ସୋସିଆଲ ମିଡିଆରେ ଭାଇରାଲ ହେଲା ଅଭିନେତା ଅଲ୍ଲୀ ଫଜଲଙ୍କ ନଗ୍ନ ଫଟୋ, ଭିଡିଓ ସେୟାର କରି ଅଲ୍ଲୀ କହିଲେ; ଫଟୋ ମୋର, କିନ୍ତୁ…

ମୁମ୍ବାଇ: ଆଜି ସମୟ ବଦଳିଥିବା ବେଳେ ଲୋକମାନଙ୍କର ଜୀବନଶୈଳୀ ମଧ୍ୟ ବଦଳି ଯାଇଛି । ସବୁ ଜିନିଷ ଲୋକମାନଙ୍କୁ ହାତପାଆନ୍ତାରେ ମିଳି ଯାଉଥିବା ବେଳେ କିଛି ଲୋକ ଏହି ସୁବିଧାକୁ ଖରାପ ବାଟରେ ମଧ୍ୟ ବ୍ୟବହାର କରୁଥିବା ଦେଖା ଯାଉଛି । ସାରା ଦେଶକୁ ଏକତ୍ର କରିବା ପାଇଁ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ତିଆରି କରାଯାଇଥିବା ବେଳେ ଅନେକ ସମୟରେ ଅନ୍ୟର ନାଁକୁ ଖରାପ କରିବା ପାଇଁ ଲୋକମାନେ ଏହାକୁ ବ୍ୟବହାର କରିଥାନ୍ତି । ସେଭଳି କିଛି ଘଟିଛି ବଲିଉଡ୍‌ ଅଭିନେତା ଅଲ୍ଲୀ ଫଜଲଙ୍କ ସହ । ତାଙ୍କର କିଛି ବ୍ୟକ୍ତଗତ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏବେ ଚର୍ଚ୍ଚା ଜୋର ଧରିଛି । ଏ ନେଇ ଅଭିନେତା ଅଲ୍ଲୀ ଇନ୍‌ଷ୍ଟାରେ ଏକ ଭିଡିଓ ପୋଷ୍ଟ କରିଛନ୍ତି ।

 

View this post on Instagram

 

Not Cool…

A post shared by ali fazal (@alifazal9) on

ଭିଡିଓରେ, ଫଟୋଟି ମୋର; କିନ୍ତୁ ସେ ଫଟୋକୁ କିଏ ସୋସିଆଲ ମିଡିଆରେ ସେୟାର କଲା ତାହା ମୁଁ ଜାଣି ନାହିଁ । ଏଭଳି ଛୋଟ କାମ କିଏ କରିଛି ମୁଁ ତାକୁ ନିଶ୍ଚୟ ଖୋଜିବି । କିନ୍ତୁ ଏବେ ମୁଁ କିଛି କହି ପାରିବି ନାହିଁ । ଆଶା କରୁଛି ମୋର ପ୍ରଶଂସକମାନେ ମୋତେ ସମର୍ଥନ କରିବେ । ଠିକ୍‌ ସମୟ ଆସିଲେ ମୁଁ ସବୁ ଖୋଲା ଖୋଲି ଭାବେ ସମସ୍ତଙ୍କୁ ଜଣାଇବି ବୋଲି କହିଛନ୍ତି ଅଲ୍ଲୀ ।

ସମ୍ବନ୍ଧିତ ଖବର