ବିନା ଡାଏଟିଂରେ ଅଭିନେତା ଅକ୍ଷୟ କୁମାର କମାଇଲେ ୬ କିଲୋଗ୍ରାମ ଓଜନ!

ମୁମ୍ବାଇ: ଯେତେବେଳେ ଆମେ ବଲିଉଡ୍‌ର ଫିଟ୍‌ ଅଭିନେତମାନଙ୍କ ବିଷୟରେ  କଥା ହେଉ , ସେତେବେଳେ ସର୍ବପ୍ରଥମେ  ଆମ ଆଖି ଆଗକୁ ଅଭିନେତା ଅକ୍ଷୟ କୁମାର ଆସିଥାନ୍ତି। ଅଭିନେତା ଅକ୍ଷୟ କୁମାର ଏବେ ୫୧ ବର୍ଷ ବୟସରେ ପଦାର୍ପଣ କରିସାରିଥିଲେ ବି  ସେନିଜକୁ  ଫିଟ୍‌  ରଖିବାରେ ସକ୍ଷମ ହୋଇଛନ୍ତି। ତେବେ କ’ଣ ଆପଣ ଜାଣନ୍ତି କି,

photo– news18

ଅଭିନେତା ଅକ୍ଷୟ  ଏବେ ତାଙ୍କ ଓଜନକୁ ୫ ରୁ ୬ କିଲୋଗ୍ରାମ କମ୍ କରିଛନ୍ତିି, ତାହାବି ପୁଣି ବିନା ଡାଏଟିଂରେ। ଏକଥା  ଅକ୍ଷୟଙ୍କ ଅଭିନୀତ ଫିଲ୍ମ ‘ସୂର୍ଯ୍ୟବଂଶୀ’ଏବଂ ‘ବଚ୍ଚନ ପାଣ୍ଡେ’ ଦେଖିଲାପରେ ଆପଣ ଜାଣିପାରିବେ।

 

ଅକ୍ଷୟଙ୍କ କହିବା ଅନୁସାରେ ସେ ତାଙ୍କ ଅଭିନୀତ ଦୁଇଟି ଫିଲ୍ମ  ଲାଗି ନିଜ ଶରୀରର ଓଜନ ୫ ରୁ ୬ କିଲୋଗ୍ରାମ କମ୍ କରିଛନ୍ତି। ଅକ୍ଷୟ ଆହୁରି ମଧ୍ୟ କହିଛନ୍ତି ଯେ ‘ସୂର୍ଯ୍ୟବଂଶୀ’ଏବଂ ‘ବଚ୍ଚନ ପାଣ୍ଡେ’ରେ ଅଭିନୟ ଲାଗି ତାଙ୍କୁ  ଓଜନ କମାଇବାକୁ କୁହାଯାଇଥିଲା। ତେଣୁ ସେ ପ୍ରକୃତିକ ଉପାୟରେ ଓଜନ କମ୍ କରିଛନ୍ତି।  ଏନେଇ ସେ କୌଣସି ଡାଏଟିଂ ର ସହାୟକ ନେଇନାହାନ୍ତି  ବୋଲି ଖିଲାଡି କୁମାର କହିଛନ୍ତି। ତେବେ ଓଜନ କମାଇବା ପାଇଁ ସେ ତାଙ୍କ ଓ୍ଵାର୍କଆଉଟ୍‌କୁ ପୂର୍ବାପେକ୍ଷା ଅଧିକ ବଢ଼ାଇଦେଇଥିବା କହିଛନ୍ତି  ଅକ୍ଷୟ । ଏଥିସହିତ ସେ ଏନେଇ ସବୁ କିଛି ପ୍ରାକୃତିକ ଉପାୟରେ କରିଛନ୍ତି ବୋଲି କହିଛନ୍ତି। ହେଲେ ଏଥିପାଇଁ  ଆପଣଙ୍କୁ ଯଦି ଲାଗୁଥାଏ ଯେ ମୁଁ ମୋର  ଓଜନ କମାଇବାକୁ କମ ଖାଦ୍ୟ ଖାଉଥିବି ,ତେବେ ଆପଣ ଭୁଲ୍‌ ଭାବୁଛନ୍ତି। କାରଣ ମୁଁ ଏବେବି ମୋର ପ୍ରିୟ ପରଟା  ଖାଉଛି।

 

ଆପଣଙ୍କ ସୂଚନା ଲାଗି ଜଣାଉଛୁ କି, ଅଭିନେତା ଅକ୍ଷୟ କୁମାର ଏବେ ତାଙ୍କ ଅଭିନୀତ ଫିଲ୍ମ ‘ମିଶନ ମଙ୍ଗଲ୍’ର ପ୍ରମୋସନ୍‌ରେ ବ୍ୟସ୍ତ ଥିବାବେଳେ ତାଙ୍କ ଅଭିନୀତ ଫିଲ୍ମ ‘ସୂର୍ଯ୍ୟବଂଶୀ’ଏବଂ ‘ବଚ୍ଚନ ପାଣ୍ଡେ’ର ସୁଟିଂ ମଧ୍ୟ କରୁଛନ୍ତି।

ସମ୍ବନ୍ଧିତ ଖବର