‘ପୁକାର’ ସୁଟିଂ ସେଟ୍‌ରୁ ଅଭିଷେକଙ୍କୁ ବିଦା କରାଯାଇଥିଲା

ଅମିତାଭ ବଚ୍ଚନଙ୍କ ଅଭିନୀତ ଫିଲ୍ମ ‘ପୁକାର (୧୯୮୩)’ର ସୁଟିଂ ଚାଲିଥିବା ବ‌େଳେ ପୁଅ ଅଭିଷେକ ବଚ୍ଚନଙ୍କୁ ସୁଟିଂ ସେଟ୍‌ରୁ ବାହାର କରି ଦିଆଯାଇଥିଲା। ଅଭିଷେକ ଏ ସମ୍ପର୍କରେ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରି କହିଛନ୍ତି, ତାଙ୍କୁ ଓ ତାଙ୍କ ସାଙ୍ଗ ଗୋଲ୍‌ଡିଙ୍କୁ ସେଟ୍‌ରୁ ବାହାର କରିଦିଆଯାଇଥିଲା। ସୁଟିଂ ପାଇଁ ମହଜୁଦ ଥିବା କିଛି ଜିନିଷ ଭାଙ୍ଗି ଦେଇଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଥିଲା। ଦୁହେଁ ସେଟ୍‌ରେ ରଖାଯାଇଥିବା ନକଲି ଖଣ୍ଡା ଦେଖି ବହୁତ ଉତ୍ସାହିତ ହୋଇଯାଇଥିଲେ। ଗୋଆରେ ଫିଲ୍ମର କ୍ଲାଇମାକ୍ସ ସୁଟିଂ ଚାଲିଥିବା ବେଳେ ସେଇ ଖଣ୍ଡାକୁ ନେଇ ଦୁହେଁ ଖେଳୁଥିବା ବେଳେ ତାହା ଭାଙ୍ଗିଗଲା। ତେଣୁ ତୁରନ୍ତ ଦୁହିଁଙ୍କୁ ସେଟ୍‌ରୁ ହୋଟେଲକୁ ପଠାଇ ଦିଆଯାଇଥିଲା। ଗୋଲ୍‌ଡିଙ୍କ ବାପା ରମେଶ ବହଲ ଫିଲ୍ମର ନିର୍ଦେଶକ ଥିବା ବ‌େଳେ ଅଭିଷେକଙ୍କ ବାପା ମୁଖ୍ୟ ଭୂମିକାରେ ଅଭିନୟ କରୁଥିଲେ।

ସମ୍ବନ୍ଧିତ ଖବର