ସଲମାନ ଖାନ୍‌ଙ୍କ ଭାଣିଜୀଙ୍କ ଠାରୁ ଆରମ୍ଭ କରି ବିଗ୍‌ ବିଙ୍କ ନାତି ପର୍ଯ୍ୟନ୍ତ ଅନେକ ଷ୍ଟାର୍‌ କିଡସ୍‌ ଚର୍ଚ୍ଚାର ପରିସରକୁ ଆସିନାହାନ୍ତି

ବଲିଉଡ଼ରେ ଏବେ ଷ୍ଟାର କିଡ଼୍‍ସମାନଙ୍କର ଜମାନା ଚାଲିଛି । ଧୀରେ ଧୀରେ ପ୍ରମୁଖ ଅଭିନେତାମାନଙ୍କର ପିଲାମାନେ ବିଭିନ୍ନ ଫିଲ୍ମ ଜରିଆରେ ବଲିଉଡରେ ନିଜର କ୍ୟାରିୟର ଆରମ୍ଭ କରୁଥିବା ଦେଖିବାକୁ ମିଳୁଛି । ବିଭିନ୍ନ ପାର୍ଟି ଏବଂ ଇଭେଣ୍ଟରେ ବଲିଉଡ଼ ଷ୍ଟାରମାନେ ସେମାନଙ୍କ ପରିବାର ସହ ନଜର ଆସି ଥାଆନ୍ତି । ତେବେ ଏମିତି ବି କିଛି ଷ୍ଟାର କିଡ୍‍ସ ଅଛନ୍ତି ଯେଉଁମାନେ ଏ ପର୍ଯ୍ୟନ୍ତ ମଧ୍ୟ ଚର୍ଚ୍ଚାର ପରିସରକୁ ଆସି ନାହାନ୍ତି । ତେବେ ଆଜି ଆମେ ଏହାର ଏକ ସୂଚୀ ପ୍ରସ୍ତୁତ କରିଛୁ, ଯେଉଁଥିରୁ ଆପଣମାନେ ଜାଣି ପାରିବେ କେଉଁ ବଲିଉଡ଼ ଷ୍ଟାର କିଡ଼୍‍ସ ଏ ପର୍ଯ୍ୟନ୍ତ ଅଭିନୟଠାରୁ ଦୂରରେ ଅଛନ୍ତି।

୧.ଅଲିଜେ ଅଗ୍ନିହୋତ୍ରୀ : ଅଲିଜେ ଅଗ୍ନିହୋତ୍ରୀ ହେଉଛନ୍ତି ସଲମାନଙ୍କ ଭଉଣୀ ଅଲଭିରା ଅଗ୍ନିହୋତ୍ରୀଙ୍କ ଝିଅ । ସେ ଏବେ ମୁମ୍ବାଇରେ ପଢ଼ୁଥିବା ଜଣା ପଡ଼ିଛି । ସଲମାନ ବଲିଉଡ଼ରେ ଏତେ ସକ୍ରିୟ ଥାଇ ମଧ୍ୟ ତାଙ୍କ ଭାଣିଜୀ ଏ ପର୍ଯ୍ୟନ୍ତ ଫିଲ୍ମ ତ ଦୂରର କଥା ଲାଇମ୍‌ ଲାଇଟ୍‌କୁ ମଧ୍ୟ ଆସି ନାହାନ୍ତି ।

SantaBanta

୨.ଅଗସ୍ତ୍ୟ ନନ୍ଦା :ଅମିତାଭ ବଚ୍ଚନଙ୍କ ନାତି ହେଉଛନ୍ତି ଅଗସ୍ତ୍ୟ ନନ୍ଦା । ଅଭିତାଭଙ୍କୁ ବଲିଉଡ଼ରେ ବିଗ୍‌ ବିର ଆଖ୍ୟା ଦିଆ ଯାଇଥିବା ବେଳେ ତାଙ୍କ ନାତି ଏ ଲାଇନ୍‌କୁ ଆସିବାରେ ଆଦୌ ଇଛୁକ ନୁହେଁ ବୋଲି ଜଣାପଡ଼ିଛି । ସେ ଏବେ ବିଦେଶରେ ପଢ଼ୁଥିବା ବେଳେ ତାଙ୍କର ସୋସିଆଲ ମିଡିଆ ଆକାଉଣ୍ଟ ମଧ୍ୟ ନାହିଁ ବୋଲି ଜଣା ପଡ଼ିଛି ।

www.biographia.co.in

୩. ଅଲାନା ପାଣ୍ଡେ : ଅଭିନେତା ଚଙ୍କି ପାଣ୍ଡେଙ୍କ ଭାଣିଜୀ ହେଉଛନ୍ତି ଅଲାନା ପାଣ୍ଡେ । ସେ ଲଣ୍ଡନରେ ଫ୍ୟାସନ ଡିଜାଇନିଙ୍ଗ କୋର୍ସ କରିବା ସହ ସୋସିଆଲ ସାଇଟ୍‌ରେ ମଧ୍ୟ ଆକ୍ଟିଭ୍‌ ଥିବା ଜଣା ପଡ଼ିଛି । କିନ୍ତୁ ସେ ଏ ପର୍ଯ୍ୟନ୍ତ ଲାଇମ୍‌ ଲାଇଟ୍‌କୁ ଆସିନାହାନ୍ତି ।

Bollywood Hungama

୪.ଇରା ଖାନ୍‌ : ଅମିର ଖାନ୍‌ଙ୍କ ସୁପୁତ୍ରୀ ହେଉଛନ୍ତି ଇରା ଖାନ୍‌ । ଅମିରଙ୍କ ରାଜ ଏବେ ବି ବଲିଉଡ଼ରେ ଚାଲୁଥିବା ବେଳେ ତାଙ୍କ ଝିଅ ଏ ଲାଇନ୍‌କୁ ଆସିବା ନେଇ ଇଛୁକ ବୋଲି ଜଣା ପଡ଼ୁନାହିଁ । ସଙ୍ଗୀତ ଏବଂ ଚିତ୍ରାଙ୍କନରେ ରୁଚି ରଖୁଥିବା ଇରା ନିଜକୁ ସବୁବେଳେ ଲାଇମ୍‌ ଲାଇଟ୍‌ରୁ ଦୂରରେ ରଖି ଆସିଛନ୍ତି ।

Hindustan Times

୫.କ୍ରିଷ୍ଣା ଶ୍ରଫ୍‌ : ଜ୍ୟାକି ଶ୍ରଫ୍‌ଙ୍କ ପରେ ତାଙ୍କ ପୁଅ ଟାଇଗର ଏବେ ବଲିଉଡ଼ରେ ନିଜର ଯାତ୍ରା ଆରମ୍ଭ କରିଛନ୍ତି । କିନ୍ତୁ ତାଙ୍କ ଭଉଣୀ କ୍ରିଷ୍ଣା ଶ୍ରଫ୍‌ଙ୍କ ପାଖରେ ସୁଯୋଗ ଥିଲେ ମଧ୍ୟ କେବେ ହେଲେ ଏ ଲାଇନ୍‌କୁ ଆସିବାକୁ ସେ ଇଚ୍ଛା କରି ନାହାନ୍ତି ।

masala.com
ସମ୍ବନ୍ଧିତ ଖବର