ଆଖି ଖୋଲିଦେଲେ। ପ୍ରକୃତରେ ପତ୍ର ସ୍ଥିର ଅଛି। ପବନ ହଲୁଛି।
ଯୁବକ ଏହା ଶୁଣି ନେନେଙ୍କ ହାତକୁ ଧରି ପକାଇ କହିଲା- ହେ ମହାନୁଭବ ଏବେ ବୁଝିଲି।

ସମ୍ବନ୍ଧିତ ଖବର