‘ଲାଲ ସିଂ ଚଢ଼ା’ ଫ୍ଲପ ହେବା ପରେ ବିତରକମାନଙ୍କୁ କ୍ଷତିପୂରଣ ଦେବେ ଆମୀର !

ମୁମ୍ବାଇ: ବିତରକମାନଙ୍କୁ କ୍ଷତିପୂରଣ ଦେବେ ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଆମୀର ଖାନ। ଅଦ୍ବୈତ ଚନ୍ଦନଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ରିଲିଜ୍ ସପ୍ତାହରେ ୫୦କୋଟିରୁ କମ୍ ରୋଜଗାର କରିଛି। ଆମୀର ଖାନଙ୍କ ଜାତୀୟ ବିରୋଧୀ ବକ୍ତବ୍ୟକୁ ମନେ ପକାଇ ଲୋକମାନେ ଏହି ଫିଲ୍ମକୁ ବଏକଟ କରିବାରୁ ରିଲିଜ ପରେ ବକ୍ସ ଅଫିସରେ ଏହି ଫିଲ୍ମ ଭଲ ବ୍ୟବସାୟ କରିପାରିନାହିଁ। ୪ବର୍ଷ ପରେ ଆମୀର ପ୍ରେକ୍ଷାଳୟକୁ ଫେରିଥିଲେ ବି ତାଙ୍କୁ ଦର୍ଶକଙ୍କ ଭଲପାଇବା ମିଳିପାରିନାହିଁ। ଏବେ ଚର୍ଚ୍ଚା ହେଉଛି ଯେ, ଫିଲ୍ମର ବିତରକମାନଙ୍କ ପାଇଁ କ୍ଷତିପୂରଣ ମଡେଲ ପ୍ରସ୍ତୁତ କରିବାକୁ ଆମୀର ଆଲୋଚନା କରୁଛନ୍ତି।

ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେ ମୁତାବକ, ‘ଲାଲ ସିଂ ଚଢ଼ା’ ଭାରତର ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିବାରେ ବିଫଳ ହୋଇଥିବାରୁ ବିତରକମାନେ ଖରାପ ଭାବେ ପ୍ରଭାବିତ ହୋଇଛନ୍ତି। ଫିଲ୍ମଟି ଭଲ ପ୍ରଦର୍ଶନ କରିନଥିବାରୁ ବିତରକମାନେ ଅଧିକ କ୍ଷତି ସହିଥିବାରୁ ଆମୀର ସେମାନଙ୍କୁ କ୍ଷତିପୂରଣ ଦେବାକୁ ଆଲୋଚନା କରୁଥିବା ଜଣାପଡ଼ିଛି। ତେବେ ମିଳିଥିବା ସୂଚନାରେ କେତେ ସତ୍ୟତା ରହିଛି, ତାହା ଜଣାପଡ଼ି ନାହିଁ ବୋଲି ଇଣ୍ଡିଆ ଟୁଡେ ପକ୍ଷରୁ କୁହାଯାଇଛି।

indiatoday

ଅନ୍ୟପକ୍ଷରେ ଏହି ଚର୍ଚ୍ଚାକୁ ନେଇ ଭାୟାକମ୍ ୧୮ର ସିଇଓ ଅଜିତ ଅନ୍ଧାରେ ଏକ ସାକ୍ଷାତକାରରେ କ୍ଷତିପୂରଣ ନେଇ ହେଉଥିବା ସମସ୍ତ ଚର୍ଚ୍ଚାକୁ ଅସ୍ୱୀକାର କରିଛନ୍ତି। ସେ କହିଛନ୍ତି, “ ଫିଲ୍ମ ପାଇଁ କୌଣସି ବାହ୍ୟ ବିତରକ ନାହାଁନ୍ତି। ଭାୟାକମ୍ ୧୮ ଷ୍ଟୁଡିଓ ଦ୍ୱାରା ଫିଲ୍ମର ବିତରଣ କରାଯାଇଛି। ଆମକୁ କ୍ଷତି ସହିବାକୁ ପଡ଼ିନାହିଁ। ଉଭୟ ଭାରତ ଏବଂ ଆନ୍ତର୍ଜାତୀୟ ସ୍ତରର ପ୍ରେକ୍ଷାଳୟରେ ଚଳଚ୍ଚିତ୍ରଟି ଭଲ ବ୍ୟବସାୟ କରୁଛି। ଏସବୁ ଭିତ୍ତିହୀନ କଳ୍ପନାଜଳ୍ପନା। ”

ସମ୍ବନ୍ଧିତ ଖବର