ଦୁଇଟି କଦଳୀର ଦାମ ୪୪୨ ଟଙ୍କା, ପ୍ରତିବାଦ କଲେ ଅଭିନେତା ରାହୁଲ ବୋଷ
ନୂଆଦିଲ୍ଲୀ: ଆପଣଙ୍କ ସହରରେ କଦଳୀ ଡଜନ ପିଛା କେତେ ଟଙ୍କା ହୋଇପାରେ ? ବଜାର ଦର ଅନୁସାରେ ୪୦ ଟଙ୍କାରୁ ୧୦୦ ଟଙ୍କା ମଧ୍ୟରେ ଏହା ହୋଇପାରେ | ଡଜନ ଅର୍ଥାତ ୧୨ଟି କଦଳୀର ଦାମ ସର୍ବାଧିକ ୧୦୦ ଟଙ୍କା ହେଲେ ବି ଏହା କିଛି ଲୋକଙ୍କ ପାଇଁ ଗ୍ରହଣୀୟ ହୋଇପାରେ | କିନ୍ତୁ ମାତ୍ର ଦୁଇଟି କଦଳୀର ଦାମ ୪୦୦ ଟଙ୍କା ବିଲ ହେବା ଦେଖି ଏହାକୁ ନେଇ ସ୍ୱର ଉତ୍ତୋଳନ କରିଛନ୍ତି ସେଲିବ୍ରିଟି |
Sambad is now on WhatsApp
Join and get latest news updates delivered to you via WhatsApp
ପଞ୍ଚତାରକା ହୋଟେଲରେ ଏଭଳି ଦାମ ଦେଖି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବଲିଉଡର ଜଣାଶୁଣା ଅଭିନେତା ରାହୁଲ ବୋଷ | ରାହୁଲ ଚଣ୍ଡିଗଡ଼ରେ ଏକ ୱେବ ସିରିଜ ସୁଟିଂ ପାଇଁ ଏବେ ବ୍ୟସ୍ତ ଅଛନ୍ତି | ଏଥିପାଇଁ ସେ ସେଠାରେ ଏକ ପଞ୍ଚତାରକା ହୋଟେଲରେ ରହୁଛନ୍ତି | ତେବେ ନିଜ ସକାଳ ଖାଇବାରେ ସେ ଦୁଇଟି କଦଳୀ ଅର୍ଡର କରିଥିଲେ | କଦଳୀ ଦୁଇଟି ଆସିବା ସହ ବିଲ ମଧ୍ୟ ଆସିଥିଲା | ଏଥିରେ କଦଳୀ ଦୁଇଟିର ଦାମ ୪୪୨ ଟଙ୍କା ଲେଖାଯାଇଥିଲା |
You have to see this to believe it. Who said fruit wasn’t harmful to your existence? Ask the wonderful folks at @JWMarriottChd #goingbananas #howtogetfitandgobroke #potassiumforkings pic.twitter.com/SNJvecHvZB
— Rahul Bose (@RahulBose1) July 22, 2019
ଯାହାକୁ ନେଇ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ରାହୁଲ | ଏହାକୁ ନେଇ ଟ୍ୱିଟରରେ ପୋଷ୍ଟ କରିଛନ୍ତି | ରାହୁଲ ଲେଖିଛନ୍ତି ଯେ କିଏ କୁହେ ଫଳ କ୍ଷତିକାରକ ନୁହେଁ ? ରାହୁଲଙ୍କ ଏହି ପୋଷ୍ଟ ପରେ ତାଙ୍କ ପ୍ରଶଂସକମାନେ ହୋଟେଲର ବିଲକୁ ନେଇ କଟାକ୍ଷ ମଧ୍ୟ କରିଛନ୍ତି | ସେମାନେ ଲେଖିଛନ୍ତି ଯେ ଯଦି କଦଳୀର ଦାମ ଏତେ ଟଙ୍କା ତେବେ ବନାନା ସେକ ଅର୍ଡର କଲେ ଆଇଫୋନର ମୂଲ୍ୟ ସହ ଏହା ସମାନ ହୋଇଯିବ |