କରୀନା କପୁରଙ୍କୁ ବିବାହ କରିବାକୁ ଚାହୁଁଥିଲେ ଏହି ପୂର୍ବତନ ମୁଖ୍ୟମନ୍ତ୍ରୀ

ମୁମ୍ବାଇ : କୌଣସି ରାଜନେତା ବଲିଉଡ଼ କଳାକାରଙ୍କ ପ୍ରେମରେ ପଡ଼ିବା କିଛି ନୂଆ କଥା ନୂହେଁ । ପୂର୍ବରୁ ଏଭଳି ପ୍ରେମ କାହାଣୀ ଅନେକ ଥର ଶୁଣିବାକୁ ମିଳିଛି । ଖାଲି ରାଜନେତା ନୁହେଁ, ବେଳେ ବେଳେ ନିଜ ପେସାକୁ ଛାଡ଼ି ଅନ୍ୟ ପେସାରେ ଥିବା ପୁଅମାନଙ୍କ ପ୍ରତି ଆକର୍ଷିତ ହୋଇଥାନ୍ତି ବଲିଉଡ଼୍‍ କଳାକାର । ଯାହାର ଉଦାହରଣ ନିକଟ ଅତୀତରେ ଆପଣମାନେ ଦେଖି ସାରିଛନ୍ତି । ତେବେ ବେଳେ ବେଳେ କିଛି ପ୍ରେମ ସଫଳ ହୋଇ ନଥାଏ । ପ୍ରେମରେ ଅସଫଳ ହେବା କିଛି ନୂଆ କଥା ନୁହେଁ ।

rochakpost.com

କିନ୍ତୁ ଏହି ରାଜନେତାଙ୍କ ଅସଫଳ ପ୍ରେମ ବିଷୟରେ ବୋଧହୁଏ ଆପଣମାନେ ଜାଣି ନଥିବେ । ଏହି ରାଜନେତା ବଲିଉଡ଼୍‍ର ଲୋକପ୍ରିୟ ନାୟିକା କରୀନା କପୁରଙ୍କୁ ନିଜର ମନ ଦେଇ ବସିଥିବା ବେଳେ ତାଙ୍କୁ ବିବାହ କରିବାକୁ ଚାହୁଁଥିଲେ । କିନ୍ତୁ ତାଙ୍କ ସ୍ୱପ୍ନ ସ୍ୱପ୍ନରେ ରହି ଯାଇଥିଲା । ଆଜ୍ଞା ହଁ, ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଲେଶ ଯାଦବ କରୀନାଙ୍କ ପ୍ରେମରେ ଏପରି ପାଗଳ ଥିଲେ କି ସେ ତାଙ୍କୁ ବିବାହ କରିବେ ବୋଲି ମନସ୍ଥ କରି ନେଇଥିଲେ । ଏକ ସାକ୍ଷାତକାରରେ ତାଙ୍କୁ ସାମ୍ବାଦିକମାନେ ପଚାରିବା ପରେ କରୀନା କପୁର ତାଙ୍କୁ କେତେ ପସନ୍ଦ ସେ ବିଷୟରେ ଅଖିଲେଶ ସମସ୍ତଙ୍କୁ ଜଣାଇଥିଲେ ।

ସମ୍ବନ୍ଧିତ ଖବର