ବଡ଼ଲୋକଙ୍କୁ ସାମ୍ନାରେ ଦେଖିଲେ ଫୋନ୍‌ ରଖି ସମ୍ମାନ କରିବାକୁ ଯୁବପିଢ଼ିକୁ ପରାମର୍ଶ ଦେଇଛନ୍ତି ବିଗ୍‌ ବି

ମୁମ୍ବାଇ: ଆଜିକା ସମୟରେ ଯୁବପିଢ଼ି ନିଜର ଅଧିକ ସମୟ ମୋବାଇଲ୍‌ ଫୋନ୍‌ରେ ବିତାଉଥିବା ଦେଖିବାକୁ ମିଳିଛି। ଅଧିକାଂଶ ପିଲା ମୋବାଇଲ୍‌କୁ କାମ ଅପେକ୍ଷା ମନୋରଞ୍ଜନ ପାଇଁ ଅଧିକ ବ୍ୟବହାର କରୁଛନ୍ତି। ଏହି କ୍ରମରେ ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ ମୋବାଇଲ୍‌ ନାମକ ରୋଗକୁ ଦେଖି ବିଚଳିତ ହୋଇପଡ଼ିଛନ୍ତି। ଅମିତାଭ ନିଜ ଶୈଳୀରେ ମୋବାଇଲ ବ୍ୟବହାର କରୁଥିବା ଯୁବପିଢ଼ିକୁ  କିଛି ଉପଦେଶ ଦେଇଛନ୍ତି।

ଅମିତାଭ ବଚ୍ଚନ ଏମିତି ଜଣେ ସେଲିବ୍ରିଟି ଯିଏକି ନିଜର ମନର ଭାବନାକୁ ଖୋଲାଖୋଲି ପ୍ରକାଶ କରିଥାଆନ୍ତି। ଏମିତିରେ ବଚ୍ଚନ ଆଜି ଯୁବପିଢ଼ିଙ୍କୁ ସିଧାସଳଖ କହିଛନ୍ତି, ‘ଆଜିକାଲି ଜରୁରୀ ନୁହେଁ କି କାହାର ସମ୍ମାନ କରିବା ପାଇଁ ପାଦ ସ୍ପର୍ଶ କରିବା ଆବଶ୍ୟକ। ଯଦି କୌଣସି ବଡ଼ ଲୋକ ଆପଣଙ୍କ ସାମ୍ନାକୁ ଆସୁଛନ୍ତି ତେବେ ଫୋନ୍‌ରେ ବ୍ୟସ୍ତ ନରହି, ତାଙ୍କ ସହିତ ଦିପଦ କଥା ହେବା ବି ବହୁତ ବଡ଼ ସମ୍ମାନ ହୋଇଥାଏ।’

ବିଗ୍‌ ବିଙ୍କ ଏହି ଟୁଇଟକୁ ପଢ଼ିବା ପରେ ଯେ କେହି ବି ବୁଝି ପାରୁଥିବେ କି ଅମିତାଭ ଯୁବପିଢ଼ିକୁ କ’ଣ କହିବାକୁ ଚାହୁଁଛନ୍ତି। ତେବେ ଅମିତାଭ ବଚ୍ଚନ୍‌ଙ୍କ ସିନେମା କଥା କହିବାକୁ ଗଲେ, ସେ ଚଳିତ ବର୍ଷ ତିନିଟି ସିନେମାରେ ନଜର ଆସିବେ ବୋଲି କୁହାଯାଉଛି।

ଅଭିନେତା ଇମରାନ୍‌ ହାସମୀଙ୍କ ସହ ଅମିତାଭ ସିନେମା ‘ଚେ‌ହେରେ’, ଆୟୁଷ୍ମାନ ଖୁରାନାଙ୍କ ସହିତ ‘ଗୁଲାବୋ ସିତାବୋ’ ଓ ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ସହିତ ‘ବ୍ରହ୍ମାସ୍ତ୍ର’ରେ ନଜର ଆସିବେ। ‘ବ୍ରହ୍ମାସ୍ତ୍ର’ ଚଳିତ ବର୍ଷ ଶେଷରେ ରିଲିଜ ହେବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର