ଜମ୍ମୁ ଓ କଶ୍ମୀର ସ୍ଥିତି ଉପରେ ଅନୁଧ୍ୟାନ କରୁଛି ଆମେରିକା

ନୂଆଦିଲ୍ଲୀ: ଜମ୍ମୁ ଓ କଶ୍ମୀର ଏବଂ ଲଦାଖକୁ ଦୁଇଟି ପୃଥକ୍‌ କେନ୍ଦ୍ର ଶାସିତ ଅଞ୍ଚଳ କରାଯିବା ଘଟଣା ଉପରେ ତାଙ୍କ ଦେଶ ଅନୁଧ୍ୟାନ କରୁଛି ବୋଲି ଯୁକ୍ତରାଷ୍ଟ୍ର ଆମେରିକାର ଜଣେ ସରକାରୀ ଅଧିକାରୀ କହିଛନ୍ତି।

ଭାରତ ସହ ବାଣିଜ୍ୟିକ ଓ କୂଟନୈତିକ ସମ୍ପର୍କ ଛିନ୍ନ କରିଥିବା ପାକିସ୍ତାନର ଇମ୍ରାନ ଖାଁ ସରକାରଙ୍କୁ ସଂଯମ ଅବଲମ୍ବନ କରିବାକୁ ଟ୍ରମ୍ପ୍‌ ପ୍ରଶାସନ କହିଛି।

ବୈଦେଶିକ ବିଭାଗର ମୁଖପାତ୍ର ଗଣମାଧ୍ୟମକୁ କହିଛି ଯେ ଭାରତର ନୂତନ ଅଞ୍ଚଳର ସ୍ଥିତି ଏବଂ ଜମ୍ମୁ ଓ କଶ୍ମୀରର ଶାସନ ସଂକ୍ରାନ୍ତରେ ଯୁକ୍ତରାଷ୍ଟ୍ର ଆମେରିକା ନଜର ରଖିଛି।

Image Source: India Today

ବୁଧବାର ଦିନ ଯୁକ୍ତରାଷ୍ଟ୍ର ଆମେରିକା କହିଥିଲା ଯେ ଦକ୍ଷିଣ ଏସିଆରେ ଉତ୍ତେଜନା ଏବଂ ସାମରିକ ଅଭିବୃଦ୍ଧି ହ୍ରାସ ନିମନ୍ତେ ସମସ୍ତଙ୍କ ମଧ୍ୟରେ ଆଲୋଚନା କରାଯିବା ଜରୁରୀ ଆବଶ୍ୟକତା।

ବୈଦେଶିକ ବିଭାଗର ମୁଖପାତ୍ର କହିଛନ୍ତି ଯେ ସବୁ ପକ୍ଷ ଶାନ୍ତ ଏବଂ ସଂଯମୀ ହୁଅନ୍ତୁ ବୋଲି ଯୁକ୍ତରାଷ୍ଟ୍ର ଆମେରିକା ଆହ୍ଵାନ ଦେଇଛନ୍ତି।

ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଜାତିସଂଘ ସମେତ ଆନ୍ତର୍ଜାତିକ ସମୁଦାୟ ସମ୍ପୃକ୍ତ ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବାକୁ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର