ଏଥର ନୀଳନୟନାଙ୍କ ଜନ୍ମଦିନ ପାର୍ଟି ରୋମାନରେ! ସ୍ୱାମୀ ଓ ଝିଅ ବି ରହିବେ ଉପସ୍ଥିତ

ମୁମ୍ବାଇ: ନଭେମ୍ବର ପହିଲାରେ ବଚ୍ଚନ ବୋହୂ ଐଶ୍ୱର୍ଯ୍ୟାଙ୍କ ଜନ୍ମଦିନ। ସେ ୪୬ ବର୍ଷ ବୟସରେ ପଦାର୍ପଣ କରିବେ। ନୀଳନୟନା ଐଶ୍‌ ପ୍ରତିବର୍ଷ ତାଙ୍କ ଜନ୍ମଦିନରେ କିଛି ନା କିଛି ସ୍ୱତନ୍ତ୍ର କରିଥାନ୍ତି। ଏଥର ଶୁଣିବାକୁ ମିଳିଛି ଯେ ସେ ସ୍ୱାମୀ ଅଭିଷେକ ବଚ୍ଚନଙ୍କ ସହ ମିଶି ରୋମାନରେ ବିଶେଷ ଭାବେ ତାଙ୍କ ଜନ୍ମଦିନ ପାଳନ କରିପାରନ୍ତି।

ରବିବାର ଦିନ ବିଗ୍‌ ବି ଅମିତାଭ ବଚ୍ଚନ ତାଙ୍କ ଜଲ୍‌ସା ବାସଭବନରେ ଏକ ଗ୍ରାଣ୍ଡ୍‌ ଦିପାବଳୀ ପାର୍ଟିର ଆୟୋଜନ କରିଥିଲେ। ଏହି ଗ୍ରାଣ୍ଡ୍‌ ପାର୍ଟି ମନାଇବା ପରେ ଅଭି-ଐଶ୍‌ ଝିଅ ଆରାଧ୍ୟାକୁ ନେଇ ରୋମାନ ବାହାରି ଯିବେ ବୋଲି ପୂର୍ବରୁ ସୂଚନା ରହିଥିଲା।

India Today

ଉଲ୍ଲେଖଯୋଗ୍ୟ, ଦୀର୍ଘ ବର୍ଷ ଧରି ବଲିଉଡ୍‌କୁ ବହୁ ଲୋକପ୍ରିୟ ଚଳଚ୍ଚିତ୍ର ଦେଇଥିବା ଐଶ୍ୱର୍ଯ୍ୟା ଆଗକୁ ମଣି ରତ୍‌ନମଙ୍କ ଫିଲ୍ମ ‘ପନିୟିନ୍‌ ସେଲ୍‌ଭମ୍‌’ରେ ନଜର ଆସିବେ। ଏହି ଚଳଚ୍ଚିତ୍ର ପାଇଁ ସୁଟିଂ ଏଯାବତ୍‌ ହୋଇନାହିଁ, ଖୁବ୍‌ ଶୀଘ୍ର ଆରମ୍ଭ ହେବ ବୋଲି ସୂଚନା ରହିଛି। ଜାଣିବାକୁ ମିଳିଛି ଯେ ଐଶ୍‌ ଏଥିରେ ଦୁଇଟି ଚରିତ୍ର ନିଭାଇବେ।

ସମ୍ବନ୍ଧିତ ଖବର