ନସିରୁଦ୍ଦିନଙ୍କ ଦୁଃଖ

କଥାଟିଏ-ଯାଯାବର

ମନୁଷ୍ୟ କ’ଣ ଚାହେଁ ବା ସେ ‌‌େକତିକିରେ ସନ୍ତୁଷ୍ଟ ହୁଏ, ତା’ର ଅନ୍ଦାଜ ଲଗାଇବା କଷ୍ଟକର। ‌େସଥି ଲାଗି କହନ୍ତି ଯେ ମନୁଷ୍ୟର କାମନା ହେଉଛି ଅପରିସୀମ। ତା’ର ଅନ୍ତ ନାହିଁ। ସେହି ସମ୍ବନ୍ଧରେ ମୁଲ୍ଲା ନସିରୁଦ୍ଦିନଙ୍କୁ ନେଇ ଏହି କଥାଟି।
ମୁଲ୍ଲା ନସିରୁଦ୍ଦିନ ଥିଲେ ଅତି ଦରିଦ୍ର। ଥରେ ତାଙ୍କ ଭାଗ୍ୟ ଯେମିତି ଫିଟିଗଲା। ତାଙ୍କର କୌଣସି ଦୂର ସଂପର୍କୀୟ ମାମୁଁ ପରଲୋକ ଗମନ କଲେ। ତାଙ୍କ ଉଇଲ୍‌ରେ ସେ ତାଙ୍କର ଅଜସ୍ର ସଂପତ୍ତି ମୁଲ୍ଲାଙ୍କ ନାମରେ ଲେଖି ଦେଇ ଗଲେ। ଏହି ସମ୍ବାଦ ମୁଲ୍ଲାଙ୍କ ପାଖରେ ପହଞ୍ଚିବାରୁ ସେ ଆନନ୍ଦରେ ଅଧୀର ହୋଇ ଉଠିଲେ। ଏହାର କିଛି ସପ୍ତାହ ପରେ ମୁଲ୍ଲା ନସିରୁଦ୍ଦିନଙ୍କ ଜଣେ ଅପୁତ୍ରିକ ଖୁଡ଼ୀ ଇହଧାମ ତ୍ୟାଗ କଲେ ଏବଂ ସେ ମଧ୍ୟ ତାଙ୍କ ଜମିବାଡ଼ି ସବୁ ମୁଲ୍ଲାଙ୍କ ନାମରେ ଲେଖି ଦେଇ ଗଲେ।
ଏହାର କିଛି ଦିନ ପରେ ମୁଲ୍ଲାଙ୍କୁ କୁଆଡ଼େ ଯାଉଥିବା ଦେଖି ଜଣେ ଗାଁ ଲୋକ ପଚାରିଲା- ମୁଲ୍ଲା, ତୁମ ମୁହଁ ଶୁଖିଛି କାହିଁକି? ଆମେ ତ ଶୁଣୁଛୁ ତୁମେ ଏଇ ଭିତରେ ମାଲାମାଲ ହୋଇଗଲଣି!
ମୁଲ୍ଲା କହିଲେ- ଠିକ ଶୁଣିଛ। କିନ୍ତୁ ମୋ ମନଦୁଃଖର କାରଣ ହେଲା ଖୁଡ଼ୀ ଯିବା ପରେ ମାସଟିଏ ବିତି ଗଲାଣି; ଭଗବାନ ତାଙ୍କ ଆତ୍ମାକୁ ଶାନ୍ତିରେ ରଖନ୍ତୁ; କିନ୍ତୁ, ଦେଖ ତା’ ପରେ ଏତେ ଦିନ ହୋଇଗଲା, ଆମ ଚିହ୍ନାଜଣାରୁ ଆଉ କେହି ମରୁ ନାହାନ୍ତିି!

ସମ୍ବନ୍ଧିତ ଖବର