ପୋଲିଓ  ହଟାଓ ଅଭିଯାନ ଲାଗି ଅମିତାଭ ବଚ୍ଚନଙ୍କୁ ପ୍ରଶଂସା କଲେ ବିଲ୍‌ ଗେଟ୍‌ସ

ମୁମ୍ବାଇ : ଭାରତକୁ ପୋଲିଓ ମୁକ୍ତ କରିବା ପାଇଁ ବଲିଉଡ୍‌ର ସେହେନଶାହ  ଅମିତାଭ ବଚ୍ଚନ ବହୁତ ଦିନ ପୂର୍ବରୁ ନିଜର ଏକ  ଅଭିଯାନ ଆରମ୍ଭ କରିଥିଲେ । ବିଭିନ୍ନ ବିଜ୍ଞାପନ ମାଧ୍ୟମରେ ଲୋକମାନଙ୍କୁ ସଚେତନ କରାଇ ସେ  ପୋଲିଓ ମୁକ୍ତ  ଭାରତ ଲାଗି ଯାତ୍ରା ଆରମ୍ଭ କରିଥିଲେ । ଜଣେ ଅଭିନେତା ହୋଇ ମଧ୍ୟ ସେ ଲୋକମାନଙ୍କ ପାଇଁ ଏ ସବୁ କରୁଥିବାରୁ ତାଙ୍କୁ ପ୍ରଶଂସା କରିଛନ୍ତି ମାଇକ୍ରୋସଫ୍ଟର ସହ-ସଂସ୍ଥାପକ ବିଲ୍‌ ଗେଟ୍‌ସ ।

ନିଜ ଟ୍ଵିଟର ଆକାଉଣ୍ଟକୁ ଯାଇ ସେ ଅମିତାଭଙ୍କୁ ପ୍ରଶଂସା କରିଥିବା ଦେଖିବାକୁ ମିଳିଛି । ବିଲ୍‌ ଗେଟ୍‌ସଙ୍କ ପ୍ରଶଂସା ପରେ ଅମିତାଭ ବଚ୍ଚନ ଖୁସି ହେବା ସହ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ମୋର କାମକୁ ଆପଣ ଧ୍ୟାନ ଦେବା ସହ ମୋତେ ପ୍ରଶଂସା କଲେ ସେଥି ପାଇଁ ଅନେକ ଅନେକ ଧନ୍ୟବାଦ । କିନ୍ତୁ ଏହି ସଚେତନତା କାର୍ଯ୍ୟକ୍ରମରେ ମୋ ସହ ଯେଉଁ କର୍ମଚାରୀମାନେ କାମ କରୁଛନ୍ତି ସେମାନେ ହେଉଛନ୍ତି ପ୍ରକୃତ ପ୍ରଶଂସାର ପାତ୍ର। ଆମେ କେବଳ ଏହି ସଚେତନତା କାର୍ଯ୍ୟକ୍ରମର ପ୍ରଚାର କରୁଛୁ । କିନ୍ତୁ ପ୍ରକୃତ କାମ ସେମାନେ କରୁଛନ୍ତି ବୋଲି କହି ସେ ଟ୍ଵିଟ୍‌ କରିଥିଲେ ।

 

ସମ୍ବନ୍ଧିତ ଖବର