‘୨.୦’ର ଟିଜର ରିଲିଜ ହେବାପରେ ନିରାଶ ହେଲେ ଅକ୍ଷୟ କୁମାରଙ୍କ ଫ୍ୟାନ୍‌, ଜାଣିଛନ୍ତି କାରଣ ?

ମୁମ୍ବାଇ: ରଜନୀକାନ୍ତ-ଅକ୍ଷୟ କୁମାର ଷ୍ଟାରର‘୨.୦’ର ଟିଜର ରିଲିଜ୍‌ ହୋଇଛି । ଏହା ମାତ୍ର ୨୪ ଘଣ୍ଟାରେ ସୋସିଆଲ୍‌ ମିଡିଆରେ ସବୁଠାରୁ ଅଧିକ ଦେଖାଯାଇଥିବା କୁହାଯାଉଛି। ଏହାକୁ ସାଢ଼େ ତିନି କୋଟି ଦର୍ଶକ ଦେଖି ସାରିଲେଣି। ରିଲିଜ୍‌ ହେବା ଆଗରୁ ଏଥିରେ ଅକ୍ଷୟ କୁମାରଙ୍କୁ ନେଇ ତାଙ୍କର ଫ୍ୟାନମାନେ ଖୁବ୍‌ ବିରକ୍ତ ହୋଇଛନ୍ତି। ସେମାନେ ନିରାଶ ହୋଇଛନ୍ତି। ଏହାର କାରଣ ହେଲା ଏହାର ଟିଜରରେ ଅକ୍ଷୟ କୁମାରଙ୍କୁ ସେମାନଙ୍କର ଫ୍ୟାନମାନେ ତାତ୍ର ଗୋଟିଏ ଝଲକ ଦେଖିଛନ୍ତି। ଅପରପକ୍ଷରେ ଏଥିରେ ରଜନୀକାନ୍ତଙ୍କୁ ଅଧିକ ଗୁରୁତ୍ୱ ଦିଆଯାଇଛି। ସେମାନେ ଆଶା ରଖିଛନ୍ତି ସିନେମାରେ ଅକ୍ଷୟ କୁମାରଙ୍କ ଭୂମିକା ଗୌଣ ନ ହେଉ। ପ୍ରାୟ ୬୦୦ କୋଟି ବଜେଟ୍‌ରେ ର୍ନିମିତ ‘୨.୦’ରେ ସୁପରଷ୍ଟାର୍‌ ଅକ୍ଷୟ କୁମାରଙ୍କୁ ଦର୍ଶକ ଖଳନାୟକ ଭୂମିକାରେ ଦେଖିବାକୁ ପାଇବେ ବୋଲି ଚର୍ଚ୍ଚା ହେଉଛି। ଏଥିରେ ତାଙ୍କ ଭୂମିକାଟି କ’ଣ ତାହା ପ୍ରକୃତରେ‘୨.୦’ ରିଲିଜ୍‌ ହେବାପରେ ଜଣାଯିବ।
ରଜନୀକାନ୍ତ ଓ ଅକ୍ଷୟ କୁମାରଙ୍କ ଅଭିନୀତ ବହୁପ୍ରତୀକ୍ଷିତ ଫିଲ୍ମ‘୨.୦’ ରିଲିଜ୍‌ ହେବା ପୂର୍ବରୁ ରେକର୍ଡ଼ ବ୍ରେକ୍‌ କରୁଛି।ଏହାର ରିଲିଜ୍‌ ତାରିଖ ନଭେମ୍ବର ୨୯ ବୋଲି ଜଣାଯାଇଛି। ପ୍ରଥମେ ଚର୍ଚ୍ଚା ହେଉଥିଲା ଯେ, ୨୦୧୭ ଦୀପାବଳିରେ ‘୨.୦’ରିଲିଜ୍‌ ହେବ,ହେଲେ ତା’ପରେ କୁହାଗଲା ଏହା ୨୦୧୮ ଜାନୁଆରି ୨୬ ତାରିଖରେ ମୁକ୍ତିଲାଭ କରିବ।କିନ୍ତୁ ଅକ୍ଷୟ କୁମାରଙ୍କ ‘ପ୍ୟାଡ଼୍‍ମ୍ୟାନ୍‌’ଏହି ତାରିଖରେ ରିଲିଜ୍‌ ହେବ ବୋଲି ଘୋଷିତ ହେବା ପରେ ପୁଣି ଘୁଞ୍ଚିଥିଲା‘୨.୦’ର ରିଲିଜ୍‌ ତାରିଖ। ଅବଶେଷରେ ନିଜେ ନିର୍ଦ୍ଦେଶକ ଶଙ୍କର ତାଙ୍କର ଏହି ବହୁ ପ୍ରତୀକ୍ଷିତ ସିନେମା ଆଗାମୀ ୨୦୧୮ ନଭେମ୍ବର ୨୯ ତାରିଖରେ ରିଲିଜ୍‌ ହେବ ବୋଲି ଘୋଷଣା କରିଥିଲେ।


ରଜନୀକାନ୍ତଙ୍କ ଏହି ଫିଲ୍ମର ବିତରଣ ଅଧିକାର କେବଳ କେରଳରେ ୧୬ କୋଟିରେ ବିକ୍ରି ହୋଇଛି।ଏଠାରେ ସୂଚନା ଯୋଗ୍ୟ ଯେ,‘ବାହୁବଳୀ-୨’ଏହା ମାତ୍ର ୧୦ କୋଟି ୫୦ ଲକ୍ଷରେ ବିକ୍ରି ହୋଇଥିଲା। ଏ ଦୃଷ୍ଟିରୁ ‘ବାହୁବଳୀ-୨’ର ରେକର୍ଡ଼ ବ୍ରେକ୍‌ କରିସାରିଛି ବୋଲି କୁହାଯାଇପାରେ। ଏଥିରେ ରଜନୀକାନ୍ତ ଓ ଅକ୍ଷୟ କୁମାରଙ୍କ ବ୍ୟତୀତ ଏମି ଜାକସନ୍‌ ମଧ୍ୟ ଲିଡ଼୍‍ରୋଲ୍‌ରେ ଅଛନ୍ତି।ଏହା ସାରା ବିଶ୍ୱରେ ୭ ହଜାର ସ୍କ୍ରିନ୍‌ରେ ରିଲିଜ୍‌ ହେବ। ଓସ୍କାର ବିଜେତା ଏ.ଆର୍‌ ରହେମାନ୍‌ ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି।

ସମ୍ବନ୍ଧିତ ଖବର