ଡବଲ୍‌ ରୋଲରେ ଏହି ଓଡ଼ିଆ ନାୟକ

ଭୁବନେଶ୍ୱର:ଓଡ଼ିଆ ଚଳଚ୍ଚିତ୍ରରେ ଦ୍ୱୈତ ଭୂମିକା କରିବାର ସୌଭାଗ୍ୟ ଖୁବ୍‌ କମ୍‌ କଳାକାରଙ୍କ ଭାଗ୍ୟରେ ଜୁଟିଥାଏ।ଅତୀତରେ ମହାଶ୍ୱେତା,ରଚନା,ସିଦ୍ଧାନ୍ତ,ଅର୍ଚ୍ଚିତା ଓ ଅନୁଭବଙ୍କ ଭଳି କଳାକାରମାନେ ଡ଼ବଲ୍‌ ରୋଲରେ ନଜର ଆସିଛନ୍ତି ବିଭିନ୍ନ ସିନେମାରେ।
ଏବେ ଆଉ ଜଣେ କଳାକାରଙ୍କୁ ଦର୍ଶକ ଖୁବ୍‌ ଶୀଘ୍ର ଦ୍ୱୈତ ଭୂମିକାରେ ଦେଖିବାକୁ ପାଇବେ।ଏହି ନାୟକଙ୍କ ନାମ ହେଲା ଅର୍ଦ୍ଧେନ୍ଦୁ ସୁନ୍ଦର ସାହୁ। ପରଦାରେ ଅର୍ଦ୍ଧେନ୍ଦୁ ହେଉଛି ତାଙ୍କର ସ୍କ୍ରିନ୍‌ବେମ୍‌।
ଅର୍ଦ୍ଧେନ୍ଦୁଙ୍କ ପ୍ରଥମ ସିନେମା ହେଲା ଏନ୍‌ ପାଢ଼ୀଙ୍କ ନିର୍ଦ୍ଦେଶିତ ‘ଅ ଆ ହର୍ଷେଇ’।ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ଦୁଇ ଜଣ ନାୟିକା ଥିଲେ ସେମାନେ ହେଲେ ବବଲି ଓ ଶ୍ରୀଜଲା।କିନ୍ତୁ ତାଙ୍କର ରୋଲ ଥିଲା ସିଙ୍ଗଲ୍‌।ତା’ପରେ ଅର୍ଦ୍ଧେନ୍ଦୁଙ୍କୁ ଦର୍ଶକ ଅନ୍ୟ ଏକ ଓଡ଼ିଆ ଛବି ‘ଟପୋରି’ରେ ପୁଣିଥରେ ଦେଖିବାକୁ ପାଇଥିଲେ ନାୟକ ଭୂମିକାରେ। ଏବେ ସେ ଅନ୍ୟ ଏକ ଓଡ଼ିଆ ଛବି ‘ବ୍ଲାକ୍‌ମେଲ୍‌’ରେ କାମ କରୁଛନ୍ତି।ଏଥିରେ ବି ସେ ନାୟକ ଭୂମିକାରେ ଅଛନ୍ତି।
ସବୁଠୁଁ ଉଲ୍ଲେଖନୀୟ କଥା ହେଲା ଯେ ‘ବ୍ଲାକ୍‌ମେଲ୍‌’ରେ ଅର୍ଦ୍ଧେନ୍ଦୁଙ୍କୁ ମିଳିଛି ପ୍ରଥମ ଥର ପାଇଁ ଦ୍ୱୈତ ଭୂମିକା।ଏଥିରେ ସେ ଦୁଇଜଣ ନାୟକ ଭୂମିକାରେ ଅଛନ୍ତି।ଏଥିମଧ୍ୟରୁ ଗୋଟିଏ ଚରିତ୍ରରେର ନାଆଁ ରହିଛି ଦେବ ଓ ଅନ୍ୟଟି ହେଲା ଅନୁରାଗ। ଏଥିରେ ଅର୍ଦ୍ଧେନ୍ଦୁଙ୍କ ବିପକ୍ଷରେ ଅଛନ୍ତି ଦୁଇଜଣ ନାୟିକା। ଏମାନଙ୍କ ଭିତରୁ ଜଣେ ହେଲେ ତମନ୍ନା ଓ ଆର ଜଣକ ଆହନା। ତମନ୍ନାଙ୍କୁ ଇତି ମଧ୍ୟରେ ‘ଭାଇନା କ’ଣ କଲା ସେ’ ଓ ‘ନୁଝୁମ୍‌ ରାତିର ସାଥୀ’ ଓ ଆହନାଙ୍କୁ ‘ଭୈରବ’ରେ ନାୟିକା ଭୂମିକାରେ ଦେଖିସାରିଛନ୍ତି ଦର୍ଶକ। ମା’ ସିଂହାସିନୀ ଫିଲ୍ମସ ବ୍ୟାନରରେ ନିର୍ମିତ ଏହି ‘ବ୍ଲାକ୍‌ମେଲ୍‌’ର ନିର୍ଦ୍ଦେଶନା ହେଉଛନ୍ତି କୋରିଓଗ୍ରାଫର ଟର୍ଣ୍ଣଡ଼୍‍ ଡ଼ିରେକ୍ଟର ଅମିତ ନାୟକ।ପ୍ରଥମଥର ପାଇଁ ଦ୍ୱୈତ ଭୂମିକା ନିଭାଇଥିବାରୁ ଉତ୍ସାହିତ ଅଛନ୍ତି ଅର୍ଦ୍ଧେନ୍ଦୁ।

ସମ୍ବନ୍ଧିତ ଖବର