ଲକ୍‌ଡାଉନ୍‌: ବାପାମାଆଙ୍କୁ ଭେଟିବାକୁ ଫେସ୍‌ମାସ୍କ ଓ ହ୍ୟାଣ୍ଡ୍‌ଗ୍ଲୋବ୍‌ସ ପିନ୍ଧି ଘରେ ପହଞ୍ଚିଲେ ଆଲିଆ

ମୁମ୍ବାଇ: କରୋନା ଭାଇରସ୍‌ ପାଇଁ ଦେଶରେ ଲାଗୁ ହୋଇଥିବା ଲକ୍‌ଡାଉନ୍‌ ସକାଶେ ଅଭିନେତ୍ରୀ ଆଲି ଭଟ୍ଟ ବାପା ମହେଶ ଭଟ୍ଟ ଓ ମାଆ ରାଜଦାନଙ୍କୁ ନେଇ ବେଶ୍‌ ଚିନ୍ତିତ। ଆଲିଆ ନିଜ ବାପାମାଆଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତିିତ ଥିବା କଥା ପୂର୍ବରୁ ବି ଜଣାଇଥିଲେ। ଲକ୍‌ଡାଉନ୍‌ ସମୟରେ ବି ଆଲିଆ ନିଜ ବାପାମାଆଙ୍କୁ ଭେଟିବାକୁ ତାଙ୍କ ଘରକୁ ଯାଇଥିଲେ।

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଆଲି ଅନେକ ଦିନରୁ ନିଜ ବାପାମାଆଙ୍କ ସହ ରହୁନଥିଲେ। ଲକ୍‌ଡାଉନ୍‌ରେ ସେ ନିଜ ଭଉଣୀଙ୍କ ପାଖରେ ରହି ତାଙ୍କ ସହ ସମୟ ବିତାଉଥିଲେ। ଦୁଇ ଭଉଣୀ ମଝିରେ ମଝିରେ ସୋସିଆଲ୍‌ ମିଡିଆରେ କିଛି ନା କିଛି ନିଶ୍ଚୟ ସେୟାର୍‌ କରିଥାନ୍ତି। ମାତ୍ର ନିଜ ବାପାମାଆଙ୍କୁ ଭେଟିବାକୁ ଯିବା କଥା ଯଦିଓ ଆଲିଆ ନିଜେ ପ୍ରକାଶ କରିନାହାନ୍ତି ବାପା ମହେଶ ଭଟ୍ଟ ଏ ସଂପର୍କରେ ଗଣମାଧ୍ୟମରେ ସୂଚନା ଦେଇଛନ୍ତି।

ମହେଶ ଗଣମାଧ୍ୟମରେ କହିଛନ୍ତି କି ‘ଆଲିଆ ଆମଠାରୁ ମାତ୍ର ଅଳ୍ପ କେତେ ଦୂରରେ ରହୁଛି। ସେ ଆସିବା ବେଳେ ମୁହଁରେ ମାସ୍କ ଓ ହ୍ୟାଣ୍ଡ୍‌ଗ୍ଲୋବ୍‌ସ ପିନ୍ଧି ଆସିଥିଲା। ଦେଖିକି ଭାବବିହ୍ବଳ ହୋଇଗଲି ମୁଁ। କାଲି ଯାହାକୁ ଆମେ ସତର୍କତା ଶିଖାଉଥିଲୁ ସେ ଆଜି ବଡ଼ ହୋଇ ଆମକୁ ସେ କଥା ଶିଖାଉଛି।’

ସମ୍ବନ୍ଧିତ ଖବର