‘ମୁଙ୍ଗଡା’ର ରିମେକ୍‌କୁ ନେଇ ଲତା ମଙ୍ଗେସ୍‌କର ଅସନ୍ତୋଷ ପ୍ରକାଶ କରିବା ପରେ ପ୍ରତିକ୍ରିୟା ରଖିଲେ ଅଜୟ; କହିଲେ ତାଙ୍କୁ ଚାପୁଡ଼ା ମାରିବାର ଅଧିକାର ବି ଅଛି

ମୁମ୍ବାଇ : ବଲିଉଡ୍‌ ଫିଲ୍ମ ‘ଟୋଟାଲ ଧମାଲ’ ଶୁକ୍ରବାର ରିଲିଜ୍‌ ହୋଇଛି । ଫିଲ୍ମକୁ ଦର୍ଶକଙ୍କ ଭଲ ପ୍ରତିକ୍ରିୟା ମିଳୁଥିବା ଦେଖା ଯାଇଛି । ତେବେ ଏହି ଫିଲ୍ମରେ ଥିବା ଗୀତ ‘ମୁଙ୍ଗଡ଼ା…’କୁ ନେଇ କିଛି ଦିନ ତଳେ ବିବାଦ ଆରମ୍ଭ ହୋଇଥିଲା । ୧୯୭୮ରେ ରିଲିଜ୍‌ ହୋଇଥିବା ଫିଲ୍ମ ଇନ୍‌କାର୍‌ର ଗୀତ ମୁଙ୍ଗଡ଼ାର ରିମେକ୍‌ କରାଯାଇଥିବା ବେଳେ ଏଥିରେ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଅଭିନୟ କରିଥିଲେ । କିନ୍ତୁ ଏହି ରିମେକ୍‌ ମହାନ କଣ୍ଠଶିଳ୍ପୀ ଲତା ମଙ୍ଗେସ୍‌କରଙ୍କ ପସନ୍ଦ ଆସି ନ ଥିଲା । ଏହି ଘଟଣାକୁ କିଛି ଦିନ ବିତି ଯାଇଥିବା ବେଳେ ଏବେ ଏହା ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ଅଭିନେତା ଅଜୟ ଦେବଗନ୍‌ ।

News Nation

“ଲତାଜୀ ଆମଠାରୁ ବହୁତ ବଡ଼ ଏବଂ ସଙ୍ଗୀତ ବିଷୟରେ ଆମଠାରୁ ତାଙ୍କର ଜ୍ଞାନ ଅଧିକ । ଆଜିକାଲି ସବୁ ପୁରୁଣା ଗୀତର ରିମେକ କରୁଥିଲେ ମଧ୍ୟ ତାହା କେତେ ଦୂର ଶ୍ରୁତିମଧୁର ହେବ ସେ ବିଷୟରେ ଭାବୁ ନାହାନ୍ତି । ଯଦି ଲତାଜୀଙ୍କୁ ଆମର ରିମେକ୍‌ ଖରାପ ଲାଗିଛି । ସେ ଆସି ଆମକୁ ଚାପୁଡ଼ା ମାରି ପାରିବେ । ଏପରି କରିବାର ଅଧିକାର ତାଙ୍କର ରହିଛି” ବୋଲି ଅଜୟ କହିଛନ୍ତି ।

ସମ୍ବନ୍ଧିତ ଖବର